ଜୋନ ନଂ୩୩ ଜିଲ୍ଲା ପରିଷଦ ପ୍ରାର୍ଥି ତନୟା ବେହେରାଙ୍କ ପାଇଁ ପ୍ରଚାର କଲେ ନରସିଂହ
ବଲାଙ୍ଗିର(ନିରୋଜ ମିଶ୍ର) - ଲୋକେ ଗତ ପାଞ୍ଚ ବର୍ଷ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ଦଳକୁ ବହୁ ପରିମାଣରେ ଭୋଟ ଦେଇ ବିଜୟୀ କରିଥିଲେ । ଆଶା କରିଥିଲେ ଆପଣଙ୍କ ଅଂଚଳର ବିକାଶ ହେବ । କିନ୍ତୁ ବିକାଶ ହେବା ତ ଦୁରର କଥା ବିଜେପି ଦଳର କୌଣସି ଜିଲ୍ଲା ପରିଷଦ ସଭ୍ୟ ବା ଅଦ୍ଧକ୍ଷ୍ୟ ତାଙ୍କ ଅଂଚଳର ଭୋଟଦାତା ମାନଙ୍କ ପାଖକୁ ଥରେ ମଧ୍ୟ ପହଞ୍ଚି ପାରିଲେ ନାହିଁ । ତେଣୂ ଯଦି ଅଂଚଳର ସର୍ବାଙ୍ଗୀନ ବିକାଶ ଚାହୁଁଛନ୍ତି ତାହେଲେ, ଏକ ଦକ୍ଷ ଜିଲ୍ଲା ପରିଷଦ ଗଠନ ପାଇଁ କଂଗ୍ରେସ ଦଳକୁ ବିପୁଳ ମାତ୍ରାରେ ଭୋଟ ଦେଇ ବିଜୟୀ କରନ୍ତୁ ବୋଲି ଆଜି ଲୋଇସିଂହା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଜୋନ ୩୩ ର କୁସଙ୍ଗ, ପିପିଲି, ସୁଜିଆ, ବୁର୍ଡା, ମାଣ୍ଡିଆପଦର, ହିରାପୁର, ବାଦିବାହାଲ ଓ ଯୋଗିସୁର୍ଡା ଗ୍ରାମରେ କଂଗ୍ରେସ ପ୍ରାର୍ଥିନୀଙ୍କ ପାଇଁ ଭୋଟ ପ୍ରଚାର ସମୟରେ କହିଛନ୍ତି । ଘର ଘର ବୁଲି ଜୋନ ୩୩ ପ୍ରାଥିନୀ ଶ୍ରୀମତି ବେହେରାଙ୍କ ପାଇଁ ଭୋଟ ପ୍ରଚାର ପତ୍ର ବାଣ୍ଟିବା ସମୟରେ ସେ ଆହୁରି କହିଛନ୍ତି ଯେ, ପ୍ରତିଶୃତି ପରେ ପ୍ରତାରଣା ଦେବାରେ ଉଭୟ ବିଜେପି ଓ ବିଜେଡି ଦଳ ବେଶ ପାରଙ୍ଗମ । ନାରୀ ନିର୍ଯ୍ୟାତନା ହେଉ କି ଆଦିବାସୀ ଓ ପଛୁଆ ବର୍ଗଙ୍କୁ ନିର୍ବାଚନୀ ସଂରକ୍ଷଣରୁ ବାଦ ଦେବା ଘଟଣା ହେଉ ଏସମସ୍ତ ଘଟଣାରେ ବିଜେଡି ଦଳ ଓ ନବୀନ ସରକାର ଜନବିରୋଧି ବୋଲି ସାରା ରାଜ୍ୟରେ ପ୍ରମାଣିତ ହୋଇ ସାରିଛି । ଉଭୟ ବିଜେପି ଓ ବିଜେଡି ଦଳକୁ ଜନତା ଜନାର୍ଦ୍ଧନ ଏକ ସ୍ଥାୟୀ ସରକାର ପାଇଁ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ଯୋଗାଇଥିଲେ । ସେ ଦୃଷ୍ଟିରୁ କେନ୍ଦ୍ରରେ ବିଜେପି ଗତ ସାତ ବର୍ଷ ହେବ ଗାଦିରେ ଥିବା ବେଳେ ରାଜ୍ୟରେ ବିଗତ ୨୦ ବର୍ଷ ହେବ ବଜେଡି ସରକାର ରହିଛି । କିନ୍ତୁ ଭୋଟ ଦେବାରେ ଜନତାଙ୍କ ପୁର୍ଣ୍ଣ ସହେଯାଗ ସତ୍ୱେ ଉଭୟ ଦଳ ସେହି ଜନତାଙ୍କୁ ଦୁର୍ଦିନକୁ ଟାଣି ଆଣିଛନ୍ତି । ଚାଷୀକୁ ସଠିକ ଅମଳ ମୂଲ୍ୟ, ଛାତ୍ରଛାତ୍ରୀଙ୍କୁ ଉଚିତ ଶିକ୍ଷା, ଶିକ୍ଷିତଙ୍କୁ ରୋଜଗାର, ସମାଜରେ ସୁରକ୍ଷା , ଦରଦାମ ନିୟନ୍ତ୍ରଣ ଓ ଅସହାୟଙ୍କୁ ସହାୟ ହେବାରେ ଉଭୟେ ସଂପୁର୍ଣ୍ଣ ଫେଲ ମାରିଥିବା ସ୍ପଷ୍ଟ ହୋଇଛି । ଜନତାଙ୍କ ଏହି ଦୁର୍ଦ୍ଦଶାଜନକ ସ୍ଥିତି ପାଇଁ ଲୋକେ ଏଥର ପୁଣି କଂଗ୍ରେସ ଉପରେ ନିଜର ଅସ୍ଥା ପ୍ରକଟ କରୁଛନ୍ତି । ତେଣୂ ଆପଣମାନଙ୍କୁ ଅନୁରୋଧ ଏଥର ଭୋଟ ସମସୟରେ ଆଉ ଏହି ବିଜେପି, ବିଜେଡିର ଠକେଇରେ ନପଡି କଂଗ୍ରେସ ଦଳର ହାତ ଚିହ୍ନରେ ଭୋଟ ଦେବା ପାଇଁ ବିଧାୟକ ଶ୍ରୀ ମିଶ୍ର ଜନସାଧାରଣଙ୍କୁ ସଚେତନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ର ଓ ଜୋନ ୩୩ ଜିଲ୍ଲା ପରିଷଦ ପ୍ରାଥିନୀ ତନୟା ବେହେରାଙ୍କ ବ୍ୟତିତ କଂଗ୍ରେସ ଜିଲ୍ଲା ସଭାପତି ଦିଲିପ ବେହେରା, ଟଙ୍କଧର ଗଡତିଆ, ବ୍ଲକ କଂଗ୍ରେସ ସଭାପତି ଅରବିନ୍ଦ ସାହୁ ଓ ଅଶୋକ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।