ହେଡଲାଇନସ୍:

ବିଜେଡିରେ ଯୋଗ ଦେଲେ ହାଲୁପାଲି ଗ୍ରାମର ବହୁସଂଖ୍ୟକ ବିଜେପି କର୍ମୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଟଲି (ଶାସକ ପ୍ରଶାସକ) ଭୋଟ ଯେତିକି ପାଖେଇ ଆସୁଛି ସମଗ୍ର ବରଗଡ଼ ଜିଲ୍ଲା ଖାସ କରି ଭଟଲି ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନେତୃତ୍ୱରେ ଓ ଗୋଟି ଚାଳନାରେ ଶକ୍ତିଶାଳୀ ହେବାରେ ଲାଗିଛି | ବିରୋଧୀ ଶିବିର ଛାଡି ବିଜେଡିରେ ସାମିଲ ହେଉଛନ୍ତି ସ୍ଥାନୀୟ ନେତା ଓ କର୍ମୀ | ଆଜି ଭଟଲି ବ୍ଲକ ହାଲୁପାଲି ଗ୍ରାମର ବହୁସଂଖ୍ୟକ ବିଜେପି କର୍ମୀ ସୋହେଲା ବିଜେଡ଼ି କାର୍ଯ୍ୟାଳୟରେ ମନ୍ତ୍ରୀ ଶ୍ରୀ ସିଂ ଓ ବିଜେଡି ବ୍ଲକ ସଭାପତି ଶ୍ରୀ ଗୋବିନ୍ଦ ପ୍ରଧାନଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛଭାବ ମୂର୍ତ୍ତି ତଥା ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ଓ ତଥା ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହଙ୍କ ସକାରାତ୍ମକ କାର୍ଯ୍ୟ କଳାପ ତଥା ତାଙ୍କ ବଳିଷ୍ଠ ନେତୃତ୍ବରେ ପ୍ରଭାବିତ ହୋଇ ସେମାନେ ବିଜେପିକୁ ପରିତ୍ୟାଗ କରି ବିଜୁ ଜନତା ଦଳରେ ଯୋଗ ଦେଇଥିବା କହିଛନ୍ତି ସେମାନେ | ନୂତନ ସଭ୍ୟ ମାନଙ୍କୁ ଫୁଲମାଳ ତଥା ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିବା ସହିତ ଜନସାଧାରଣ ଙ୍କର ସହିତ ସିଧା ଯୋଡି ହୋଇ ତାଙ୍କ ପାଇଁ କାମ କରିବାକୁ ମନ୍ତ୍ରୀ ଶ୍ରୀ ସିଂ ପରାମର୍ଶ ଦେଇଛନ୍ତି |

0
0
0
s2sdefault