ହେଡଲାଇନସ୍:

ବିଜେପିରେ ମିଶିଥଲେ , ଭୁଲ ବୁଝି ଘରକୁ ବାହୁଡ଼ିଲେ କଙ୍ଗାଲୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅପପ୍ରଚାର ଓ କୂଟନୀତିକୁ ଅସ୍ତ୍ର କରିଛି ବିରୋଧୀ :- ରାଜେନ୍ଦ୍ର ରାଉତ

ବରଗଡ :- ବରଗଡ଼ ଲୋକସଭା ସାଂସଦ ଙ୍କର ଉପସ୍ଥିତିରେ ପାଇକମାଲ ବ୍ଲକ ଜର୍ଜଗଡ଼ ଗ୍ରାମର କଙ୍ଗାଲୁ ବାରିହା ନାମକ ଜଣେ ବିଜୁ ଜନତା ଦଳର କର୍ମୀଙ୍କୁ ବିଜେପିରେ ସାମିଲ କରାଯାଇଥିଲା । ଆଜି କଙ୍ଗାଲୁ ବାରିହା ପାଇକମାଲ ବିଜୁ ଜନତା ଦଳର ବ୍ଲକ ସଭାପତି ତଥା ଯୋନ ୨ର ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ଶ୍ରୀ ରାଜେନ୍ଦ୍ର ରାଉତ , ପାଇକମାଲ ସରପଞ୍ଚ ଶ୍ରୀ ଧବଳେଶ୍ବର ସାହୁ , ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବାରିହାଙ୍କର ପ୍ରତିନିଧି ଶ୍ରୀ ହୃଦାନନ୍ଦ ବାରିକ , ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ପାଇକମାଲରୁ ସମିତି ସଭ୍ୟ ପ୍ରାର୍ଥୀ ଶ୍ରୀ ଖେତ୍ରୀ ଲୁହାର , ଛାତ୍ର ଜନତା ଦଳର ସଭାପତି ଶ୍ରୀ ରବି ସାହୁ ଙ୍କର ଉପସ୍ଥିତିରେ ପୁନର୍ବାର ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ଏହି ଅବସର ନିଜର ମନ୍ତବ୍ୟ ରଖି ଶ୍ରୀ ବାରିହା କହିଥଲେ ଯେ ଲୋକଙ୍କ କଥାରେ ପଡି ମୁଁ ସେଦିନ ବିଜେପିରେ ମିଶିଥିଲି କିନ୍ତୁ ମୁଁ ମୂଳରୁ ବିଧାୟକଙ୍କର ଓ ଦଳ ସହିତ ଥିଲି , ରହିଛି ଓ ଆଗକୁ ମଧ୍ୟ ରହିବି ।
ବିଜେଡି ଅଭିଯୋଗ କରିଛି ଯେ , ବରଗଡ଼ ଜିଲ୍ଲା ଆମ୍ବଭନା ଯୋନ ୨ ର ଜିଲ୍ଲା ପରିଷଦ ପ୍ରାର୍ଥୀ ଙ୍କର ବିଜୟକୁ ସହଜରେ ଗ୍ରହଣ କରି ପାରିନଥିବା ବିରୋଧୀ , ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଓ ନିଜର ଅସ୍ତିତ୍ୱ ବଞ୍ଚାଇବା ନାନା ପ୍ରକାର ମିଥ୍ୟା ପ୍ରତିଶ୍ରୁତି ସହିତ ଅପପ୍ରଚାର କରିବା ଆରମ୍ଭ କରିଦେଇଛି । କହିବାକୁ ଗଲେ ଆମ୍ବଭନାର ଝଟକା ବିରୋଧୀ ଙ୍କୁ ଘାଇଲା କରିବା ସହିତ ତାଙ୍କର ହିତାହିତ ଜ୍ଞାନ ହଜାଇ ଦେଇଛି । ଯାହାଫଳରେ ବିରୋଧୀ ନେତା ମାନେ ଛଟପଟ ହେଉଛନ୍ତି । ଓଡିଶା ବାସୀ ଭଲଭାବରେ ଜାଣି ସାରିଲେଣି ଯେ ଚକ୍ରାନ୍ତ କରିବାରେ ବିରୋଧୀ ମାନେ ମାହୀର । ଆଗାମୀ ପଞ୍ଚାୟତ ନିର୍ବାଚନ ରେ ବିରୋଧୀ ମାନଙ୍କୁ ଲୋକେ ଉଚିତ ଜବାବ ଦେବେ ବୋଲି ବିଜୁ ଜନତା ଦଳର ବ୍ଲକ ଅଧ୍ୟକ୍ଷ ଶ୍ରୀ ରାଉତ କହିଛନ୍ତି ।

0
0
0
s2sdefault