ହେଡଲାଇନସ୍:

ତିର୍ତ୍ତୋଲ ବ୍ଲକର ଚାରି ନମ୍ବର ଜୋନରେ ହେବ ବିଜେଡି ଓ ବିଜେପି ର ଦାମଦାର ଲଢେଇ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ ସୁମନ୍ତ କୁମାର ଦାସ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଥିବା ବେଳେ ଫଳାଫଳକୁ ନେଇ ଏବେଠାରୁ ଚାଲିଲାଣି ଅଙ୍କକଷା। ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ଶାସକ ବିଜେଡି, କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ତ୍ରିମୂଖୀ ଲଢେଇ ହେବ ବୋଲି ଆକଳନ କରାଯାଉଛି।ଶାସନରେ ଥାଇ ଶାସକ ବିଜୁଜନତା ଦଳରେ ଗୋଷ୍ଠୀ କନ୍ଦଳ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।ଧ୍ୟରେ ଧୂରେ ଲୋକପ୍ରିୟତା ବୃଦ୍ଧି ପାଉଥିବା ଭାରତୀୟ ଜନତା ପାର୍ଟି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବ ବୋଲି ଚର୍ଚ୍ଚା ଜୋର ଧରିଛି। ତିର୍ତ୍ତୋଲ ବ୍ଲକ ବିଜେପି ସଂଗଠନରେ ଏବେ ଚର୍ଚ୍ଚିତ ନେତାଙ୍କ ଆବିର୍ଭାବକୁ ନେଇ ହଟ୍ଟଚମଟ ସୃଷ୍ଟି ହୋଇଛି।୨୦୧୨ମସିହାରେ ତିର୍ତ୍ତୋଲ ବ୍ଲକ ବିଜୁଜନତା ଦଳର ସଭାପତି ଥାଇ ସାଂଗଠନିକ ସଫଳତା ପାଇ ପରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇ ବିଜେପି ରାଜ୍ୟ ସଂଗଠନର ଆଗଧାଡିର ନେତା ଭାବେ ପରିଚିତ ଅଶୋକ କୁମାର ମହାନ୍ତି ଏବେ ତିର୍ତ୍ତୋଲ ରାଜନୀତିରେ ସକ୍ରିୟ ହୋଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଂଗଠକ ଅଶୋକ କୁମାର ମହାନ୍ତି ନିଜ ଧର୍ମପତ୍ନୀ ରେବତୀ ମହାନ୍ତିଙ୍କୁ କନକପୁର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ଛିଡା କରାଇବା ସହ ତିର୍ତ୍ତୋଲ ବ୍ଲକର ୨୯ଟି ପଞ୍ଚାୟତ ଓ ୪ଟି ଜିଲ୍ଲା ପରିଷଦ ଜୋନରେ ବିଜେପିର ସଫଳତା ପାଇଁ ଅଣ୍ଟାଭିଡିଛନ୍ତି। ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ବିଜେପି କର୍ମୀ ଓ ସମର୍ଥକମାନଙ୍କୁ ଉତ୍ସାହିତ କରୁଥିବା ଦେଖୁବାକୁ ମିଳିଛି। ବିଜେପି ନେତା ଅଶୋକ କୁମାର ମହାନ୍ତି ତିର୍ତ୍ତୋଲ ଥାନା ଅନ୍ତର୍ଗତ ନୂଆପଡା ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଆଭିମୁଖ୍ୟ ସୃଷ୍ଟ କରିଛନ୍ତି। ବିଜେଡିର ଦୀର୍ଘ ୨୨ବର୍ଷର ଶାସନରେ ତିର୍ତ୍ତୋଲର ବିଭିନ୍ନ ଗ୍ରାମରେ ଅନେକ ସମାସ୍ୟା ରହିଛି।ଲୋକ ଚାଳଛପର ଘର ଉପରେ ପଲିଥୁନ ଟାଣି ଏବେବି ଦୁଃଖ ଦୁର୍ଦ୍ଦିନରେରହୁଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନରେ ଲୋକ ଉଚିତ ଜବାବ ଦେବେ।କଂଗ୍ରେସ ଦଳ ବୁଡି ବୁଡି ଯାଉଥିବା ବେଳେ ଭାରତୀୟ ଜନତା ପାର୍ଟି ନିଶ୍ଚୟ ସଫଳତା ପାଇବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ଅଶୋକ ମହାନ୍ତିଙ୍କ ସକ୍ରିୟତା ଯୋଗୁଁ ବିଜେପି ସମର୍ଥକମାନଙ୍କ ମଧ୍ୟରେ ଉତ୍ସୁକତା ଦେଖୁବାକୁ ମିଳିଥିଲା ବେଳେ ପ୍ରତିପକ୍ଷ ଶିବିରରେ ଛନକା ପଶିଛି ।ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଶୋକ କୁମାର ମହାନ୍ତି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ନିର୍ଣ୍ଣାୟକ ଭୂମିକା ନେବ ବୋଲି ଦୃଢୋକ୍ତି ପ୍ରକାଶ କହିଛନ୍ତି।

0
0
0
s2sdefault