ହେଡଲାଇନସ୍:

ମୁଁ ଅସ୍ତ୍ର ଛାଡିନି, ମୁଁ ବେପାରୀ ନୁହଁ ଯେ ଡିଲ କରିବି : ପ୍ରସାଦ ଖୋଲିଲେ ମୁହଁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ପଞ୍ଚାୟତିରାଜ ନିର୍ବାଚନ ପାଇଁ ଓ ଦଳ ଭିତରେ ଦୀର୍ଘଦିନର ତାଙ୍କର ନୀରବତାକୁ ନେଇ ଚାଲିଥିବା ଗଣମାଧ୍ୟମ ଚର୍ଚା ଓ ଦଳୀୟ ନେତାଙ୍କ ମନ୍ତବ୍ୟ ଉପରେ ମୁହଁ ଖୋଲିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ | ପ୍ରସାଦ କହିଛନ୍ତି ଯେ "ମୁଁ ଅସ୍ତ୍ର ଛାଡିନି । ରାଜନୀତି ଛାଡିନି। ରାଜନୀତିରେ ରହିଛି ଓ ରହିବି । ଭୀଷ୍ମ ଅସ୍ତ୍ରତ୍ୟାଗ କରିଥିଲେ ଶ୍ରୀଖଣ୍ଡିନିକୁ ଦେଖିବା ପରେ । ମତେ ଯଉଁମାନେ ପିତାମହ ବୟସରେ ଦେଖିବାକୁ ଚାହୁଁଛନ୍ତି ସେମାନେ ମନେ ରଖିବା ଦରକାର ମୋର ସେ ବୟସ ହେଇନି । ମୋର ଖଣି ନାହିଁ କି ଖବର କାଗଜ ନାହିଁ । ମୋର ଅର୍ଥବଳ ନାହିଁ ।ଚାଷୀ ପରିବାରରୁ ଆସି ସ୍ରୋତର ପ୍ରତିକୂଳରେ ଲଢ଼ି ଲଢ଼ି ଏ ଯାଏ ଆସିଛି । ଆଉ ଜୀବନ ଥିବାଯାଏ ଲଢ଼ିବି । ଆମେମାନେ କଂଗ୍ରେସର ବର୍ତ୍ତମାନର ଦୁର୍ଦ୍ଦିନରେ ଏକାଠି ଲଢ଼ିବା ପରିବର୍ତ୍ତେ ପରସ୍ପରର ଗୋଛି କଟାକଟିରେ ବ୍ୟସ୍ତ । ମୁଁ ବିଜେଡିକୁ ଯିବି ବୋଲି ଖବରକାଗଜରେ ବାହାରିଲା । ହେଲେ ବିଜେଡି ସହ ମୋର କୌଣସି ସମ୍ପର୍କର ପ୍ରମାଣ ଦେଇପାରିବେ ତେବେ ମୁଁ ରାଜନୀତି ଛାଡ଼ିଦେବୀ । ମୁଁ ବେପାରିନୁହଁ ଯେ ଡିଲ କରିବି। ମୁଁ ଦୁର୍ନୀତିରେ ନାହିଁ ସେମାନଙ୍କ ପରି। ମୋର ସଫା ଚରିତ୍ର, ଦଳର ସ୍ୱାର୍ଥ ପାଇଁ ଦଳର କର୍ମୀଙ୍କ ପାଇଁ କହିଲି ବୋଲି ମୁଁ ଶତ୍ରୁ । ଆଉରି ମୋ ନୀରବତା ସେମାନଙ୍କୁ ଅଧିକ ବ୍ୟଥିତ କରିଛି। କହୁଛନ୍ତି ମୁ 3 ବର୍ଷ ହେଲା ଘରୁ ବହାରିନି । ଠିକ କଥା, ତିନିବର୍ଷ ହେଲା ନୁହେ । 33 ବର୍ଷ ହେଲା ଗୋଟେ ଘରୁ ବହାରିନି । ମୋ ଘର କଂଗ୍ରେସ । ମୁଁ ସେଇ ଗୋଟେ ଘରୁ ବହାରିନି କି ଅନ୍ୟମାନଙ୍କ ଭଳି ଦଳ ବଦଳେଇନି । ମୁଁ ସାଂସଦ ହେବି ବୋଲି ବିଜେଡିକୁ ଯିବି ବୋଲି ଗୁଜବ ଉଠୁଛି । ହେଲେ ଆଜି ମୁଁ ସ୍ପଷ୍ଟ କରୁଛି ମୁଁ 2024 ନିର୍ବାଚନ ଲଢ଼ିବିନି । " ରାଜନୀତିରେ ଅଛି, ଦଳରେ ରହିବି । ହେଲେ ନିର୍ବାଚନ ଲଢ଼ିବି ନାହିଁ । ଏହା ହିଁ ହେବ ସେ ବେପାରିମାନଙ୍କ ଅଭିଯୋଗର ଉଚିତ ଜବାବ । ଲୋକ ସ୍ୱାର୍ଥ ଓ ରାଜ୍ୟ ସ୍ୱାର୍ଥ ପାଇଁ ଲଢ଼ିବି । ଆଗାମୀ ଦିନରେ ବେପାରିମାନଙ୍କ ମୁଖା ଖୋଲିବି ବୋଲି " ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ ।

0
0
0
s2sdefault