ହେଡଲାଇନସ୍:

କଂଗ୍ରେସର ଜିଲ୍ଲାସ୍ତରୀୟ ସତ୍କାର ସଭା ଓ ଶକ୍ତି ପ୍ରଦର୍ଶନ କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

parlakhemundi/ Balakrushna Panigrahi 

ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପାରଳାଖେମୁଣ୍ଡି ରାମନଗର ସ୍ଥିତ ହାଇଟେକ ପ୍ଲାଜା ପରିସରରେ ପ୍ରଦେଶ କଂଗ୍ରେସ କମିଟି ସମେତ ଜିଲ୍ଲା ଓ ନଗର କଂଗ୍ରେସ କମିଟିର ବିଭିନ୍ନ ପଦପଦବୀରେ ଥିବା ବରିଷ୍ଠ ନେତା ମାନଙ୍କ ନିମନ୍ତେ ଜିଲ୍ଲାସ୍ତରୀୟ ଏକ ବିରାଟ ସତ୍କାର ସଭା ସମେତ ଶକ୍ତି ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ପ୍ରଦେଶ କଂଗ୍ରେସ କମିଟି ଠାରୁ ଆରମ୍ଭ କରି ଜିଲ୍ଲା, ନଗର ଓ ବ୍ଲକ କଂଗ୍ରେସ କମିଟିରେ ବିଭିନ୍ନ ପଦପଦବୀରେ ଥିବା ନେତା ମାନଙ୍କୁ ସମ୍ମାନ ସତ୍କାର କରାଯାଇ ମଞ୍ଚାସୀନ କରାଯାଇଥିଲା  । ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ କଂଗ୍ରେସ ଆଗାମୀ ସାଧାରଣ ନିର୍ବାଚନ ୨୦୧୯ ପାଇଁ ତାର ବିରାଟ ଶକ୍ତି ପ୍ରଦର୍ଶନ କରୁଥିବା ଦେଖାଯାଇଥିଲା ଗଜପତି ଜିଲ୍ଲାରେ । ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ କର୍ମୀ ସମର୍ଥକଙ୍କ ଗ୍ରହଣରେ ଶତାଧିକ ସଂଖ୍ୟାରେ ପୁରାତନ ନେତା ଓ କର୍ମୀ ଏବଂ ବର୍ତ୍ତମାନର ବିଭିନ୍ନ ପଦପଦବୀରେ ଥିବା ବରିଷ୍ଠ ନେତାମାନଙ୍କୁ ମଞ୍ଚାସୀନ  କରାଇ ଏକ ବିରାଟ ଶକ୍ତି ପ୍ରଦର୍ଶନ କରାଇବା କଂଗ୍ରେସର ଗଜପତି ଜିଲ୍ଲା ଇତିହାସରେ ଏହା ପ୍ରଥମ ।

ଏହି କାର୍ଯ୍ୟକ୍ରମରେ ପାରଳା ବିଧାୟକ ଶ୍ରୀ କେ. ସୂର୍ଯ୍ୟାରାଓ ସଭାପତିତ୍ୱ କରି ଆଗମୀ ନିର୍ବାଚନ ୨୦୧୯ରେ କଂଗ୍ରେସ ଭୂମିକା ଓ ଆଭିମୁଖୀ ସମ୍ପର୍କରେ ସୂଚନା ଦେଇ କର୍ମୀମାନଙ୍କ ମଧ୍ୟରେ ଏକତା ଭାବ ସୃଷ୍ଟି କରିବା ସହ କିଭଳି ଦଳ ପାଇଁ କାମ କରିବେ ଏବଂ କିଭଳି ନେତୃତ୍ୱର ବିକାଶ ହେବା ସହ ତୃଣମୁଳ ସ୍ତରରୁ ଦଳର ସାଂଗଠନିକ ସ୍ଥିତିକୁ ମଜବୁତ କରିବାରେ ସହାୟକ ହେବେ ସେ ସମ୍ପର୍କରେ କହିଥିଲେ ।

ଏହି ଅବସରରେ ଉପସ୍ଥିତ ସମସ୍ତେ ଅନ୍ୟର ମିଥ୍ୟା ପ୍ରରୋଚନାରେ ନପଡି ଏବଂ ଦଳକୁ କ୍ଷତି ପହଞ୍ଚାଇଲା ଭଳି କାର୍ଯ୍ୟ ନକରି ସବୁଦିନ ପାଇଁ ଏକତା ମନଭାବ ନେଇ କଂଗ୍ରେସ ଦଳର ଅଭିବୃଦ୍ଧି ପାଇଁ ତୃଣମୁଳ ସ୍ତରରେ କାର୍ଯ୍ୟ କରିବାକୁ କାର୍ଯ୍ୟକ୍ରମରେ ସଂକଳ୍ପ ନେଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନେତା ଡ. ତିରୁପତି ପାଣିଗ୍ରାହୀ, ସଭାପତି ବିଭୁତି ଭୂଷଣ ପାତ୍ର, କାର୍ଯ୍ୟକାରୀ ସଭାପତି ତିରୁପତି ରାଓ, ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା,  ପ୍ରଦେଶ କଂଗ୍ରେସ କମିଟି ସଂପାଦିକା ମିନାକ୍ଷୀ ସାହୁ, ପୂର୍ବତନ ଜିଲ୍ଲାପରିଷଦ ସଭାପତି,ରାମଚନ୍ଦ୍ର ରାଓ, ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ଗଜପତି ରାଓ, ଦାଶରଥୀ ଗମାଙ୍ଗ ପ୍ରମୁଖ ଶତାଧିକ ସଂଖ୍ୟାରେ ମଞ୍ଚାସୀନ ଥିଲେ ।

0
0
0
s2sdefault