ହେଡଲାଇନସ୍:

ପଞ୍ଚାୟତିରାଜ ନିର୍ବାଚନରେ ଇଂଜିନିୟର : ଜିଲା ପରିଷଦ ପ୍ରାର୍ଥୀନୀ ହେଲେ ଇଂ ଶୁଭସ୍ମିତା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଅସ୍ତରଙ୍ଗ(ଦୁଃଶାସନ ନାୟକ) : ପୁରୀ ଜିଲ୍ଲା 1 ନମ୍ବର ଜୋନର ଜିଲ୍ଲା ପରିଷଦର ପ୍ରାର୍ଥୀରୂପେ କଂଗ୍ରେସ ଦଳ ତରଫରୁ ଜଣେ ବି ଟେକ ଛାତ୍ରୀ ତଥା ଉଚ୍ଚ ଶିକ୍ଷିତ ଝିଅ ଶୁଭସ୍ମିତା ସାହୁ ପ୍ରତିଦ୍ୱନ୍ଦିତା କରୁଥିବା ଜଣା ପଡି ଅଛି । ଛାତ୍ରୀ ଜଣକ ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ନନ୍ଦିପୁର ଗ୍ରାମର ରବୀନ୍ଦ୍ର ସାହୁଙ୍କ ଝିଅ । ଶୁଭସ୍ମିତା ଫୁଲନଖରା ସ୍ଥିତ ସିନର୍ଜି କଲେଜରେ ବି ଟେକ ସାରି ମୁମ୍ବାଇର ଟାଟା କମ୍ପାନୀରେ ଚାକିରୀ କରୁ ଥିଲେ । ହେଲେ ନିଜ ଅଞ୍ଚଳରେ ସମାଜସେବା କରିବାର ମନ ବଳାଇ ଚାକିରୀ ଛାଡି କଂଗ୍ରେସ ଦଳ ତରଫରୁ ପ୍ରାର୍ଥୀ ହୋଇଛନ୍ତି | ଜିଲା ପରିଷଦ ଭାବେ ନିର୍ବାଚିତ ହେଲେ ଅସ୍ତରଙ୍ଗ ଅଞ୍ଚଳର ଉନ୍ନତି ତଥା ଧାନ, ପାନ, ମିନ, ଶିକ୍ଷା,ସ୍ୱାସ୍ଥ୍ୟ ସହ ପାନୀୟ ଜଳ,ଗରିବ ଜନତାଙ୍କର ଉନ୍ନତି ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି । ଶୁଭସ୍ମିତା ବୁଧବାର ଦିନ ,କୋଭିଡ କଟକଣା ଆଇନ ଭିତରେ ତାଙ୍କର ସ୍ୱଳ୍ପ ସଂଖ୍ୟକ ସମର୍ଥକଙ୍କୁ ଧରି ପୁରୀର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀନୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ଜଣେ ଉଚ ଶିକ୍ଷିତା ହୋଇ ଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଆଭିନନ୍ଦନ ଜ୍ଞାପନ କରାଯାଇଅଛି। ତାଙ୍କ ପ୍ରାର୍ଥୀତ୍ୱକୁ ଅଂଚଳର ବିଭିନ୍ନ ବର୍ଗରେ ସମର୍ଥନ ମିଳୁଥିବା ଜଣାପଡିଛି |

0
0
0
s2sdefault