ହେଡଲାଇନସ୍:

ଭଦ୍ର ଖୋଳ ପିନ୍ଧା ଦୁର୍ନୀତିଖୋର ନେତାଙ୍କ ପ୍ରଲୋଭନକୁ ପ୍ରତ୍ୟାଖ୍ୟାନ କରିବାକୁ ଭୋଟରଙ୍କୁ ଆହ୍ୱାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦୁର୍ନୀତି ମୁକ୍ତ ପଞ୍ଚାୟତ ଗଠନ ପାଇଁ ସିପିଆଇଏମର ବ୍ଲକ ସ୍ତରୀୟ କର୍ମୀ ସମିଳନୀ

ରଣପୁର(ପ୍ରସନ୍ନ ସାମନ୍ତରାୟ) : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ପାଇଁ ସବୁଦଳ ସଜବାଜ ହେଉଥିଲା ବେଳେ ରଣପୁର ସିପିଆଇଏମ ଦଳ ପକ୍ଷରୁ କାର୍ଯ୍ୟାଳୟ ଶହୀଦ ରଘୁ ଦିବାକର ଭବନ ଠାରେ ହରିଶ୍ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱ ରେ ଏକ କର୍ମୀ ସମିଳନୀ ଅନୁଷ୍ଠିତ ହୋଇଯାଇଛି | ଅନୁଷ୍ଠିତ ସଭାରେ ରାଜ୍ୟ ସାଧାରଣ ସମ୍ପାଦକ ମଣ୍ଡଳୀ ସଭ୍ୟ ଜଗନ୍ନାଥ ମିଶ୍ର, ସୁରେଶ ପାଣିଗ୍ରାହୀ, ନିତ୍ୟାନନ୍ଦ ପରିଡା, ସୁରେଶ ସ୍ୱାଇଁ ଓ ଦୁଃଶାସନ ଜେନା ପ୍ରମୁଖ ଯୋଗ ଦେଇଥିଲେ | ନେତାମାନେ ନିଜ ଭାଷଣ ମାଧ୍ୟମରେ ଏହା ଏକ ଦୁର୍ନୀତିମୁକ୍ତ ପଞ୍ଚାୟତ ଗଠନ କରିବାର ପ୍ରକୃଷ୍ଟ ସମୟ ବୋଲି ରଣପୁର ଅଂଚଳ ର ସମସ୍ତ ଭୋଟର ଭାଈ ଓ ଭଉଣୀ ମାନଙ୍କୁ ନିବେଦନ କରିଥିଲେ | ଭଦ୍ର ଖୋଳ ପିନ୍ଧା ଦୁର୍ନୀତିଖୋର ନେତାଙ୍କ ଠାରୁ ମଦ, ମାଂସ, ଭୋଜି ଠାରୁ ଦୁରେଇ ରହି ଗଣତାନ୍ତ୍ରିକ ପକ୍ରିୟା ରେ ନିଜର ମୂଲ୍ୟବାନ ମତଦାନକୁ ମୂଲ୍ୟାଙ୍କନ କରି ଲୋକଙ୍କ ହାତରେ କ୍ଷମତା ଦେବାକୁ ଅନୁରୋଧ କରିଥିଲେ | ବିଜେଡି ଓ ବିଜେପି ଭଳି ଜନ ବିରୋଧି ଶକ୍ତିଙ୍କ ବିରୋଧରେ ଲଢ଼ିବା ପାଇଁ ବକ୍ତା ମାନେ ଅନୁରୋଧ କରିଥିଲେ | ପୁନଃ ସିପିଏମର ରାଉରକେଲା ସମ୍ମିଳନୀରେ ଗୃହୀତ ପ୍ରସ୍ତାବକୁ ଏଠାରେ ଉପସ୍ଥାପନା କରିଥିଲେ | ଯଥା -କଳାକୃଷି ଆଇନ, ଶ୍ରମିକ ବିରୋଧି ଶ୍ରମ କୋଡ଼, ଆକାଶ ଛୁଆଁ ଦର ବୃଦ୍ଧି, ଘରୋଇ କରଣ ନୀତି, ବେରୋଜଗାର ବ୍ୟବସ୍ଥା , ମହିଳା ନିର୍ଯାତନା ଆଦି ଜନବିରୋଧୀ ନୀତି ବିରୋଧ ରେ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ କରିବାକୁ ଆହ୍ୱାନ ଦେଇ ରଣପୁର ନିର୍ବାଚନ ମଣ୍ଡଳୀ ରେ ଦଳ ସମସ୍ତ ଜିଲ୍ଲା ପରିଷଦ ଓ ଗ୍ରାମ ପଞ୍ଚାୟତରେ ପାର୍ଥି ମାନେ କିଭଳି ଜିତିବେ ଜନସାଧାରଣଙ୍କୁ ଗଣମାଧ୍ୟମ ମାଧ୍ୟମରେ ଭୋଟର ଙ୍କୁ ନିବେଦନ କରିଥିଲେ |

0
0
0
s2sdefault