ହେଡଲାଇନସ୍:

ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା : ଦଳରୁ ଇସ୍ତଫା ଦେଲେ ମହିଳା ଜିଲ୍ଲା ପରିଷଦ ସଭ୍ୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ : ବରଗଡରେ ବିଜେପିକୁ ଲାଗିଛି ଝଟକା | ଦଳ ପଂଚାୟତ ନିର୍ବାଚନ ପାଇଁ ସଜବାଜ ହେଉଥିବା ବେଳେ ଓ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ଆଉ ମାତ୍ର ହାତଗଣତି କେଇ ଦିନ ବାକି ଥିବା ବେଳ ଜିଲ୍ଲାର  ପାଇକମାଲ 2 ନମ୍ବର ଜିଲ୍ଲା ପରିଷଦ ଜୋନର ବର୍ତ୍ତମାନ ଜିଲ୍ଲା ପରିଷଦ ଶ୍ରୀମତି ରାମଲା ଲୁହାର ଗତ ବାର ତାରିଖ ଦିନ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟତା ପଦରୁ ନିଜର ଇସ୍ତଫା ପତ୍ର ଦେଇଛନ୍ତି | ସେ ତାଙ୍କ ଇସ୍ତଫା ପତ୍ର ଭାରତୀୟ ଜନତା ପାର୍ଟି ର ଜିଲ୍ଲା ସଭାପତି ଙ୍କୁ ପ୍ରେରଣ କରିଛନ୍ତି  । ଯଦିଓ ନିଜର ଇସ୍ତଫା ପତ୍ରରେ ପାରିବାରିକ କାରଣ ଦର୍ଶାଇଥିବା କହିଛନ୍ତି, ହେଲେ ପ୍ରକୃତରେ ଦଳ ତରଫରୁ ତାଙ୍କୁ କ୍ରମାଗତ ଭାବରେ ଅଣଦେଖା କରିବା କାରଣରୁ ସେ ଦଳ ଛାଡିଥିବା ତାଙ୍କ ନିକଟତମ ମହଲରେ ଆଲୋଚନା ହେଉଛି । ବିଜେପି ଛାଡିବା ପରେ ଆଵି ଆଜି ସନ୍ଧ୍ୟାରେ ଶ୍ରୀମତି ଲୁହାର ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା ଙ୍କର ପଦ୍ମପୁର ଅଫିସରେ ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ଯୋଗଦାନ କରି କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କର ନିର୍ମଳ ଭାବମୂର୍ତି , ରାଜ୍ୟ ବାସୀ ଙ୍କର ପ୍ରତି ବିଜୁ ଜନତା ଦଳର ସେବା ମନୋଭାବ  ଓ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହାଙ୍କର ବଲିଷ୍ଠ ନେତୃତ୍ୱ ରେ ଅନୁପ୍ରାଣିତ ହୋଇ ସେ ବିଜୁ ଜନତା ଦଳରେ ଯୋଗଦେଇଯିବା ପ୍ରକାଶ କରିଛନ୍ତି । ଏହି ମିଶ୍ରଣ ପର୍ବରେ ପାଇକମାଲ ବ୍ଲକ ବିଜୁ ଜନତା ଦଳର ସଭାପତି ଶ୍ରୀ ରାଜେନ୍ଦ୍ର ରାଉତ, ପାଇକମାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଲତାଫ ମହମ୍ମଦ, ପଦ୍ମପୁର ପୂର୍ବତନ ନଗରପାଳ ଶ୍ରୀ ପ୍ରୀତମ ମେହେର , ଶ୍ରୀ ପ୍ରଶାନ୍ତ ମହାନ୍ତି , ଯୁବନେତା ଶ୍ରୀ ଭୋଜରାଜ ସିଂ ବାରିହା , ଶ୍ରୀ ପରମାନନ୍ଦ ସାହା , ଶ୍ରୀ ଖେତ୍ରୀ ଲୁହାର ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault