ହେଡଲାଇନସ୍:

ବିଜେଡିରେ ନୂଆ ପଦାଧିକାରୀ : ପ୍ରଦୀପ ଓ ପ୍ରଫୁଲ୍ଲ ମାଝୀ ହେଲେ ବରିଷ୍ଠ ସାଧାରଣ ସମ୍ପାଦକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ବିଜୁ ଜନତା ଦଳରେ ନୂଆ ପଦାଧିକାରୀଙ୍କୁ ନିଯୁକ୍ତି ମିଳିଛି | ଏହି ନବନିଯୁକ୍ତ ତାଲିକାରେ ସ୍ଥାନ ପାଇଛନ୍ତି କଂଗ୍ରେସ ଓ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା କିଛି ନେତା | ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ଏହି କର୍ମକର୍ତ୍ତାମାନଙ୍କୁ ନିଯୁକ୍ତି ମିଳିଛି ବୋଲି ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି |
ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭାବେ କଂଗ୍ରେସ ଛାଡି ଆସିଥିବା ପ୍ରଦୀପ ମାଝୀ ଓ ପ୍ରଫୁଲ୍ଲ ମାଝୀଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ମହେଶ ସାହୁଙ୍କୁ ମଧ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ପଦ ମିଳିଛି | ସେହିପରି ସାଧାରଣ ସମ୍ପାଦକ ଭାବେ ଅରିନ୍ଦମ ରୟ, ଧନୁର୍ଜୟ ସିଧୁ, ଚନ୍ଦ୍ରଶେଖର ମାଝୀ ଓ କୈଳାସ ଚନ୍ଦ୍ର କୁଲେସିକା ନିଯୁକ୍ତ ହୋଇଛନ୍ତି |
ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା ବିଶ୍ୱରଞ୍ଜନ ମଲ୍ଲିକଙ୍କ ସମେତ ରମେଶ ଚନ୍ଦ୍ର ପରିଡା, ପ୍ରଦିପ ସାହୁ, ଦିଲୀପ କୁମାର ସାହୁ, ସୁନୀଲ କୁମାର ଦାସ, ମହେଶ ହେମ୍ବ୍ରମ ଓ ପ୍ରିୟବ୍ରତ ସାମନ୍ତରାୟଙ୍କୁ ସମ୍ପାଦକ ଭାବେ ଅବସ୍ଥାପିତ କରାଯାଇଥିବା ଜଣାପଡିଛି |

0
0
0
s2sdefault