ହେଡଲାଇନସ୍:

ଚାଷୀ ଭାଇର ହକ ପାଇଁ କଂଗ୍ରେସ ସଂଗ୍ରାମ ଜାରି ରଖିବ : ସତ୍ୟଭୂଷଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ପାଇକମାଲବ୍ଲକ କଂଗ୍ରେସର ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ

26-07-18-satya.jpg - 122.16 kB         

ପାଇକମାଲ/ ଗୌରାଙ୍ଗ ଚରଣ ଦାଶ :-  ଗତ କିଛିଦିନ ହେଲା ଜିଲ୍ଲା କଂଗ୍ରେସ  ଚଳଚଞ୍ଚଳ ହେଇ ପଡିଛି। ଗତ କିଛି ବର୍ଷ ହେଲା ଦୁର୍ବଳ ହେଇପଡ଼ିଥିବା ଜିଲ୍ଲା କଂଗ୍ରେସ ଧୀରେ ଧୀରେ ସବଳ ହେଉଥିବାର ଲକ୍ଷ୍ୟ  କର ଯାଉଛି। ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ଜିଲ୍ଲା ସଭାପତି ଦାୟିତ୍ୱ ଗ୍ରହଣ କରିବା ପରେ ପୁରାଦମ ରେ ଲାଗିପଡିଛନ୍ତି କଂଗ୍ରେସକୁ ସଜାଡ଼ିବା ପାଇଁ ଯାହା ଆଜି ଦେଖିବାକୁ ମିଳିଛି ପାଇକମାଲ ରାଜରାସ୍ତାରେ । 

        ପାଇକମାଲ ବ୍ଲକ କଂଗ୍ରେସ ଓ ଯୁବ କଂଗ୍ରେସର ମିଳିତ ପ୍ରୟାସରେ ଆଜି କଂଗ୍ରେସ କର୍ମୀ ମାନଂକର ଏକ ରାଲି ଓ ବିକ୍ଷୋଭ ପ୍ରଦର୍ଶନର ଆୟୋଜନ କରାଯାଇଥିଲା। ଏଠାରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇ ପରେ ଯେ ଗତ ବର୍ଷ ଜୁଲାଇ 31 ସୁଦ୍ଧା ଅଞ୍ଚଳ ର ଚାଷୀମାନେ ସରକାର ଙ୍କର ସମସ୍ତ ନିୟମ ମୁତାବକ ଚାଷ ବୀମା ର ପ୍ରିମୀୟମ ଭରିଥିଲେ । କିନ୍ତୁ ବୀମା ରାଶି ପ୍ରଦାନ କରିବା ସମୟରେ ବୀମା କମ୍ପାନୀ ଓ ବ୍ୟାଙ୍କ  ଚାଷୀ ମାନଙ୍କୁ ନାନା ପ୍ରକାର ହଇରାଣ କରୁଛନ୍ତି | ଏହି ବିଷୟକୁ ନେଇ ଅଞ୍ଚଳ ର ବିଭିନ୍ନ ରାଜନୈତିକ ଦଳ, ଚାଷୀ ସଂଗଠନ, ଦ୍ୱାରା ପୂର୍ବରୁ ବହୁତ ଥର ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାରଣା ପ୍ରଦର୍ଶନ ହେଇଆଇଛି । ତଥାପି  ଚାଷୀମାନେ ଆଜି ପର୍ଯ୍ୟନ୍ତ ନିଜର ନାଯ୍ୟ   ହକ ପାଇ ପାରିନାହାନ୍ତି। ଚାଷୀମାନଙ୍କ ଏହି ସମସ୍ୟାକୁ ନେଇ ଆଜି ପାଇକମାଲ ବ୍ଲକ କଂଗ୍ରେସ ତରଫରୁ ପାଇକମାଲ ଧର୍ମଶାଳା ଠାରୁ ଏକ ବିରାଟ ରାଲି ବାହାରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଚାଷୀ ମାରଣ ନୀତି ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ବ୍ଲକ କାର୍ଯ୍ୟାଳୟରେ ପହଂଚିଥିଲା। ବ୍ଲକ କାର୍ୟାଳୟ ରେ କଂଗ୍ରେସ କର୍ମୀ ମାନେ ଚାଷୀମାନଂକର ବିଭିନ୍ନ ସମସ୍ୟା ଓ ସରକାରୀ ଅବହେଳା ବାବଦରେ BDO ସରୋଜିନୀ ପ୍ରସନ୍ନ କୁଲୁଙ୍କର ସହିତ ଆଲୋଚନା କରିବା ପରେ ମହାମହିମ ରାଜ୍ୟପାଳଙ୍କର ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଦାବି ପତ୍ର ପ୍ରଦାନ କରିବା ସହିତ କଂଗ୍ରେସ ଚେତାବନୀ ଦେଇଛି ଯେ ଚାଷୀ ମାନଙ୍କର ନ୍ୟାର୍ଯ ପ୍ରାପ୍ୟ ଶୀଘ୍ର ପ୍ରଦାନ କରାନଗଲେ ଆଗାମୀ ଦିନରେ ଜିଲ୍ଲା ଓ ରାଜ୍ୟ ବ୍ୟାପି ଆନ୍ଦୋଳନକୁ ବିସ୍ତାର କରାଯିବ। ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ ର ସଭାପତି ଶ୍ରୀ ସତ୍ୟଭୂଷଣ ସାହୁ ଚେତାବନୀ ଦେଇଛନ୍ତି ଯେ ଚାଷୀ ଙ୍କର ସ୍ଵାର୍ଥ ସହିତ କୋଣସି ପ୍ରକାର ସାଲିସ କରାଯିବ ନାହିଁ।   ଚାଷୀକୁ ତାହା ନ୍ୟାର୍ଯ ଅଧିକାର ନ ମିଳିବା ପର୍ଯନ୍ତ ଜିଲ୍ଲା କଂଗ୍ରେସ ଲଢେ଼ଇ ଜାରି ରଖିବ । ଚାଷୀକୁ ତାର ହକ ନଦେବା ପର୍ଯ୍ୟନ୍ତ କଂଗ୍ରେସ ଶାନ୍ତିରେ ବସିବା ନାହିଁ ବୋଲି ଶ୍ରୀ ସାହୁ କହିଛନ୍ତି |

     ଆଜିକାର ଏହି ରାଲିରେ  ପାଇକମାଲ ଅଂଚଳର ବିଭିନ୍ନ ସ୍ଥାନରୁ ପ୍ରାୟ 1000 ରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ଓ ଚାଷୀ ଯୋଗଦାନ କରିଥିଲେ। ବହୁ ଦିନ ପରେ କଂଗ୍ରେସର କୋଣସି ସଭା କିମ୍ବା ରାଲିରେ  ଏତେ ବେଶୀ  ଭିଡ ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳିଥିଲା | ଶ୍ରୀ ସାହୁ ଦାୟିତ୍ୱ ନେବା ପରା ଠାରୁ ଦଳୀୟ କର୍ମୀଙ୍କ ମହଲରେ ଉତ୍ସାହ ସୃଷ୍ଟି ହୋଇଥିବା ଆଜିର ସମାବେଶରୁ ପ୍ରମାଣିତ ହୋଇ ଯାଉଛି|  ଅନ୍ୟପକ୍ଷ ରେ କହିବାକୁ ଗଲେ  ଶ୍ରୀ ସାହୁଙ୍କ ନେତୃତ୍ୱରେ ଆଜି ଏହି ରାଲି  ମାଧ୍ୟମରେ କଂଗ୍ରେସ ଏ ଅଞ୍ଚଳରେ ପୂର୍ବର ଦବଦବାକୁ ଜାହିର କକରିବାକୁ ଚେଷ୍ଟା କରିଛି। 

         ପାଇକମାଲ ବ୍ଲକ କଂଗ୍ରେସ ଦ୍ୱାରା ବରଗଡ ଜିଲ୍ଲା ସଭାପତି  ସତ୍ୟଭୂଷଣ ସାହୁଙ୍କର ନେତୃତ୍ୱରେ ଆୟୋଜିତ ଏହି ରାଲିକୁ ବ୍ଲକ କଂଗ୍ରେସର ର ସଭାପତି ଗଜରାଜ ସିଂ ପୁଟା ଯୁବ କଂଗ୍ରେସର ସଭାପତି  ପ୍ରତୀକ ତ୍ରିବେଦୀ, ଜିଲ୍ଲା କାର୍ଯକାରୀ ସଭାପତି  ବିଜୟ କୁମାର ସ୍ୱାଇଁ, ମନୋଜ କୁମାର ତ୍ରିବେଦୀ, ଜିଲ୍ଲା ପରିଷଦ ପାଇକମାଲ ଯୋନ ସଭାପତି ମନୋଜ ପ୍ରଧାନ, ବିନୀତ କାଲିଆ,  ଆଶିଷ ଦାସ ,ଉମା ଶଙ୍କର ପ୍ରଧାନ, ପବିତ୍ର ଭୋଇ, ଚନ୍ଦୁ ପ୍ରଧାନ, ପ୍ରାଣବନ୍ଧୁ ଦାସ, ମହେନ୍ଦ୍ର ଖୁଣ୍ଟିଆ, ବିଜୟାନନ୍ଦ ପ୍ରଧାନ ଓ ପୂର୍ବତନ  ପାଇକମାଲ ପଞ୍ଚାୟତ ଅଧ୍ୟକ୍ଷ  ବିନୋଦ କୁମାର କାଲିଆ  ପ୍ରମୁଖ ପରିଚାଳନା କରଥିଲେ ।      

 

0
0
0
s2sdefault