ହେଡଲାଇନସ୍:

ଏ ଅଫିସରମାନେ  ଆମକୁ ବୁଡାଇ ଦେବେ !!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ନଗେନ୍ଦ୍ର କହିଲେ ଅଫିସରଙ୍କ ଯୋଗୁ ଆମ ହାତ ପାଣ୍ଠି ବୁଡ଼ିଲା 

ଭୁବନେଶ୍ୱର/Girija Shankar Dash  - ଅଫିସର ରାଜକୁ ନେଇ ରାଜ୍ୟରେ ଲଗାତାର ଭାବେ ଚର୍ଚ୍ଚା ଜାରି ରହିଥିବା ବେଳେ ପରୋକ୍ଷ ଭାବେ କିଛି ମନ୍ତ୍ରୀ ଓ ବିଧାୟକ ସେମାନଙ୍କ ଅସହାୟତା ପ୍ରକାଶ କରିଥିବା ବେଳେ  ଏବେ ସେଥିରେ ଇନ୍ଧନ ଯୋଗାଇଛନ୍ତି  ବିଜେଡି ସାଂସଦ ନଗେନ୍ଦ୍ର ପ୍ରଧାନ ଓ ପ୍ରସନ୍ନ ପାଟଶାଣୀ |  ଏ ଅଫିସର ମାନଙ୍କ ମତିଗତି ଯାହା , ଏମାନେ ଯେଉଁ ଢଙ୍ଗରେ କାମ କରୁଛନ୍ତି, ସେମାନେ ଆମକୁ ବୁଡ଼ାଇଦେବେ |  ଏମାନେ ସିଧା ସଳଖ ଯଦିଓ ଏହା କହିନାହାନ୍ତି, ତଥାପି ସେମାନେ ଯାହା କହିଛନ୍ତି ତାହା ଅଫିସର ମାନଙ୍କ ବିରୋଧରେ ଥିବା ସେମାନଙ୍କ ଅସନ୍ତୋଷକୁ ଜାହିର କରୁଛି |  ସେମାନଙ୍କ ସାଂସଦ ହାତ ପାଣ୍ଠି ପଇସା ଖର୍ଚ ନହେବା ପଛରେ  ଅଫିସରଙ୍କ ଅସହଯୋଗ କୁ ଦାୟୀ କରିଛନ୍ତି | ଏପରିକି ସେମାନଙ୍କର କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ହସ୍ତକ୍ଷେପ ଲୋଡ଼ିଛନ୍ତି । 

 ସାଂସଦ ପାଣ୍ଠିର ଅର୍ଥକୁ ଉପଯୁକ୍ତ ଭାବେ ବିନିଯୋଗ ନ କରିବା ଏବଂ ବିନିଯୋଗ ହେଉଥିବା ଅର୍ଥର ପ୍ରମାଣପତ୍ର ଠିକ୍ ସମୟରେ ଦିଆନଯିବାକୁ ନେଇ ସାଂସଦମାନେ ଉଦବେଗ ପ୍ରକାଶ କରିଛନ୍ତି ସାଂସଦ ନଗେନ୍ଦ୍ର ପ୍ରଧାନ । ସେ କହିଛନ୍ତି  ଯେ , ୨୦୧୪ରୁ ୨୦୧୭ ମଧ୍ୟରେ ସାଂସଦ ପାଣ୍ଠିରୁ ୧୫ କୋଟି ଟଙ୍କା ମିଳିଥିଲା ।  ସମ୍ପୃକ୍ତ ଜିଲ୍ଲାରେ ଏହି ଅର୍ଥ ଖର୍ଚ୍ଚ କରାଯାଇନାହିଁ । ସମ୍ବଲପୁର, ଅନୁଗୋଳ, ଦେବଗଡ଼ ଜିଲ୍ଲାରେ ବିନିଯୋଗ ପ୍ରମାଣପତ୍ର ଦିଆଯାଇନଥିବାରୁ ୨୦୧୭-୧୮-୧୯ ରେ ମିଳିବାକୁ ଥିବା ସାଂସଦ ପାଣ୍ଠିର ଅନୁଦାନ ଅର୍ଥ ସେମାନଙ୍କୁ ମିଳିଲାନି ବୋଲି ସାଂସଦ ଶ୍ରୀ  ପ୍ରଧାନ ଏହି ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ସହିତ ଅନ୍ୟତମ ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ ମଧ୍ୟ ଚତୁରତାପୁର୍ଣ ସହମତି ଜଣାଇଛନ୍ତି । ଯାହାଫଳରେ  ସରକାର ଏକ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ଆଉ ବିଜେଡି ସାଂସଦଙ୍କ କଥାକୁ " ଚିଟି ସତ ସତ" ବୋଲି କହିଛନ୍ତି କଂଗ୍ରେସ ଓ ବିଜେପି  | ବିଜେପିର ଉପସଭାପତି ସମୀର ମହାନ୍ତି ଏବଂ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଛନ୍ତି ଯେ, ସାଂସଦମାନେ ଯେଉଁ ଅଭିଯୋଗ ଆଣିଛନ୍ତି ତାର ବାସ୍ତବତା ରହିଛି । ଏଥିରୁ ସରକାର ଏବଂ ପ୍ରଶାସନ କଳର ଅପାରଗତା ସ୍ପଷ୍ଟ ହୋଇଛି । ଏ ସରକାରରେ ଜନ ପ୍ରତିନିଧିଙ୍କର ଅସ୍ତିତ୍ୱ ନାହିଁ । ଅଫିସର ରାଜ ଚାଲିଛି ବୋଲି ସେମାନେ କହିଥିଲେ ।

ଅବଶ୍ୟ ଏଭଳି ଅଭିଯୋଗ ନିରର୍ଥକ ବା ନିରାଧାର ନୁହେ | ଏପରି କ୍ଷୋଭ ଅନେକ ବିଧାୟକଙ୍କ ରହିଛି | ମୁହଁ ଖୋଲିବାର ସାହସ ସେମାନଙ୍କ ନାହିଁ| ଘଟଣା ଲେଖିବସିଲେ ତା ଗୋଟାଏ ପାଣ୍ଡୁଲିପି ହେବ | ହେଲେ ଆମ ନଜରକୁ ଆସିଥିବା ଏକ ଘଟଣାର ଅବତାରଣା ଆମେ ଏଠି କରିବୁ | ଏଭଳି କିଛି ପରିସ୍ଥିତି ସାମନା କରିଥିଲେ ରାଜ୍ୟ ସଭା ସାଂସଦ ସରୋଜିନୀ ହେମ୍ବ୍ରମ | ସେ ଯଦିଓ ଏ ପ୍ରସଙ୍ଗରେ କିଛି ,ଉଛନ ଖୋଲି କହିନଥିଲେ ତଥାପି ଆମର ହସ୍ତଗତ ଏକ ଚିଠି ଆଉ ବାରିପଦାର ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ଅଭିଯୋଗକୁ ଭିତ୍ତି କରି ଆମେ ଶାସକ ପ୍ରଶାସକରେ ଏକ ଖବର ପ୍ରକାଶ କରିଥିଲୁ | ଘଟଣାଟି ଆମେ କହିଦେବୁ ଦୁଇ ଧାଡିରେ | ବାରିପଦାର ପ୍ରମୁଖ ସ୍ଥାନ ବଲାଂଗୀ ମହୋତ୍ସବ ସ୍ଥଳକୁ ସଂଯୋଗ କରୁଥିବା ଏକ ରାସ୍ତା ପାଇଁ ସଂସଦ ସରୋଜିନୀ ୫ ଲକ୍ଷ ତାଙ୍କ ଅନୁଦାନ ଦେଇଥିଲେ କମିଟିର କର୍ମକର୍ତାଙ୍କ ଅନୁରୋଧ ଓ ରାସ୍ତା ମରାମତିର ଆବଶ୍ୟକତାକୁ ଉପଲବ୍ଧି କରି |  ହେଲେ ଏଭଳି କାମର ଆବଶ୍ୟକତା ନାହିଁ ବୋଲି କହି ସାଂସଦଙ୍କ ପ୍ରସ୍ତାବକୁ ବାତିଲ କରି ଦେଇଥିଲେ ତତ୍କାଳୀନ ଜିଲ୍ଲାପାଲା ଶ୍ରୀ ପୁନିଆ | ହେଲେ "ଶାସକ ପ୍ରଶାସକ.କମ" ରେ ଖବର ପ୍ରକାଶ ପାଇବା ପରେ ବୋଧ ହୁଏ ଜିଲ୍ଲାପାଳ ସେହି ରାସ୍ତା ଆବଶ୍ୟକ ଥିବା ଉପଲବ୍ଧି କରି ପରି ତାକୁ ପୁଣି ମଂଜୁର କରିଥିଲେ | 

0
0
0
s2sdefault