ହେଡଲାଇନସ୍:

ଦୀର୍ଘ ୧୦ ବର୍ଷ ଧରି ଟିଟୋର ଅପରାଧୀକ ସାମ୍ରାଜ୍ୟ କିଏ ଚଳାଉଥିଲା ? ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ : ବିଜେପି

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

‘ନେତା ଲିଂକ’କୁ ଲୁଚାଇବା ପାଇଁ ‘ବାବୁ ଲିଂକ’କୁ ଯୋଡିବାର ବିଜେଡିର ସୁଚିନ୍ତିତ ଯୋଜନା ପଦାରେ ପଡିଲା 

ଭୁବନେଶ୍ୱର /କଟକ : ଦୀର୍ଘ ୧୮ ବର୍ଷ ଭିତରେ ରାଜ୍ୟରେ ଅପରାଧୀକ ସାମ୍ରାଜ୍ୟ ବୃଦ୍ଧି ପାଇଛି । ଶାସକ ବିଜେଡି ନେତାଙ୍କ ପ୍ରତ୍ୟକ୍ଷ ପୋତ୍ସାହନରେ କୁଖ୍ୟାତ ଅପରାଧୀମାନେ କୋଟି କୋଟି ଟଙ୍କା ଆଦାୟ କରି ନିଜର ସାମ୍ରାଜ୍ୟ ବିସ୍ତାର କରିଚାଲିଛନ୍ତି । ସବୁଠୁ ଦୁଃଖ ଓ ଆଶ୍ଚର୍ଯ୍ୟର କଥା ହେଉଛି ଗୃହ ବିଭାଗର ମୁଖ୍ୟ ଖୋଦ୍ ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ଆଜି ପର୍ଯ୍ୟନ୍ତ ଟିଟୋକୁ ସୁରକ୍ଷା ଦେଇ ଚାଲିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । 

ରାଜ୍ୟ ପୋଲିସ ବିଭାଗ ପୂର୍ବରୁ ଡି-ସାମ୍ରାଜ୍ୟକୁ ନେଇ ଖୋଲତାଡ କରିଥିବାବେଳେ ଏବେ ଟି-ସାମ୍ରାଜ୍ୟକୁ ନେଇ ତଦନ୍ତ ଚଲାଇଛି । ଦୁର୍ଦ୍ଧାନ୍ତ ଅପରାଧୀ ଟିଟୋ ଉପକୂଳବର୍ତୀ ୧୦ଟି ଜିଲ୍ଲାରେ ନିଜର ସାମ୍ରାଜ୍ୟ  ବିସ୍ତାର କରି ବାଲି, ଗୋଡି, ମୋରମ, ଟେଣ୍ଡର ଫିକ୍ସିଂ, ବାଲିଘାଟ ଚାଲାଣ, ନଦୀ ବନ୍ଧ ମରାମତି ଭଳି ପ୍ରାୟ ୧୧ଟି ବିଭାଗରେ ଟେଣ୍ଡର ଫିକ୍ସିଂ କରୁଥିଲା । ଏହି କାର୍ଯ୍ୟ ପାଇଁ ଶାସକ ଦଳର ନେତା ଓ କିଛି ସରକାରୀ ଅଫିସରମାନେ ଟିଟୋକୁ ପ୍ରତ୍ୟକ୍ଷ ଭାବେ ସାହାଯ୍ୟ କରୁଥିଲେ । ଏସଟିଏଫ ଟିଟୋ ଘଟଣାର ତଦନ୍ତ କରୁଥିବା ବେଳେ କାଳେ ସବୁ ନେତା ଓ ଅଫିସର ଧରା ପଡିଯିବେ ସେଥିପାଇଁ ତୁରନ୍ତ ରାଜ୍ୟସରକାର ଭିଜିଲାନ୍ସକୁ ଦାୟୀତ୍ୱ ଦେଲେ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।  

ଟିଟୋର ଅପରାଧୀକ କେଳେଙ୍କାରୀରେ ଜଳସଂପଦ ବିଭାଗ, ପୋଲିସ ବିଭାଗ ଏବଂ ସରକାରୀ ଅଫିସରମାନଙ୍କ ସଂପୃକ୍ତି ରହିଛି । ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଗୃହବିଭାଗ ରହିଛି ଏବଂ ଦୀର୍ଘ ସମୟ ଧରି ଜଳସଂପଦ ବିଭାଗ ଥାଇ ମଧ୍ୟ ସେ କେମିତି ଏତେ ବଡ ଅପରାଧୀର ସାମ୍ରାଜ୍ୟ ସଂପର୍କରେ ଜାଣିପାରିଲେ ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ ଉଠାଇଛନ୍ତି । 

ଟିଟୋକୁ ପେଟ୍ରୋଲ ପମ୍ପ ଆବଟଂନ ପ୍ରସଙ୍ଗରେ ପୋଟ୍ରୋଲିୟମ ବିଭାଗ ସିବିଆଇକୁ ତଦନ୍ତ ନିଦେ୍ର୍ଧଶ ଦେବା ପରେ ବିଜେଡି ନେତାଙ୍କ ମନରେ ଛନକା ପଶିଛି । ସିବିଆଇ ନାଁ ଶୁଣିଲେ ବିଜେଡି ନେତାଙ୍କ ନାଭି ଚେଙ୍କି ଉଠେ । ଓଡିଶା ରାଜ୍ୟରେ ଯେତେ ଅପରାଧୀର ପୃÂଭୂମି ଦେଖିବେ ସେଥିରେ ବିଜେଡି ନେତା, କର୍ମୀ ଏବଂ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରହଆସିିଛି । ପୂର୍ବରୁ ଚିଟ୍ ଫଣ୍ଡଠୁ ଆରମ୍ଭ କରି ଡାଲି, ଖଣି, ରାସନ କାର୍ଡ ବଂଟନରେ ଅନିୟମିତତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘୋଟାଲା ଆଦିରେ ବିଜେଡିର ସଂପୃକ୍ତି ଥିବାର ପ୍ରମାଣ ମିଳିଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । 

ଟିଟୋ ଏକ କୁଖ୍ୟାତ ଅପରାଧୀ । ତାର ଅପରାଧୀକ ପୃÂଭୂମିକୁ ତଦାରଖ କରିବା ରାଜ୍ୟ ସରକାରଙ୍କ ଦାୟୀତ୍ୱ । କିନ୍ତୁ ଏଠି ରାଜ୍ୟସରକାର ଏସଟିଏଫ ହାତରୁ ତଦନ୍ତ ଭାର ଛଡାଇ ନେଇ ହଠାତ୍ ଭିଜିଲାନ୍ସକୁୁ ଦେବା ଘଟଣା ଶାସକ ଦଳର ସଂପୃକ୍ତିକୁ ସନେ୍ଦହଘରକୁ ନେଉଛି । ଟିଟୋର ନେତା ଲିଂକକୁ ଲୁଚାଇବା ପାଇଁ ବାବୁ ଲିଂକକୁ ସାମ୍ନାକୁ ଆଣିବା ଉଦ୍ଦେଶ୍ୟରେ ଭିଜିଲାନ୍ସକୁ ତଦନ୍ତ ଦାୟୀତ୍ୱ ଦିଆଯାଇଛି । ବାବୁମାନେ କ’ଣ ନେତାଙ୍କ ବିନା ନିଦେ୍ର୍ଧଶରେ କାମ କରନ୍ତି ? ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଦୋଷ ଆସିଲେ ସେ କେତେଜଣ ସରକାରରୀ ଅଫିିସର ଓ ନେତାମାନଙ୍କୁ ବଳି ପକାନ୍ତି । ପୂର୍ବରୁ ପ୍ରଶାନ୍ତ ନଦ, କମଳା ଦାସ, ପ୍ରମିଳା ମଲ୍ଲିକ ଏବଂ ସ୍ୱର୍ଗତ ନଳୀନ ମହାନ୍ତି ଭଳି ଅନେକ ନେତାଙ୍କୁ ଦଳରୁ ବାହର କରି ପୁଣି ଦଳରେ ସାମିଲ କରିବାର ନଜିର ରହିଛି । ନବୀନ ବାବୁ ଛଳନାର ମୁଖା ପିନ୍ଧି ଭେଳିକି ଦେଖାଇବାରେ ସିନ୍ଧ ହସ୍ତ । ଭିଜିଲାନ୍ସକୁ ଟିଟୋ ଘଟଣାର ତଦନ୍ତ ଭାର ଦେଇ  ତଦନ୍ତକୁ ଦିଗହୀନ କରିବା ଏବଂ ନିଜ ଦୋଷ ଲୁଚାଇବାକୁ ରାଜ୍ୟସରକାର ଅପପ୍ରୟାସ ଚଲାଇଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । 

ଯଦି ବିଜେଡି ଦଳର ସତସାହାସ ଅଛି ସିବିଆଇ ତଦନ୍ତକୁ ସ୍ୱାଗତ କରି ଘଟଣାର ତଦନ୍ତରେ ସାହାଯ୍ୟ କରି ନିର୍ମଳ ଭାବମୂର୍ତିର ପ୍ରମାଣ ଦେଖାଉ । ଅଯଥାରେ ହୀନ ରାଜନୈତିକ ଉଦ୍ଦେଶ୍ୟ  ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ଟାର୍ଗେଟ କରି ଘଟଣାକୁ ଦିଗହୀନ ନକରନ୍ତୁ ।  ଯଦି ବିଜେଡିର ସତସାହାସ ଅଛି ତେବେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହବିଭାଗ, ଭିଜିଲାନ୍ସ ଏବଂ କ୍ରାଇମବ୍ରାଂଚ ଦ୍ୱାରା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତଦନ୍ତ ପରିସରଭୂକ୍ତ କରି ଘଟଣାର ସତ୍ୟାସତ୍ୟ ଲୋକଲୋଚନକୁ ଆଣନ୍ତୁ । ଘଟଣାରେ କେନ୍ଦ୍ରମନ୍ତ୍ରୀ କି ସାଂସଦ ପ୍ରତାବ ଦେବଙ୍କର ସଂପୃକ୍ତି ରହିଛି ତାହାର ତଦନ୍ତ କରାଯାଉ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।  

ଆଗମୀ ଦିନରେ ପି-ସାମ୍ରାଜ୍ୟର ମୁଖା ଖୋଲିବ । ଏ ରାଜ୍ୟରେ ପ୍ରକୃତରେ ପି କେତେଜଣ ଅଛନ୍ତି ଏବଂ ସେମାନେ କେଉଁ ଘଟଣାରେ ସଂପୃକ୍ତି ଅଛନ୍ତି ତାହା ଖୁବଶୀଘ୍ର ପଦାକୁ ଆସିବ । ରାଜ୍ୟରେ କ୍ରିମିନାଲ ସାମ୍ରାଜ୍ୟକୁ ସୁରକ୍ଷା ଦେଇ ଚାଲିଥିବା ନେତା ଓ ଅଫିସର କିଏ, ତାହାର ଉତର ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି । 

 

 

0
0
0
s2sdefault