ହେଡଲାଇନସ୍:

ବିଜେପି ରେମୁଣା ଶାଖା ପକ୍ଷରୁ ରକ୍ତଦାନ ଶିବିର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାଲେଶ୍ୱର,(ଉଜ୍ଜ୍ୱଳ କର ): ବିଜେପି ରେମୁଣା ନିର୍ବାଚନମଣ୍ଡଳୀ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କୁକୁଡ଼ାପଦସ୍ଥିତ ଦଳୀୟ ଶାଖା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଏହି ଶିବିରକୁ ଉଦ୍ଘାଟନ କରିଥିଲେ । ରକ୍ତଦାନ ଭଳି ମହତ କାର୍ଯ୍ୟକ୍ରମରେ ବିଜେପି ଯୁବକର୍ମୀଙ୍କ ସହଯୋଗକୁ ବେଶ୍ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏହିଭଳି ଶିବିର ନିୟମିତ ଆୟୋଜନ ପାଇଁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ବିଜେପି ରାଜ୍ୟ ସମ୍ପାଦିକା ଶୋଭନା ମହାନ୍ତି, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି କମଳା ବିନ୍ଧାଣୀ, ମଣ୍ଡଳ ସଭାପତି କ୍ରିଷ୍ଣା ସାହା, ଯୁବ ମୋର୍ଚ୍ଚା ସଭାପତି ଦେବବ୍ରତ ନନ୍ଦ, ଉପ-ସଭାପତି ନିତାଇ ନାୟକ, ଜିଲ୍ଲା ପରିଷଦ ଉତ୍ସାହିତ  କରିଥିଲେ । ଡାକ୍ତର ବସନ୍ତ କୁମାର ଉପାଧ୍ୟାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଜିଲ୍ଲା ରକ୍ତଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ । ସୁକୁମାର ଦାସ, ହରେନ୍ଦ୍ର ନାୟକ, ସଂଜୟ ପାତ୍ର, ପ୍ରଦୀପ କୁମାର ଦାସ ପ୍ରମୁଖ ଏଥିରେ ଉପସ୍ଥିତ ରହି ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

 

0
0
0
s2sdefault