ହେଡଲାଇନସ୍:

ପ୍ରଧାନମନ୍ତ୍ରୀ ମୋଦିଙ୍କ ଫସଲବୀମା ଯୋଜନା କେବଳ କମ୍ପାନୀ ପ୍ରିତିରେ ଚାଲିଛି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରଧାନମନ୍ତ୍ରୀ ମୋଦିଙ୍କ ଫସଲବୀମା ଯୋଜନା କେବଳ କମ୍ପାନୀ ପ୍ରିତିରେ ଚାଲିଛି 

ବୀମା ସମୟ ସୀମା ଜୁଲାଇ ୩୧ ତାରିଖ ପରିବର୍ତ୍ତେ ଆସନ୍ତା ଅଗଷ୍ଟ ୧୫ ତାରିଖକୁ ବୃଦ୍ଧି କରାଯାଉ : କଂଗ୍ରେସ କୃଷକ ସେଲ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚରମ ଅବହେଳା ଯୋଗୁ ରାଜ୍ୟର ୧୫ଲକ୍ଷରୁ ଉର୍ଦ୍ଧ ଚାଷୀ ଗତବର୍ଷର ୧୧ଶହ କୋଟି ଟଙ୍କା ବୀମା କ୍ଷତିପୂରଣ ପାଇବାରୁ ବଂଚିତ |  ଚଳିତ ଖରିଫରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଅଗ୍ରଗତିରେ ଠପ୍ | ବୀମା ସମୟ ସୀମା ଜୁଲାଇ ୩୧ ତାରିଖ ପରିବର୍ତ୍ତେ ଆସନ୍ତା ଅଗଷ୍ଟ ୧୫ ତାରିଖକୁ ବୃଦ୍ଧି କରିବା ଓ ଚାଷୀଙ୍କୁ ଆସନ୍ତା ୭ ଦିନ ଭିତରେ ବୀମା କ୍ଷତି ପୂରଣ ଦେବାକୁ ଦାବି କଲା କଂଗ୍ରେସ କୃଷକ ସେଲ 

ଭୁବନେଶ୍ୱର- କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାରର ମିଳିତ ସଲାସୁତୁରାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ବୀମା କମ୍ପାନୀମାନେ ବିଭିନ୍ନ ଆଳ ଦେଖାଇ ଚାଷୀମାନଙ୍କୁ କ୍ଷତିପୂରଣ ରାଶି ଦେବା ପରିବର୍ତ୍ତେ ଅହେତୁକ ବିଳମ୍ବ କରି ଚାଲିଛନ୍ତି । ୨୦୧୭ ଖରିଫ ଋତୁରେ ରାଜ୍ୟର ଅନେକ ଜିଲ୍ଲାରେ ଅଦିନିଆ ବର୍ଷା, ଚକଡା ପୋକ ଓ ମରୁଡି ଯୋଗୁ ବ୍ୟାପକ ଫସଲ ନଷ୍ଟ ହୋଇ ଥିଲା ।  ସରକାରଙ୍କ ହିସାବ ଅନୁଯାୟୀ ଗତ ଏପ୍ରିଲ ୩୦ ତାରିଖ ସୁଦ୍ଧା ଫସଲ କ୍ଷତିଗ୍ରସ୍ତ ଚାଷୀମାନେ ପ୍ରାୟ ୧୭ଶହ ୨୦ କୋଟି ବୀମା କ୍ଷତିପୂରଣ ରାଶି ପାଇବା କଥା । କିନ୍ତୁ ଦୁର୍ଭାଗ୍ୟର ବିଷୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାରର ଚାଷୀଙ୍କ ପ୍ରତି ସମ୍ପୂର୍ଣ୍ଣ ଅଣଦେଖା ଓ ଶାସନର ଅପାରଗତାରେ କମ୍ପାନୀମାନଙ୍କ ସହିତ ସଲାସୁତୁରା କରି ଚାଷୀମାନଙ୍କୁ ଶୋଷଣ କରି ଚାଲିଛନ୍ତି ବୋଲି ଓଡିଶା ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ, ଆବାହକ ସୁବାଷ ରାଉତ, ଉପାଧ୍ୟକ୍ଷ ପ୍ରେମାନନ୍ଦ ସ୍ୱାଇଁ, ପ୍ରମୋଦ ପଟ୍ଟନାୟକ, ସେକ୍ ମୋବିନ୍, ରବିନାରାୟଣ ପାଣିଗ୍ରାହୀ, ଜିଲ୍ଲା ଅଧ୍ୟକ୍ଷ ବୃନ୍ଦାବନ ଖଟେଇ, କୃଷ୍ଣ ଚନ୍ଦ୍ର ନେପାକ, ଜଗନ୍ନାଥ ଜେନା, ଉମେଶ ସାହୁ, ଖଗେଶ୍ୱର ଜେନା, ନିତ୍ୟାନନ୍ଦ ପଣ୍ଡା, ସଚିଦାନନ୍ଦ ମହାକୁଡ, ଜତି ପ୍ରଧାନ, ଦୟା ସାଗର ମେଣ୍ଡଲି, ଭଗବାନ ଜେନା, ଚୈତରାମ ନାଏକ, ରଘୁନାଥ ପଲିଆ, ରବିନ୍ଦ୍ର କୁମାର ହୋତା, ଗୋବିନ୍ଦ ମିଶ୍ର, ଅରବିନ୍ଦ ସାମଲ, ଜାନକୀ କାନ୍ତ ପଟ୍ଟନାୟକ ପ୍ରମୁଖ କଂଗ୍ରେସ କୃଷକ ସେଲ୍ ପକ୍ଷରୁ ଅଭିଯୋଗ କରିଛନ୍ତି ।  

ପ୍ରଧାନମନ୍ତ୍ରୀ ମୋଦିଙ୍କ ଫସଲବୀମା ଯୋଜନା କେବଳ କମ୍ପାନୀ ପ୍ରିତିରେ ଚାଲିଛି । ଯାହାର ଏକ ନିଚ୍ଛକ ନମୁନା ଚଳିତ ଖରିଫରେ ଅନୁକୁଳ ପାଣିପାଗ ସତ୍ୱେ ଚାଷୀ ଗତ ବର୍ଷ ବୀମା କ୍ଷତିପୂରଣ ପାଇବାର ଆଶଙ୍କା ଥିବାରୁ ଚଳିତବର୍ଷ ଫସଲ କ୍ଷତିପୂରଣ ପାଇଁ ବୀମା କରିବାକୁ ନାରାଜ । ରାଜ୍ୟ ସରକାର ଚଳିତ ଖରିଫରେ ୨୨ଲକ୍ଷ ଋଣୀ ଓ ୩ଲକ୍ଷ ଅଣଋଣୀ ଚାଷୀଙ୍କୁ  ଫସଲ ବୀମାଭୂକ୍ତ କରିବା ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ଗତବର୍ଷ ବୀମା ଟଙ୍କା ବଂଟନର ଅହେତୁକ ବିଳମ୍ବ ଯୋଗୁ ତାହା ସମ୍ପୂର୍ଣ୍ଣ ଫେଲ୍ ମାରିଛି ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଛନ୍ତି ।  ରାଜ୍ୟ ସରକାର ବର୍ତମାନ ସୁଦ୍ଧା ଚାଷୀଙ୍କ ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରିବାରେ କାଳକ୍ଷେପଣ ନୀତି ଅବଲମ୍ବନ କରିଧର୍ମକୁ ଆଖିଠାର ସଦୃଶ ବୀମା କମ୍ପାନୀମାନଙ୍କୁ ୧୫ ଦିନିଆ କଂଟ ସଦୃଶ ସମୟସୀମା ବୃଦ୍ଧି କÿରୁଛନ୍ତି । ଅପର ପକ୍ଷରେ ସରକାରଙ୍କ କୃଷି, ରାଜସ୍ୱ ଓ ଯୋଜନା ପରିସଂଖ୍ୟାନ ବିଭାଗର ସମନ୍ୱୟ ନ ଥିବା ଓ ଫସଲ କଟା ରିପୋର୍ଟ ଠିକଣା ଭାବରେ ସରକାର ପ୍ରସ୍ତୁତ କରି ନ ଥିବାରୁ କମ୍ପାନୀମାନେ ଏହାର ଫାଇଦା ନେଉଛନ୍ତି ବୋଲି ପ୍ରଦେଶ କଂଗ୍ରେସ କୃଷକ ସେଲ୍ ପକ୍ଷରୁ ଅଭିଯୋଗ କରାଯାଇଛି । ଉଭୟ ସରକାର କାଳବିଳମ୍ବ ନ କରି ବୀମା କମ୍ପାନୀଗୁଡିକୁ ତାଗିଦ୍ କରିବା ସହିତ ଚାଷୀମାନଙ୍କୁ ସେମାନଙ୍କର ଗତ ବର୍ଷର ବକେୟା ବୀମା କ୍ଷତିପୂରଣ ରାଶି ତୁରନ୍ତ ପ୍ରଦାନ ଓ ବୀମା ଧାର୍ଯ୍ୟ ସମୟ ସୀମା ଜୁଲାଇ ୩୧ ତାରିଖ ପରିବର୍ତେ ଆସନ୍ତା ଅଗଷ୍ଟ ୧୫ ତାରିଖକୁ ବୃଦ୍ଧି କରିବାକୁ କଂଗ୍ରେସ କୃଷକ ସେଲ୍ ପକ୍ଷରୁ ଦୃଢ ଦାବି କରାଯାଇଛି ।

 

 

 

 

0
0
0
s2sdefault