ହେଡଲାଇନସ୍:

ରାଜ୍ୟ ସରକାରଙ୍କ ଋଣଭାର ଦିନକୁୁ ଦିନ ବଢ଼ାଉଥିବା ବିଜେଡି ସରକାର ଗରୀବଙ୍କ ସରକାର ନୁହେଁ ବରଂ ଗରିବୀ ବୃଦ୍ଧି କରିବା ସରକାର : ବିଜେପି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର,:  ରାଜ୍ୟ ସରକାର ଋଣ ଶୁଝିବା ପରିବର୍ତେ ଦିନକୁ ଦିନ ଅଧିକରୁ ଅଧିକ ଋଣ କରି ରାଜ୍ୟରେ ଜନ୍ମ ନେଉଥିବା ନବଜାତ ଶିଶୁ ଉପରେ ଋଣ ଭାର ଲଦି ଚାଲିଛନ୍ତି । ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଅଭାବ କାରଣରୁ ରାଜ୍ୟ ଦିନକୁ ଦିନ ଅବନତି ଆଡକୁ ଗତି କରୁଛି । ଗୋଟିଏ ପଟେ ରାଜ୍ୟସରକାର ଋଣଭାରରେ ବୁଡି ରହିଥିବାବେଳେ ଅନ୍ୟପଟେ କୋଟି କୋଟି ଅର୍ଥ ବ୍ୟୟରେ ନିଜର ଆତ୍ମପ୍ରଚାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ କହିବା ସହ କ୍ଷୋଭ ପ୍ରକାଶ କରିଛନ୍ତି । 

ଦୀର୍ଘ ୧୮ ବର୍ଷ ଶାସନ ଭିତରେ ରାଜ୍ୟ ସରକାରଙ୍କ ଗୋଟିଏ ବି ଯୋଜନା ଫଳପ୍ରଦ ହୋଇ ପାରିଲା ନାହିଁ । ସାଧାରଣ ଲୋକଙ୍କ ନାଁରେ ଯୋଜନା କରି ନିଜ ଦଳୀୟ ନେତାଙ୍କୁ ପ୍ରତ୍ୟକ୍ଷ ଭାବେ ରାଜ୍ୟସରକାର ସାହାଯ୍ୟ କରିଚାଲିଛନ୍ତି । ‘ବିଜୁ ପକ୍କା ଘର’, ‘ବିଜୁ ଯୁବବାହିନୀ’, ‘ଆମ ଗାଁ ଆମ ବିକାଶ’ ଭଳି ଅନେକ ଯୋଜନା ଗରିବ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ଥିବାବେଳେ ଶାସକ ବିଜେଡିର ନେତା ଏବଂ କାର୍ଯ୍ୟକର୍ତାମାନେ ପିସି ନେଇ ନିଜ ଦଳୀୟ କର୍ମୀମାନଙ୍କୁ ଯୋଜନାର ଲାଭ ପହଂଚାଉଛନ୍ତି । ସେହିପରି ସାଧାରଣ ଜନତାଙ୍କୁ ଉତମ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିଥିବାବେଳେ ରାଜ୍ୟ ସରକାର ରାଜନୈତିକ ମନ୍ଦ ଉଦେ୍ଧଶ୍ୟ ରଖି ଏହି ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ବାରଣ କରିଦେଇଛନ୍ତି । ଗୋଟିଏ ପଟେ ରାଜ୍ୟର ଆର୍ଥକ ସ୍ଥିତି ଭଲ ନଥିବାବେଳେ ଅନ୍ୟ ପଟେ ପ୍ରଚାର ସର୍ବସ୍ୱ ଶାସକ ବିଜେଡି ଦଳୀୟ ନାଁକୁ ବ୍ୟବହାର କରି ଏକ ସମାନ୍ତରାଳ ସ୍ୱାସ୍ଥ୍ୟଭିତିକ ଯୋଜନାର ଶୁଭାରମ୍ଭର ଯଥାର୍ଥତା କେତେ ବୋଲି ପ୍ରଶ୍ନ କରିବା ସହ ‘ବିଜେଡି ସରକାର ଗରୀବଙ୍କ ସରକାର ନୁହେଁ ବରଂ ଗରିବୀ ବୃଦ୍ଧି କରିବା ସରକାର’ ବୋଲି ସ୍ପଷ୍ଟ ହୋଇଥିବାର ଶ୍ରୀ ହରିଚନ୍ଦନ କହିଛନ୍ତି । 

ଚଳିତ ବର୍ଷର ସର୍ବଶ୍ରେÂ ବ୍ୟୟ ବହୁଳ ପ୍ରଚାର ସର୍ବସ୍ୱ ଯୋଜନା ହେଉଛି ‘ଆମ ଗାଁ ଆମ ବିକାଶ’ । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେସିଂ ମାଧ୍ୟମରେ ସଚିବାଳୟରେ ବସି ରହି ୫୦୦ କୋଟିରୁ ଉର୍ଦ୍ଧ କୋଟି ଟଙ୍କା ବଂଟନ କରିବା କେବଳ ଭୋଟବ୍ୟାଙ୍କ ରାଜନୀତି । ଗାଁର ବିକାଶ ସଚିବାଳୟରେ ବସି କରାଯାଏ ନାହିଁ । ଜନପ୍ରତିନିଧୀମାନଙ୍କୁ ସ୍ୱାଧୀନତା ନଦେଇ ନିଜ ଦଳୀୟ କର୍ମୀଙ୍କ ମାଧ୍ୟମରେ ଗାଁ ର ବିକାଶ ହୁଏ ନାହିଁ । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟସରକାରଙ୍କ ଏହା ଏକ ଭେଳିକି । ସଂଘୀୟ ବ୍ୟବସ୍ଥାରେ ବିଶ୍ୱାସ ନକରି ମୁଖ୍ୟମନ୍ତ୍ରୀ ଜନପ୍ରତିନିଧୀମାନଙ୍କର ଅଧିକାର ଛଡାଇନେବା ସାମନ୍ତବାଦୀର ପରିଚୟ ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି ।

ରାଜ୍ୟର ବିକାଶ ହେଲେ ରାଜସ୍ୱ ବୃଦ୍ଧି ପାଏ । ରାଜ୍ୟରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଲଗାଇ ରାଜସ୍ୱ ବୃଦ୍ଧି କରିବା ପାଇଁ ଋଣ କରାଯାଏ ଏବଂ ରାଜସ୍ୱ ଆସିଲା ପରେ ଋଣ ପରିଶୋଧ କରାଯାଏ । କିନ୍ତୁ ଏଠି ମୁଖ୍ୟମନ୍ତ୍ରୀ କୋଟି କୋଟି ଅର୍ଥ ଋଣ କରି କେବଳ ‘ବିଜୁ - ନବୀନ’ ବ୍ରାଣ୍ଡକୁ ନେଇ ନିଜର ଆତ୍ମ ପ୍ରଚାର କଲେ ରାଜସ୍ୱ କିପରି ବୃଦ୍ଧି ପାଇବ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ ଉଠାଇଛନ୍ତି ।  

ନବୀନ ପଟ୍ଟନାୟକ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଦାୟୀତ୍ୱ ଗ୍ରହଣ କରିବା ସମୟରେ ରାଜ୍ୟର ଋଣଭାର ୧୮୦୦୦ କୋଟି ଟଙ୍କା ଥିଲା । ବର୍ତମାନ ଏହି ଋଣଭାର ୯୦୦୦୦ କୋଟି ଟଙ୍କାକୁ ପହଂଚିଲାଣି । ତେଣୁ ବର୍ତମାନ ପରିସ୍ଥିତିରେ ରାଜ୍ୟରେ ଜଣେ ନବଜାତ ଶିଶୁ ପାଖାପାଖି ୨୦ ହଜାର ଟଙ୍କାରୁ ଉର୍ଦ୍ଧ ଋଣ ବୋଝ ମୁଣ୍ଡରେ ଧରି ଜନ୍ମ ନେଉଛି । ପ୍ରତିବର୍ଷ ରାଜ୍ୟସରକାର ଅତି କମରେ ୧୨ରୁ ୧୫ ହଜାର କୋଟି ଟଙ୍କା ଋଣ କରିଚାଲିଛନ୍ତି । ଏହି ଋଣଭାର ଦିନକୁୁ ଦିନ ବୃଦ୍ଧି ପାଇ ଚାଲିଥିବା ସମୟରେ ଏହି ଋଣବୋଝକୁ ରୋକିବା ପାଇଁ ରାଜ୍ୟସରକାର କୌଣସି ଠୋସ୍ ପଦକ୍ଷେପ ନନେବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା । ରାଜ୍ୟର ନିଜସ୍ୱ ରାଜସ୍ୱ ଦିନକୁ ଦିନ ହ୍ରାସ ପାଉଛି । ଏପରିକି ସରକାରୀ କର୍ମଚାରୀଙ୍କୁ ବେତନ ଯୋଗାଇଦେବାରେ ରାଜ୍ୟର ନିଜସ୍ୱ ରାଜସ୍ୱ ନିଅଂଟ ପଡୁଛି । ରାଜ୍ୟସରକାର ସର୍ବଦା କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରି ଚାଲିଛନ୍ତି । ଅନ୍ୟପଟେ ରାଜ୍ୟସରକାର ଖୋଲା ବଜାରରୁ ଋଣକରି ଦଳୀୟ ସ୍ୱାର୍ଥରେ ବିନିଯୋଗ କଲେ ରାଜ୍ୟର ବିକାଶ କିପରି ହେବ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି 

0
0
0
s2sdefault