ହେଡଲାଇନସ୍:

ରାଣୀତାଲ ଦୁର୍ଘଟଣା ମୃତକଙ୍କ ପରିବାରକୁ ସମବେଦନା ଜଣାଇଲା  ଜିଲ୍ଲା କଂଗ୍ରେସ : ପ୍ରତି ମୃତକଙ୍କୁ ୧୦ଲକ୍ଷ ଟଙ୍କା କ୍ଷତି ପୂରଣ ଓ ଫ୍ଲାଏ ଓଭରବ୍ରିଜ ପାଇଁ ଦାବୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

23-07-18-bhadrak.jpg - 78.43 kB

ଭଦ୍ରକ /ସତ୍ୟଭୂଷଣ ସ୍ୱାମୀ - ଗତ ୧୯ ତାରିଖ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ଜଣ ନୀରିହ ନିଷ୍ପାପ ପିଲାଙ୍କ ମୃତ୍ୟୁ ପରେ ଜିଲ୍ଲା କଂଗ୍ରେସ ମୃତକଙ୍କ ପରିବାକୁ ଭେଟି ସମବେଦନା ଜଣାଇଛି । ଜିଲ୍ଲା କାର୍ଯ୍ୟକାରୀ ସଭାପତି ନଳିନୀକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସର କର୍ମକର୍ତ୍ତାମାନେ ଅସୁରା ଗ୍ରାମକୁ ଯାଇଥିଲେ । ସେଠାରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ଯାଇ ଏଭଳି ଏକ ଦୁର୍ଘଟଣା ଈଶ୍ୱରଙ୍କ ବରାଦ ଥିଲା ବୋଲି କହି ସାନ୍ତ୍ୱନା ଦେଇଥିଲେ । ପରେ ଏ ସଂପର୍କରେ ସାମ୍ବାଦିକଙ୍କୁ ସୂଚନା ଦେଇ ଶ୍ରୀ ମହାନ୍ତି କହିଥିଲେ ଯେ ପ୍ରଶାସନର ଦୁର୍ଘଟଣା ପରେ ଚେତା ପଶିଛି । ରାଜପଥ ପାଶ୍ୱର୍ରେ ଥିବା ସ୍କୁଲ ଗୁଡିକର ପ୍ରଧାନ ଶିକ୍ଷକଙ୍କୁ ଡକାଇ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ନେଇ ଆଲୋଚନା କରିଛି, ଯାହା ବହୁ ପୂର୍ବରୁ କରିବାର ଥିଲା । ତେବେ ସେ କଥା ଠାରୁ ବଡ କଥା ଭାବେ  ମୃତକଙ୍କ ପରିବାରକୁ ସରକାର ଯେଉଁ ୪ ଲକ୍ଷ ଟଙ୍କା ଦେଇଛନ୍ତି ତାହା ବାସ୍ତବିକରେ କେବଳ ଅନୁକମ୍ପା ଦେଖାଇବା ବ୍ୟତୀତ ଆଉ କିଛି ନୁହେଁ । ସର୍ବନିମ୍ନ ପ୍ରତି ମୃତକଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ଶ୍ରୀ ମହାନ୍ତି ଦାବୀ କରିଥିଲେ । ଏହାଛଡା ଆଖୁଆପଦା ଠାରୁ ରାଣୀତାଲ ମଧ୍ୟରେ ଅତି ସମ୍ବେଦନଶୀଳ ଛକ, ବାଇପାସଗୁଡିକ  ଠାରେ ଫ୍ଲାଏ ଓଭରବ୍ରିଜ କରିବାକୁ ଦାବୀ ଉପସ୍ଥାପନ କରିଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ଚରମ୍ପା ମହାବିଦ୍ୟାଳୟ ଗେଟ ପର୍ଯ୍ୟନ୍ତ ଯାଇଥିବା ସବୁ ରୁଟକୁ  ରାଣୀତାଲ ପର୍ଯ୍ୟନ୍ତ ବୃଦ୍ଧି ଓ ରାଣୀତାଲ ଛକରେ ଅଣ୍ଡରପାଶ୍ କରାଯିବାକୁ ଶ୍ରୀ ମହାନ୍ତି ଦାବୀ କରିଥିଲେ । ଦଳର କର୍ମକର୍ତ୍ତା ଭଦ୍ରକ ମେଡିକାଲକୁ ଯାଇ ଆହତମାନଙ୍କୁ ଭେଟି ସେମାନଙ୍କ ଚିକିତ୍ସାର ଅଗ୍ରଗତି ସଂପର୍କରେ ପଚାରି ବୁଝିଥିଲେ । ବିଶେଷ କରି କଟକରେ ଚିକିତ୍ସାଧୀନ ଥିବା ଶୀତଳ ସାହୁର ଚିକିତ୍ସାରେ ବ୍ୟାପକ ଅନିୟମିତତା ହେଉଛି । ଭଦ୍ରକରେ ଚିକିତ୍ସାଧୀନଙ୍କ ଚିକିତ୍ସା ମଧ୍ୟ ସନ୍ତୋଷ ଜନକ ନୁହେଁ । ପ୍ରଶାସନ ଦେଇଥିବା ପ୍ରତିଶୃତି ପାଳନ କରୁ ନ ଥିବା ନେଇ ମହାନ୍ତି ଉଦବେଗ ପ୍ରକଟ କରିଥିଲେ । ଚିକିତ୍ସାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ, ଆବଶ୍ୟକ ପଡିଲେ ଆଗାମୀ ଦିନରେ ଏ ନେଇ କଂଗ୍ରେସ ଆନେ୍ଦାଳନ କରିବ ବୋଲି ଶ୍ରୀ ମହାନ୍ତି ଚେତାବନୀ ଦେଇଛନ୍ତି ।  ମୃତକଙ୍କ ପରିବାରକୁ ଭେଟିବାକୁ ଯାଇଥିବା ଅନ୍ୟ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ବସନ୍ତ କୁମାର ଲେଙ୍କା, ଭଦ୍ରକ ପୌରପାଳିକା କାଉନସିଲର ଅସରଫ୍ ଅଲ୍ଲୀ ଖାଁ, ଅତୁଲ୍ୟ ନାୟକ, ରାହାଞ୍ଜ ସମବାୟ ସିମତିର ସଭାପତି ଜୀତେନ୍ଦ୍ର ସାହୁ, ଅଞ୍ଜନ କୁମାର ଲେଙ୍କା, ସମ୍ବିତ ପରିଡା, ଶିବପ୍ରାସ ମାଝୀ, କୃଷ୍ଣ ଚନ୍ଦ୍ର ସାହୁ, ରାଜକିଶେଶର ସାହୁ, ଗଣପତି ବେହେରା, ବିଦ୍ୟାଧର ବେହେରା, ପ୍ରଦିପ ନାୟକ ପ୍ରମୁଖ ସାମିଲ ଥିଲେ । 

0
0
0
s2sdefault