ହେଡଲାଇନସ୍:

ନରସିଂହ ମିଶ୍ର ଭୁଲକଥା କହି ବିଭ୍ରାନ୍ତ କରୁଛନ୍ତି : ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • କଂଗ୍ରେସ ବିଧାୟକମାନେ ବିଜେପି ବିଧାୟକଙ୍କ ସହିତ ମିଶି ବିଧାନସଭାକୁ ଚଳାଇଦେଉନାହାନ୍ତି
  • ଗୃହ ଚଳାଇବାକୁ କଂଗ୍ରେସ ରାଜି ଅଛି କହିବା ଦୁର୍ଭାଗ୍ୟଜନକ

ଭୁବନେଶ୍ୱର: କଂଗ୍ରେସ ଗୃହ ଚଳାଇବାକୁ ରାଜି ଅଛି ବୋଲି ଶ୍ରୀ ନରସିଂହ ମିଶ୍ର କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କାରଣ ସାରା ଓଡିଶା ଦେଖୁଛି କଂଗ୍ରେସ କିଭଳି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି ଏବଂ ଗୃହ ଚାଲିବାକୁ ଦେଉନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ।
ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାୟକ କହିଛନ୍ତି ଯେ ଓଡ଼ିଶା ବିଧାନସଭା ଅଧିବେଶନର ପ୍ରଥମ ଦିନରୁ କଂଗ୍ରେସ ବିଧାୟକମାନେ ବିଧାନସଭାରେ ବିଧାୟକଙ୍କୁ ପୂରାଇ ନଦେବାକୁ ଚେଷ୍ଟା କରିଥିଲେ । କଂଗ୍ରେସ ବିଧାୟକମାନେ ବିଜେପି ବିଧାୟକଙ୍କ ସହିତ ମିଶି ଓଡ଼ିଶା ବିଧାନସଭାକୁ ଚଳାଇବାକୁ ଦେଉନାହାନ୍ତି । ସାରା ଓଡିଶା ଏହାକୁ ଦେଖୁଛି । ରାଜ୍ୟ ସରକାର ଜଣେ କାର୍ଯ୍ୟରତ ବିଚାରପତି କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କ ମାଧ୍ୟମରେ ତଦନ୍ତ କରିବାକୁ ଓଡିଶା ହାଇକୋର୍ଟଙ୍କୁ ପତ୍ର ଲେଖିଥିଲେ । ଓଡିଶା ହାଇକୋର୍ଟ ଜଣେ ଅବସରପ୍ରାପ୍ତ ଜିଲ୍ଲା ଜଜଙ୍କୁ ନିଯୁକ୍ତ କରିଛନ୍ତି । ଆମେ ସମସ୍ତେ ମାନ୍ୟବର ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବା ଉଚିତ ଏବଂ ଯଦି ଶ୍ରୀ ମିଶ୍ରଙ୍କର କୌଣସି ମତଭେଦ ଅଛି ତେବେ ସେ ଅଦାଲତଙ୍କ ନିକଟକୁ ଯାଇପାରିବେ ।
ଶ୍ରୀ ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି ଯେ ଓଡ଼ିଶା ସରକାର ଜଣେ ଅବସରପ୍ରାପ୍ତ ଜିଲ୍ଲା ଜଜଙ୍କ ପାଇଁ କହିଥିଲେ ଯାହା ଭ୍ରମାତ୍ମକ ଏବଂ ଭୁଲ୍ ବୋଲି ଶ୍ରୀ ନାୟକ କହିଛନ୍ତ । ଆମେ ତାଙ୍କୁ ତଥ୍ୟ ଯାଞ୍ଚ କରିବାକୁ ଅନୁରୋଧ କରୁଛୁ । ପ୍ରମାଣ ନଷ୍ଟ ହେବାର ଅଭିଯୋଗ ହେଉଛି ଏକ ରାଜନୈତିକ ଅଭିଯୋଗ ଯାହା ଶୁଣାକଥା ଏବଂ ଧାରଣାକୁ ଆଧାର କରି ସାମ୍ବାଦିକ ସମ୍ମିଳନୀକୁ ସମ୍ବେଦନଶୀଳ କରିବା ପାଇଁ ହୋଇଥିବା ଜଣାପଡିଛି । ଆମେ ଶ୍ରୀ ନରସିଂହ ମିଶ୍ରଙ୍କୁ ଅନୁରୋଧ କରୁଛୁ ଯଦି ଏ ବାବଦରେ ତାଙ୍କ ନିକଟରେ କୌଣସି ପ୍ରମାଣ ଅଛି ତେବେ ଶ୍ରୀ ମିଶ୍ର କୋର୍ଟଙ୍କ ନିକଟକୁ ଯାଇପାରିବେ ବୋଲି ଶ୍ରୀ ନାୟକ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଅନ୍ୟତମ ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ ଉପସ୍ଥିତ ଥିଲେ ।

 

0
0
0
s2sdefault