ପାଟଣାଗଡ଼, (ଯତୀନ୍ଦ୍ର ନନ୍ଦ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜେଡିର ଶକ୍ତିବୃଦ୍ଧି ହୋଇ ଚାଲିଛି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନକଲ୍ୟାଣ କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହେବାସହ ପାଟଣାଗଡ ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ସରୋଜ କୁମାର ମେହେରଙ୍କ ବାରମ୍ବାର ଜନହିତକର କାମକୁ ଆଖିଆଗରେ ରଖି ପାଟଣାଗଡ ବ୍ଲକ ଡାଙ୍ଗବାହାଲ ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ରତିକାନ୍ତ ଭୋଇ, ନାୟବ ସରପଞ୍ଚ ଚନ୍ଦ୍ରକାନ୍ତ ବିଶ୍ୱାଳ ବିଜେପି ଛାଡି ବିଜେଡି ଦଳରେ ବିଧାୟକଙ୍କ ଉପସ୍ଥିତରେ ଯୋଗଦାନ କରିଛନ୍ତି l
ଅପର ପଟେ ବହୁ ଚର୍ଚ୍ଚିତ ଉକ୍ତ ପଞ୍ଚାୟତର ଯୁବନେତା ଆଲୋକ କୁମାର ପାଣିଗ୍ରାହୀଙ୍କର ମଧ୍ୟ ଘରବାହୁଡା଼ ହୋଇଛି | ସୂଚନାରୁ ପ୍ରକାଶ,ପୂର୍ବରୁ ଶ୍ରୀ ପାଣିଗ୍ରାହୀ ବିଜେଡି ବ୍ଲକ ସଭାପତି,ଯୁବ ମୋର୍ଚ୍ଚା ବ୍ଲକ ସଭାପତି ମଧ୍ୟ ଥିଲେ | ତାଙ୍କ ସ୍ତ୍ରୀ ବିଜେଡି ରୁ ୨୦୧୭ ରେ ଜୋନ-୧୪ରୁ ଜିଲ୍ଲା ପରିଷଦ ପ୍ରାଥୀ ଥିଲେ | କୌଣସି କାରଣ ବଶତଃ ୨୦୧୯ ନିର୍ବାଚନ ପରେ ବିଜେଡି ଛାଡି ଶ୍ରୀ ପାଣିଗ୍ରାହୀ ବିଜେପିରେ ଯୋଗ ଦେଇ ଥିଲେ l ବର୍ଷେ ପୂର୍ବରୁ ବିଜେପି ଛାଡି କିଛିଦିନର ନୀରବତା ପରେ ପୁଣି ବିଜେଡିକୁ ଘର ବାହୁଡା଼ ହୋଇଛି!ଏଇ ଯୋଗଦାନ ଶିବିରରେ ପ୍ରାୟ ୫୦ଜଣ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଥିବାର ଜଣାଯାଇଛି | ଏହି ଅବସରରେ ସମସ୍ତଙ୍କୁ ବିଧାୟକ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ! କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି ସିମାଞ୍ଚଳ ପଧାନ, ଗୋବିନ୍ଦ ମେହେର, ଅରକ୍ଷିତ ଡନସେନା, ପବନ ବାରିକ, ବିଭୁତି ସାହୁ ଆଦି ଯୋଗ ଦେଇଥିଲେ ଅଂଶ ଗ୍ରହଣ କରିଥିଲେ |