ହେଡଲାଇନସ୍:

ରନ୍ଧନ ଗ୍ୟାସର ଦର ବୃଦ୍ଧି ବିରୁଦ୍ଧରେ ବିଜେଡି ତରଫରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରନ୍ଧନ ଗ୍ୟାସର ଦର ବୃଦ୍ଧି ନେଇ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ମହିଳା , ବିଜୁ ଯୁବ ଓ ବିଜୁ ଛାତ୍ର ଜନତା ଦଳ ତରଫରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ବିଜେଡି ଜିଲ୍ଲା ସଭାପତି ପୁର୍ଣ୍ଣବାସୀ ନାୟକଙ୍କ ନେତୃତ୍ୱରେ ମହିଳାମାନେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରି କେନ୍ଦ୍ର ସରକାର ବାରମ୍ବାର ରନ୍ଧନ ଗ୍ୟାସ ଦର ବୃଦ୍ଧି କରିବା ପ୍ରତିବାଦରେ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସମାଲୋଚନା କରିଥିଲେ ।
ମହିଳା ବିଜେଡି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ୟାସ ପରିବର୍ତ୍ତେ ସାଧାରଣ ମାଟି ଚୁଲା ଓ ମାଟି ହାଣ୍ଡିରେ ରୋଷେଇର ଡମି ପ୍ରଦର୍ଶନ କରାଯାଇଥିଲା ।
ଏହା ପରେ ମହିଳା ବିଜେଡି ଜିଲ୍ଲା ସଭାପତି ପୁର୍ଣ୍ଣବାସୀ ନାୟକଙ୍କ ନେତୃତ୍ୱରେ ବିଜେଡି ନେତ୍ରୀ ତନୁଜା ଶତପଥୀ , ସଂଜୁକ୍ତା ବେହେରା , ଶାନ୍ତି ଜେନା ପ୍ରମୁଖ ରଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ଗଜପତି ଏଡିଏମ ସଂଗ୍ରାମ ଶେଖର ପଣ୍ଡାଙ୍କ ଜରିଆରେ ପ୍ରଦାନ କରିଥିଲେ । ବିଜେଡିର ଏହି ଧାରଣା ଓ ବିକ୍ଷୋଭରେ ଗଜପତି ଜିଲ୍ଲା ସଭାପତି ପ୍ରଦୀପ ନାୟକ , ଜିଲ୍ଲା ବିଜେଡି ଯୁବ ସଭାପତି ଏସ.ଲିଙ୍ଗରାଜ , ବରିଷ୍ଠ ବିଜେଡି ନେତା ବସନ୍ତ ଦାସ ,ଏଲ.କେ.ପରିଚ୍ଛା , ଜମିଦାର ପଟ୍ଟନାୟକ , ସତ୍ୟନାରାୟଣ ରାଜଗୁରୁ , ଏନ.ଶଙ୍କର ପ୍ରମୁଖଙ୍କ ସମେତ ବହୁ କର୍ମୀ ଓ ନେତା ଯୋଗ ଦେଇଥିଲେ ।

0
0
0
s2sdefault