ହେଡଲାଇନସ୍:

ମୁହଁ ଖୋଲିଲେ ନରସିଂହ : ସିବିଆଇ ରାଜନୀତିକ ବ୍ୟକ୍ତିଙ୍କୁ ସୁରକ୍ଷା ଦେଉଛି ନାଁ ଚୋର ଧରୁଛି ???

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

20-07-18-tito.jpg - 68.31 kB

 "ଅପରାଧରେ ଜଡ଼ିତ ଲୋକଙ୍କୁ ଆଇଓସିଏଲ୍ କେମିତି ପେଟ୍ରୋଲପମ୍ପ ଦେଲା କେମିତି "  

ବଲାଙ୍ଗୀର/ ବ୍ୟୁରୋଚିଫ ନିରୋଜ ମିଶ୍ର :  ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧିକ ସାମ୍ରାଜ୍ୟକୁ ନେଇ ରାଜ୍ୟ ରାଜନୀତିରେ ଊଥଳ ପୂଥଳ  ଚାଲିଥିବା  ବେଳେ ବିଜେପି ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି | ହେଲେ ଏହି ଘଟଣାରେ ମୁହଁ ଖୋଲିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର | ସେ କହିଛନ୍ତି ଯେ  ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧିକ ସାମ୍ରାଜ୍ୟକୁ ଧରିବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିଲା ବେଳେ ପେଟ୍ରୋଲପମ୍ପ ହାତେଇବା ଘଟଣା ନେଇ ସିବିଆଇ ତଦନ୍ତ ନିର୍ଦ୍ଦେଶ କେନ୍ଦ୍ର ସରକାର ଦେଇଛନ୍ତି । ଏହି ଘଟଣାକୁ ନେଇ ଏବେ ରାଜନୀତିକ ପ୍ରତିକ୍ରୀୟା ପ୍ରକାଶ ପାଇଛି । ଟିଟୋ ଭଳି ଜଣେ କୁଖ୍ୟାତ ଅପରାଧୀ କିଭଳି ଭାବରେ ପେଟ୍ରୋଲପମ୍ପ ପାଇଲେ ସେଥିନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ ଉଠାଇଛନ୍ତି । ଶ୍ରୀ ମିଶ୍ର କହିଛନ୍ତି ସିବିଆଇ ସବୁବେଳେ ୨ଟି ଭୂମିକା ଗ୍ରହଣ କରୁଛି । ରାଜନୀତିକ ବ୍ୟକ୍ତିଙ୍କୁ ସୁରକ୍ଷା ଦେଉଛି ନାଁ ଚୋର ଧରୁଛି ତାହା ବୁଝାପଡୁନି । ଅପରାଧରେ ଜଡ଼ିତ ଲୋକଙ୍କୁ ଆଇଓସିଏଲ୍ କେମିତି ପେଟ୍ରୋଲପମ୍ପ ଦେଲା ତାହା ହେଉଛି ସବୁଠାରୁ ବଡ଼ କଥା ବୋଲି ଶ୍ରୀ ମିଶ୍ର କହିଛନ୍ତି ।

 

 

0
0
0
s2sdefault