ହେଡଲାଇନସ୍:

ମାହାଙ୍ଗା : ହସୁଛି ଶଙ୍ଖ , ଖସୁଛି ପଦ୍ମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାହାଙ୍ଗାରେ ବିଜେପିରେ ବଢୁଛି ଅସନ୍ତୋଷ : ଦଳ ଛାଡି ବିଜେଡି ରେ ମିଶୁଛନ୍ତି ବିଜେପି ନେତା

ନିଶ୍ଚିନ୍ତକୋଇଲି (ଶାସକ ପ୍ରଶାସକ): ଆଗକୁ ନିର୍ବାଚନ ରହିଥିବା ହେତୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଯାଇଛି ରାଜନୈତିକ ଅଙ୍କ କଷା । ଲୋକମାନଙ୍କ ପାଇଁ କାମ କରିଥିବା ନେତା ଆରମ୍ଭ କରିଦେଲେଣି ବିଭିନ୍ନ ସଭା,ସମ୍ମିଳନୀ,ବିକ୍ଷୋଭ,ଆନ୍ଦୋଳନ ଆଦି ବିଭିନ୍ନ ପ୍ରକାର ରାଜନୈତିକ କାର୍ଯ୍ୟମାନ । କିନ୍ତୁ ସବୁ ପରେ ଆଗକୁ ନିର୍ବାଚନ ରହିଥିଲେ ମଧ୍ୟ ରାଜନୀତି କ୍ଷେତ୍ରରେ ବିଜେପି ଦଳୀୟ ସଂଗଠନ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ବ୍ଲକ ଅଂଚଳରେ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଯାହାଫଳରେ ବହୁ ଆଗଧାଡ଼ିର ବିଜେପି ନେତା ପଦ୍ମ ଛାଡ଼ି ଶଙ୍ଖ ଧରୁଥିବାର ଦେଖିବାକୁ ମିଳିଛି । ଏଠାରେ ସୂଚନାଯୋଗ୍ୟ ମାହାଙ୍ଗା ବିଜେପି ନେତାଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ବିଗତ ଅଳ୍ପ ମାସ ମଧ୍ୟରେ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରୁ ତିନି ତିନି ଜଣ ବିଜେପି ଆଗଧାଡ଼ିର ନେତା ଦଳ ପରିତ୍ୟାଗ କରିଥିଲା ବେଳେ ବହୁ ବିଜେପି କର୍ମୀ ମଧ୍ୟ ଦଳ ପରିତ୍ୟାଗ କରିଛନ୍ତି । ଦଳ ଭିତରେ ଅସନ୍ତୋଷ ତୀବ୍ର ରୂପ ଧାରଣା କରିବାରେ ଲାଗିଛି | ଏପରିକି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ବହୁ ବରିଷ୍ଠ ପୁରୁଖା ବିଜେପି ନେତା ବିଜେପି ଦଳରେ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳୁଥିଲା । କିନ୍ତୁ ଯେଉଁ ବରିଷ୍ଠ ବିଜେପି ନେତା ନିଜ କାମଧନ୍ଦା ଛାଡ଼ି ବିଜେପି ପାଇଁ ସବୁକିଛି ତ୍ୟାଗ କରିଛନ୍ତି ସେମାନଙ୍କୁ ବେଖାତିର କରି ମାହାଙ୍ଗା ବିଜେପି ନେତା ମନମୁଖୀ କାର୍ଯ୍ୟରେ ବ୍ୟସ୍ତ । ଯାହାପାଇଁ ବିଜେପି ଦଳୀୟ କାର୍ଯ୍ୟକ୍ରମରେ ବିଜେପି ବରିଷ୍ଠ ନେତାଙ୍କୁ ଦେଖିବାକୁ ମିଳୁନାହିଁ । ଯେଉଁ କାରଣ ପାଇଁ ମାହାଙ୍ଗା ବିଜେପି ନେତାଙ୍କ କାର୍ଯ୍ୟକଳାପ ଉପରେ ଅତିଷ୍ଟ ହୋଇ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳର ଆଗଧାଡ଼ିର ବିଜେପି ଜିଲ୍ଲାପରିଷଦ ୨୬ନଂ ଜୋନ୍ ସଭ୍ୟ ସେକ୍.ଜାହିର ମହମ୍ମଦ, ନିଶ୍ଚିନ୍ତକୋଇଲି ଗ୍ରାମପଂଚାୟତ ଟାଣୁଆ ନେତା ବିପ୍ଲବ କାପ, ଜମରା ପଂଚାୟତ ବିଜେପିର ଜିଲ୍ଲା ସ୍ୱତନ୍ତ୍ର ସଦସ୍ୟ ଆଶୁତୋଷ ତ୍ରିପାଠୀ ଏହିଭଳି ବହୁ ବିଜେପି କର୍ମୀ ଦଳ ପରିତ୍ୟାଗ କରି ବିଜେଡ଼ି ଦଳରେ ଯୋଗଦାନ କରିଥିବାର ନଜିର ରହିଛି । ତେବେ ମାହାଙ୍ଗା ବିଜେପି ଦିନକୁ ଦିନ ନିମ୍ନଗାମୀ ହେବାରେ ଲାଗିଛି । ଯାହାକି ଆଗାମୀ ନିର୍ବାଚନରେ ବିଜେପି ଦଳ ପାଇଁ ବୁମେରାଂ ସୃଷ୍ଟି କରିବ କହିଲେ ଅତ୍ୟୁକ୍ତି ହେବ ନାହିଁ । ଅପରପକ୍ଷରେ ବିଜେପି ଆଗଧାଡ଼ିର ନେତାମାନେ ଦଳପରିତ୍ୟାଗ କରି ବିଜୁ ଜନତା ଦଳ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ପଦ୍ମ ଛାଡ଼ି ଶଙ୍ଖ ଧରୁଥିବାରୁ ଦେଖିବାକୁ ମିଳିଛି । ତେବେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଜେପି ଦିନକୁ ଦିନ ନିଜର ବରିଷ୍ଠ ନେତାମାନଙ୍କୁ ଅଣଦେଖା କରି ତଳକୁ ତଳକୁ ଖସୁଥିବାର ବହୁ ବରିଷ୍ଠ ବିଜେପି ନେତା ସେମାନଙ୍କ ନାମ ଗୋପନ ରଖି ପ୍ରକାଶ କରିଛନ୍ତି । ଏପରିକି ଆଗକୁ ବହୁ ବରିଷ୍ଠ ଆଗଧାଡ଼ିର ବିଜେପି ନେତା ଦଳ ପରିତ୍ୟାଗ କରି ବିଜେଡ଼ି ଦଳରେ ଯୋଗଦାନ କରିବେ ବୋଲି ସଜବାଜ ହେଉଥିବାର ଶୁଣିବାକୁ ମିଳୁଛି । ଯେଉଁଥିପାଇଁ ବହୁ ବରିଷ୍ଠ ନାଗରିକ,ବୁଦ୍ଧୀଜବୀ ମାହାଙ୍ଗାରେ ପଦ୍ମ ଖସୁଛି, ଶଙ୍ଖ ହସୁଛି ବୋଲି ମତପ୍ରକାଶ କରିଛନ୍ତି । ତେବେ ଆଗକୁ ରାଜନୀତି କେଉଁ ରଙ୍ଗ ନେଉଛି, ଖାଲି ତାହା ଦେଖିବାକୁ ବାକି ?

 

0
0
0
s2sdefault