ପ୍ରତ୍ୟେକ ପ୍ରସଙ୍ଗରେ ଶସ୍ତା ରାଜନୀତି କରିବା ବିଜେପିର ଅଭ୍ୟାସ ହୋଇଗଲାଣି: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ପ୍ରତ୍ୟେକ ପ୍ରସଙ୍ଗର ରାଜନୀତିକରଣ କରିବା ଏବଂ ଶସ୍ତା ରାଜନୀତି କରିବା ଓଡିଶା ବିଜେପିର ଅଭ୍ୟାସରେ ପରିଣତ ହୋଇଛି । ଏମଏନ୍‍ଆରଇଜିଏ ପ୍ରସଙ୍ଗରେ ବିଜେପି ନେତାଙ୍କ ବିବୃତ୍ତିର ଜବାବରେ ଏହା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।
ଡକ୍ଟର ପାତ୍ର କହିଛନ୍ତି ଯେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଚିଠିକୁ ଆଧାର କରି ଭାରତ ସରକାର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଅନୁଯାୟୀ ଏହି ଅର୍ଥ ମଞ୍ଜୁର କରିସାରିଛନ୍ତି । ତେଣୁ ଏହା ଭଲ ହୋଇଥାନ୍ତା ଯଦି ଓଡିଶା ବିଜେପି ନେତାମାନେ ଗଣମାଧ୍ୟମରେ ବିବୃତ୍ତି ଦେବା ପୂର୍ବରୁ ଏବଂ ନିଜକୁ ଲାଜ ଲାଗିବା ପୂର୍ବରୁ ହୋମୱାର୍କ କରିଥାନ୍ତେ ବୋଲି ବିଜେଡି ମୁଖପାତ୍ର ଡକ୍ଟର ପାତ୍ର କହିଛନ୍ତି ।

0
0
0
s2sdefault