ହେଡଲାଇନସ୍:

"ରାଜନୈତିକ ସ୍ୱାର୍ଥ ପାଇଁ ମହିଳା ଅପରାଧ ପ୍ରସଙ୍ଗକୁ ମୋହରା ଭାବେ ବ୍ୟବହାର କରିବା ବିଜେପିର ଆଦତ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପିକୁ ବିଜେଡିର ଚାଲେଞ୍ଜ : କୁମ୍ଭୀର କାନ୍ଦଣା ଛାଡି ପ୍ରମାଣ ଥିଲେ ପୁଲିସ୍‍ କିମ୍ବା ଅଦାଲତରେ ଦାଖଲ କର

  • ଭୋଟ ଥିଲେ ସକ୍ରିୟ, ଭୋଟ ସରିଲେ ନିଷ୍କ୍ରିୟ

  • ଦୁଇଟି ଉଦାହରଣ ମାଧ୍ୟମରେ ବିଜେପିକୁ ଜବାବ ଦେଲା ବିଜେଡି

ଭୁବନେଶ୍ୱର(ଶାସକ ପ୍ରଶାସକ) : ବିରୋଧୀ ରାଜନୈତିକ ଦଳ, ବିଶେଷକରି ବିଜେପି ବିଗତ କିଛି ବର୍ଷ ଧରି ତାହାର ସଙ୍କୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ମହିଳାମାନଙ୍କ ପ୍ରତି ଜଘନ୍ୟ ଅପରାଧ ମାମଲାକୁ ବ୍ୟବହାର କରିଆସୁଛି । ପୀଡିତା କିମ୍ବା ସେମାନଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର ।
ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ପାତ୍ର ବିଜେପିକୁ କଟାକ୍ଷ କରି କହିଛନ୍ତି ଯେ ପୀଡିତା କିମ୍ବା ସେମାନଙ୍କ ପରିବାର ପ୍ରତି ବିଜେପିର କୌଣସି ସହାନୁଭୂତି, ସମ୍ବେଦନଶୀଳତା କିମ୍ବା ଚିନ୍ତା ନାହିଁ ଏବଂ ପୀଡିତା ଏବଂ ସେମାନଙ୍କ ପରିବାରର ସମ୍ମାନ ପ୍ରତି ମଧ୍ୟ ଧ୍ୟାନ ନାହିଁ । ବରଂ ଏହା ଦେଖାଯାଉଛି ଯେ ନିଜ ନିଜର ପ୍ରଚାର ପାଇଁ ଟିଭି କ୍ୟାମେରା ସମ୍ମୁଖରେ ଠେଲାପେଲା ହେବା ଏବଂ ଖବରକାଗଜରେ ଫଟୋ ଦେଖିବା ପାଇଁ ବିଜେପି ନେତାଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗି ରହୁଛି ।
ଡକ୍ଟର ପାତ୍ର କହିଛନ୍ତି ଯେ ନିଜର ସଙ୍କୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ଜଣେ ମହିଳାଙ୍କ ବିରୋଧରେ ଏକ ଯନ୍ତ୍ରଣାଦାୟକ ଜଘନ୍ୟ ଅପରାଧକୁ ବ୍ୟବହାର କରିବା ହେଉଛି ବିଜେପିର ଏକମାତ୍ର ଉଦ୍ଦେଶ୍ୟ । ସେମାନେ ନିଜର ରାଜନୈତିକ ସ୍ୱାର୍ଥକୁ ବଞ୍ଚାଇ ରଖିବା ପାଇଁ ଗୋଟିଏ ମାମଲାରୁ ଅନ୍ୟ ଗୋଟିଏ ମାମଲାକୁ ଡେଇଁପଡନ୍ତି । ଆଜି ଆମେ ଆପଣଙ୍କୁ ଦୁଇଟି ଉଦାହରଣ ପ୍ରଦାନ କରିବୁ ଯେଉଁଥିରେ ସେମାନେ କିପରି ପୀଡିତା ଏବଂ ସେମାନଙ୍କ ପରିବାରର ସମ୍ମାନର ମୂଲ୍ୟ ପ୍ରତିବଦଳରେ ନିଜ ନିଜର ସ୍ୱାର୍ଥପର ରାଜନୈତିକ ଏଜେଣ୍ଡାକୁ ଆଗକୁ ବଢାଇଛନ୍ତି ।
ପ୍ରଥମଟି ଟିକିରିରେ ଘଟିଥିବା ଦୁର୍ଭାଗ୍ୟଜନକ ଇତିଶ୍ରୀ ପ୍ରଧାନ ମାମଲା ଏବଂ ଦ୍ୱିତୀୟଟି ହେଉଛି କୁନ୍ଦୁଲି ମାମଲା । ଇତିଶ୍ରୀ ପ୍ରଧାନ ଭିଡିଓରୁ ଆପଣ ସ୍ପଷ୍ଟ ଭାବରେ ଦେଖିପାରିବେ ଯେ ମୃତ୍ୟୁ ଉପରେ କିପରି ରାଜନୀତି ଖେଳ ଖେଳାଯାଏ । ଯେତେବେଳେ ନିର୍ବାଚନ ଆସେ, ବିଜେପି ତାହାର ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ମହିଳାଙ୍କ ବିରୁଦ୍ଧରେ ଦୁର୍ଭାଗ୍ୟଜନକ ଜଘନ୍ୟ ଅପରାଧକୁ ବ୍ୟବହାର କରିବା ଆରମ୍ଭ କରେ । ଏହି ମାମଲା ୨୦୧୩ରେ ଆସିଥିଲା ଏବଂ ୨୦୧୪ ନିର୍ବାଚନରେ ଏହାକୁ ଏକ ପ୍ରସଙ୍ଗ କରିବା ପାଇଁ ବିଜେପି ଶସ୍ତା ରାଜନୀତି ଆରମ୍ଭ କରିଥିଲା । ଏହି ପ୍ରସଙ୍ଗକୁ ବ୍ୟବହାର କରି ସେମାନେ ଓଡିଶାକୁ ବଦନାମ କରିଥିଲେ ଏବଂ ଏହି ଘଟଣାର ଲଜ୍ଜାଜନକ ରାଜନୀତିକରଣ ଓଡିଶାବାସୀଙ୍କୁ ପସନ୍ଦ ନଥିଲା, ଯେଉଁମାନେ ୨୦୧୪ ନିର୍ବାଚନରେ ସେମାନଙ୍କୁ ଏହାର ଠିକଣା ଜବାବ ଦେଇଥିଲେ । ନିର୍ବାଚନ ସରିବା ପରେ ବିଜେପି ପୁଣିଥରେ ଏହି ପ୍ରସଙ୍ଗକୁ ଭୁଲି ଯାଇଥିଲା । ଏହା ଦର୍ଶାଉଛି ଯେ କିଭଳି ବିଜେପି ପାଇଁ ନିର୍ବାଚନ ହେଉଛି ମହିଳାଙ୍କ ଉପରେ ଘଟୁଥିବା ଜଘନ୍ୟ ଅପରାଧକୁ ପ୍ରସଙ୍ଗ ଭାବରେ ଗ୍ରହଣ କରିବାର କାରଣ । ନିର୍ବାଚନ ଆସିଲେ, ବିଜେପି ଏଭଳି ପ୍ରସଙ୍ଗକୁ ରାଜନୀତିକରଣ କରେ । ନିର୍ବାଚନ ସରିଗଲେ, ବିଜେପି ଏହି ସମସ୍ୟାଗୁଡ଼ିକୁ ଅତି ସହଜରେ ଭୁଲିଯାଏ ।
ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତଞ୍ଚପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ବିଜେପି ତଥ୍ୟ ଅନୁସନ୍ଧାନକାରୀ ଦଳ ଆଜିଭଳି ସେତେବେଳେ ବି ଇତିଶ୍ରୀର ଗାଁକୁ ଯାଇ ରାଲି କରିଥିଲେ । ସେତେବେଳର ବିଜେଡି ନେତା ଶ୍ରୀ ଜୟରାମ ପାଙ୍ଗି ଏହି ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ଚିକ୍ରାର କରିବା ସହିତ ତାଙ୍କର ଗିରଫ ଦାବି କରିଥିଲେ । ଅପରାଧୀଙ୍କୁ ଗିରଫ କରାଯାଇଥିଲା, ଚାର୍ଜସିଟ୍ ଦାଖଲ କରାଯାଇଥିଲା ଏବଂ ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ତା'ପରେ ସୁପ୍ରିମକୋର୍ଟ ସିବିଆଇ ତଦନ୍ତ ପାଇଁ ନିଦେ୍ର୍ଧଶ ଦେଇଥିଲେ । ସିବିଆଇ ତଦନ୍ତ ଚାଲିଥିବାବେଳେ ବିଜେପି ଖୋଲା ହୃଦୟରେ ଶ୍ରୀ ଜୟରାମ ପାଙ୍ଗିଙ୍କୁ ତାଙ୍କୁ ବିଜେପିକୁ ସ୍ୱାଗତ କରିବା ସହିତ ତାଙ୍କୁ ଦଳର ଆସେଟ୍ ବୋଲି କହିଥିଲା ଏବଂ ପରେ ତାଙ୍କୁ ୨୦୧୯ ନିର୍ବାଚନରେ କୋରାପୁଟରୁ ସାଂସଦ ପ୍ରାର୍ଥୀ ଭାବେ ଟିକେଟ ଦେଇଥିଲା । ସିବିଆଇ ଅନୁସନ୍ଧାନରେ କିଛି ନୂଆ ତଥ୍ୟ ମିଳିଲା ନାହିଁ ଏବଂ କ୍ରାଇମବ୍ରାଞ୍ଚର ଅନୁସନ୍ଧାନ ବିବରଣୀକୁ ପ୍ରମାଣିତ କରାଯାଇଥିଲା । ଓଡିଶା ସରକାରଙ୍କ ତଦନ୍ତ ପ୍ରକୃତରେ ସଠିକ୍ ଥିଲା । ଓଡିଶା ବିଜେଡି ସରକାରଙ୍କ ସମ୍ବେଦନଶୀଳତାକୁ ଅନୁଭବ କରିବା ସହିତ ସଙ୍କୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ବିଜେପିର ବଦଳୁଥିବା ଚେହେରାକୁ ବି ଦେଖିଛି । ଏହା ଦର୍ଶାଉଛି ଯେ ରାଜନୈତିକ ଦଳ ବିଶେଷକରି ବିଜେପି କିପରି ସ୍ୱାର୍ଥପର ରାଜନୈତିକ ଏଜେଣ୍ଡା ପାଇଁ ମହିଳାଙ୍କ ପ୍ରତି ଏପରି ଜଘନ୍ୟ ଅପରାଧକୁ ବ୍ୟବହାର କରେ ।
ସେହିଭଳି ଦୁର୍ଭାଗ୍ୟଜନକ କୁନ୍ଦୁଲି ଘଟଣା ଖବର ପାଇବା ପରେ ଓଡିଶା ସରକାର ତୁରନ୍ତ ପୋଲିସ ତଦନ୍ତ ଆରମ୍ଭ କରିଥିଲେ, କିନ୍ତୁ ବିଜେପୁର ଉପନିର୍ବାଚନ ଥିବାରୁ ବିଜେପି ଶସ୍ତା ରାଜନୀତି ଆରମ୍ଭ କରିଥିଲା । ଏହା ଦେଖି ଆଶ୍ଚର୍ଯ୍ୟ ଲାଗିଥିଲା ଯେ ପୀଡିତାଙ୍କ ପରିଚୟ ପ୍ରକାଶ କରିବାକୁ ବିରୋଧୀ ଦଳ କିଭଳି ଏତେ ତଳକୁ ଖସି ଯାଇଥିଲେ । ଏହି ଘଟଣାରେ ପୂର୍ବଭଳି ଟିଭି ସାମ୍ନାରେ ଠେଲାପେଲା ଠାରୁ ଆରମ୍ଭ କରି ଥଟ୍ଟା ଏବଂ ଶସ୍ତା ରାଜନୀତି ଖେଳିବା ମଧ୍ୟ ଆରମ୍ଭ ହୋଇଥିଲା । ଓଡ଼ିଶା କ୍ରାଇମ ବ୍ରାଞ୍ଚ ଏହି ମାମଲାକୁ ରେଡ୍‍-ଫ୍ଲାଗ ମାମଲା ଭାବରେ ଗ୍ରହଣ କରିଥିଲା । ତଦନ୍ତ କମିଶନ ମଧ୍ୟ ଗଠନ କରାଯାଇଥିଲା, ଏସ୍ଆଇଟି ମଧ୍ୟ ପ୍ରତିଷ୍ଠା କରାଯାଇଥିଲା ।
ଆଶ୍ଚର୍ଯ୍ୟର କଥା ଯେ ଯେତେବେଳେ ତଦନ୍ତ କମିଶନ ସତ୍ୟପାଠ, ସାକ୍ଷୀ ପାଇଁ ଅନୁରୋଧ କଲେ ସେତେବେଳେ ବିଜେପି କିମ୍ବା କଂଗ୍ରେସ ପକ୍ଷରୁ ଗୋଟିଏ ହେଲେ ସତ୍ୟପାଠ ଦାଖଲ ହୋଇନଥିଲା । କାହିଁକି ବିରୋଧୀ ଦଳଗୁଡ଼ିକ ଗୋଟିଏ ବି ସତ୍ୟପାଠ ଦାଖଲ କରିନଥିଲେ? କାରଣ ବିଜେପୁର ଉପ-ନିର୍ବାଚନ ଶେଷ ହୋଇଯାଇଥିଲା । ବିରୋଧୀ ଦଳ ବିଶେଷ କରି ବିଜେପିର ଏକାଧିକ ତଥ୍ୟ ଅନୁସନ୍ଧାନକାରୀ ଦଳ ପୀଡିତାଙ୍କ ପରିବାରକୁ ଭେଟିଥିବା ବେଳେ କାହିଁକି ଏହି ପ୍ରସଙ୍ଗରେ କୌଣସି ସତ୍ୟପାଠ ଦାଖଲ କରିନଥିଲେ? ଯଦି ଗୋଟିଏ ହେଲେ ସତ୍ୟପାଠ ଦାଖଲ କରିପାରିଲେ ନାହିଁ, ତେବେ ତଥ୍ୟ ଅନୁସନ୍ଧାନକାରୀ ଦଳ ଖୋଜୁଥିଲେ କ’ଣ ?
ଯେତେବେଳେ ନିର୍ବାଚନ ଆସେ ସେତେବେଳେ ଏହି ଦଳଗୁଡିକ ମହିଳାଙ୍କ କଲ୍ୟାଣ କଥାକୁ ମନେ ପକାନ୍ତି ଏବଂ ଯେତେବେଳେ ନିର୍ବାଚନ ସରିଯାଏ, ସେମାନେ ତାହାକୁ ଭୁଲିଯାଆନ୍ତି । ଶସ୍ତା ରାଜନୀତି ପାଇଁ, ମହିଳାଙ୍କ ପ୍ରତି ଜଘନ୍ୟ ଅପରାଧକୁ ଲଜ୍ଜାଜନକ ଭାବେ ରାଜନୀତିକରଣ କରାଯାଏ ଏବଂ ଯେତେବେଳେ ରାଜନୈତିକ ଫାଇଦା ମିଳିନଥାଏ କିମ୍ବା ପାଇବାରେ ବିଫଳ ହୁଏ, ସେତେବେଳେ ବିଜେପି ପରି ଏହି ଦଳଗୁଡିକ ମହିଳାଙ୍କ ପ୍ରତି ଜଘନ୍ୟ ଅପରାଧର ଅନ୍ୟ ପ୍ରସଙ୍ଗକୁ ଯାଇଥାନ୍ତି । ଏହି ସାମ୍ବାଦିକ ସମ୍ମିଳନୀ କରିବା ସହିତ ଏହି ଦୁଇଟି ଭିଡିଓ ଜରିଆରେ ଦୁଇ ଘଟଣାକୁ ଓଡିଶାବାସୀଙ୍କ ସମ୍ମୁଖରେ ରଖିବାର ଉଦ୍ଦେଶ୍ୟ ହେଉଛି ବିଜେପି ନିଜର ରାଜନୈତିକ ସ୍ୱାର୍ଥ ପାଇଁ ନିର୍ବାଚନ ଆସିବା ପରେ ସକ୍ରିୟ ହୋଇ ମହିଳାଙ୍କ ଉପରେ ଘଟୁଥିବା ଜଘନ୍ୟ ଅପରାଧକୁ କିଭଳି ରାଜନୈତିକ ଅସ୍ତ୍ର ଭାବରେ ବ୍ୟବହାର କରନ୍ତି ତାହାକୁ ଦର୍ଶାଇବା ।
ଏହା କେବଳ ଆରମ୍ଭ ମାତ୍ର । ଆଗାମୀ ଦିନରେ ସମ୍ବେଦନଶୀଳ ଘଟଣାକୁ ନେଇ ବିଜେପି କିଭଳି ଲଜ୍ଜାଜନକ ଭାବେ ରାଜନୀତିକରଣ କରିଥାଏ ତାହାକୁ ବିଜେଡି ଓଡିଶାବାସୀଙ୍କ ସମ୍ମୁଖରେ ରଖିବ । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସତ୍ୟ ଜଣାଇବା ଏବଂ ସତ୍ୟ ବ୍ୟତୀତ ଅନ୍ୟ କିଛି ନଜଣାଇବା, ନିଜର ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ମହିଳାଙ୍କ ପ୍ରତି ହେଉଥିବା ଏପରି ଦୁର୍ଭାଗ୍ୟଜନକ ଜଘନ୍ୟ ଅପରାଧକୁ ବିଜେପି ଭଳି ବିରୋଧିଦଳଗୁଡିକ କିଭଳି ନିର୍ବାଚନରେ ବ୍ୟବହାର କରିଥାନ୍ତି, ସେ ସଂକ୍ରାନ୍ତରେ ସେମାନଙ୍କର ଅସଲ ମୁଖାକୁ ଲୋକଙ୍କ ଆଗରେ ଖୋଲିବା । ଶେଷରେ, ସତ୍ୟର ସର୍ବଦା ଜୟ ହୋଇଥାଏ, ସତ୍ୟମେବ ଜୟତେ ଏବଂ ବିଜେଡି ସତ୍ୟ ସହିତ ରହିଥିବାବେଳେ ବିଜେପି ମିଥ୍ୟା ଏବଂ ଶସ୍ତା ରାଜନୀତି ସହିତ ରହିଛି । ରାଜନୈତିକ ଲାଭ ପାଇଁ ପୀଡିତା ଏବଂ ସେମାନଙ୍କ ପରିବାରକୁ ବଦନାମ କରିବା ତଥା ଜାତୀୟ ସ୍ତରରେ ଓଡିଶା ଏବଂ ଏହାର ଲୋକଙ୍କୁ ବଦନାମ କରିବା ପାଇଁ ବଡ଼ ଷଡଯନ୍ତ୍ର କରିବା ଏକ ଅମାନବୀୟ କାର୍ଯ୍ୟ । ଆମେ ବିଜେପିକୁ ଆହ୍ୱାନ କରୁଛୁ ଯଦି ସାହସ ଅଛି ବିଜେପିର ତଥ୍ୟ ଅନୁସନ୍ଧାନ ଦଳକୁ କୁହ ପୋଲିସ୍ ଏବଂ ଅଦାଲତ ନିକଟରେ ପ୍ରମାଣ ଉପସ୍ଥାପନ କରିବେ । ବିଜେପିର ବିବୃତ୍ତି ମିଥ୍ୟା ଉପରେ ଆଧାରିତ ଏବଂ ଏଭଳି ନିମ୍ନ ମାନର ରାଜନୀତିକୁ ତ୍ୟାଗ କରିବା ଆବଶ୍ୟକ ବୋଲି ଡକ୍ଟର ପାତ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଅନ୍ୟତମ ମୁଖପାତ୍ର ଶ୍ରୀମତୀ ଏଲିନା ଦାସ ଉପସ୍ଥିତ ଥିଲେ ।

 

0
0
0
s2sdefault