ହେଡଲାଇନସ୍:

ମନରେଗା ଅର୍ଥରେ ବିଜେଡି ପୋଷଣ ଚାଲିଛି: ଡ.ଲେଖାଶ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମନରେଗା ଅର୍ଥକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପ୍ରସଙ୍ଗ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ବାବୁ ଚିଠି ଲେଖି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ମନରେଗା ପାଇଁ ଟଙ୍କା ମାଗିଛନ୍ତି । ହେଲେ ପୂର୍ବରୁ ପାଇଥିବା ଅର୍ଥ କେମିତି ଖର୍ଚ୍ଚ କଲେ ତାର ହିସାବ ଦେବାକୁ ପ୍ରସ୍ତୁତ ନୁହନ୍ତି । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୩୫୭୭ କୋଟି ଟଙ୍କା ପାଇଁ ସାରିଛନ୍ତି ହେଲେ ବାକି ଟଙ୍କା ପାଇବାର ସର୍ତ ପୂରଣ ନ କରି ଆହୁରି ଅର୍ଥ ମାଗିବା ହାସ୍ୟାସ୍ୱଦ ବୋଲି ରାଜ୍ୟ ସାଧାରଣ ସଂପାଦକ ଲେଖାଶ୍ରୀ ସାମନ୍ତସିଂହାର ଟ୍ୱିଟ୍ ଜରିଆରେ କହିଛନ୍ତି ।
ବାକି ଟଙ୍କା ପାଇବାର ସର୍ତ ଯଥା ୟୁସି ଦେବା, ସମୟ ସୀମା ଭିତରେ କାମ ପୂରଣ କରିବା, ଅଡିଟ କରେଇବା, Ombudsman ନିଯୁକ୍ତି କରିବା ଆଦି କାମ ନ କରି ମୁଖ୍ୟମନ୍ତ୍ରୀ ନବୀନ ବାବୁ ମନରେଗା ଗାଇଡଲାଇନର ଉଲ୍ଲଙ୍ଘନ କରିବା ସହ ଏଥିରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ପରୋକ୍ଷରେ ସ୍ୱୀକାର କରୁଛନ୍ତି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ଗତ କାଲି ଆହୁରି ୮୭୫ କୋଟି ମୋଦିଜୀ ମନରେଗା ପାଇଁ ରାଜ୍ୟକୁ ଦେଲେ । ସମସ୍ତଙ୍କୁ ଜଣା ଶାସକ ବିଜେଡିର କୁଜି ନେତାମାନେ ଜେସିବି ଲଗାଇ କାମ କରୁଛନ୍ତି, ଆଉ ମିଛ ମଷ୍ଟର ରୋଲ କରି ଟଙ୍କା ଆତ୍ମାସାତ କରୁଛନ୍ତି । ମୃତ ବ୍ୟକ୍ତିଙ୍କ ନାଁରେ କାମ ହେଉଛି, ଜଣେ ବ୍ୟକ୍ତି ୫ଟି ଜାଗାରେ କାମ କରୁଛି । ମୁଖ୍ୟମନ୍ତ୍ରୀ ଚିଠି ଲେଖା ବନ୍ଦ କରି ସେହି ଦିଗରେ ଧ୍ୟାନ ଦିଅନ୍ତୁ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
୨୦୨୦-୨୧ ରେ ମାତ୍ର ୨୧% କାମ ଶେଷ ହୋଇପାରିଛି, ୨୦୨୧-୨୨ରେ ବର୍ତମାନ ସୁଦ୍ଧା ମାତ୍ର ୩% କାମ ଶେଷ ହୋଇଥିବାବେଳେ ହେଲେ ସବୁ ପଇସା ଖର୍ଚ୍ଚ ହୋଇଗଲା ! କୁଆଡେ ଗଲା ସେ ଟଙ୍କା କିଏ ଖାଇଲା ? ବିନା ହିସାବରେ କେନ୍ଦ୍ର ସରକାରଙ୍କ ଅର୍ଥକୁ ଲୋକଙ୍କ ପାଇଁ ନ ଲଗାଇ ନିଜ ଦଳ ବିଜେଡିର ବୃଦ୍ଧି କରିବାରେ ଲଗେଇ ମୁଖ୍ୟମନ୍ତ୍ରୀ ଅଗଣତାନ୍ତ୍ରୀକ ଓ ଜନବିରୋଧୀ କାମ କରିଛନ୍ତି ବୋଲି ଲେଖାଶ୍ରୀ କହିଛନ୍ତି ।
ନବୀନବାବୁ କହିଲେ ଫେରିଥିବା ପ୍ରବାସୀ ଶ୍ରମୀକ ଦାଦନ ଖଟିବାକୁ ପୁଣି ନଯିବାରୁ ଅଧିକ କାମ ଦରକାର ପଡୁଛି, ଏଣୁ ଶ୍ରମ ଦିବସ ୨୫ କୋଟିକୁ ବଢାଯାଉ । ହେଲେ ଏମାନଙ୍କୁ କାମ ଦେବା ନାଁ ରେ Skill Mapping ପାଇଁ କେନ୍ଦ୍ର ପଇସା କିଏ ଆତ୍ମସାତ କରିଛନ୍ତି ତାର ହିସାବ ଦିଅନ୍ତୁ । ରାଜ୍ୟ ସରକାର ନିଜେ ରୋଜଗାର ତିଆରି କରିବାପାଇଁ କ’ଣ କରିଛନ୍ତି ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ।

0
0
0
s2sdefault