ପଦ୍ମପୁର(ଶାସକପ୍ରଶାସକ): ଓଡ଼ିଶା ସରକାର ଗତ କିଛିଦିନ ତଳେ ବିଡିଓ ମାନଙ୍କ ବଦଳି ତାଲିକା ପ୍ରକାଶ ହେବା ପରେ ପୁଣି ଥରେ ପରିବର୍ତ୍ତନ କରି ନୁଆ ତାଲିକା ପ୍ରକାଶ କରିଛନ୍ତି । ମାତ୍ର କମ ଦିନରେ ବଦଳି ହୋଇ ଆସିଥିବା କେତେକ ବିଡିଓ ଯେଉଁ ମାନେ ସ୍ବଚ୍ଛତା ଓ ନିଷ୍ଠାର ସହ ସରକାରୀ କାର୍ଯ୍ଯ ସଂପାଦନା କରୁଥିଲେ ତାଙ୍କୁ ପୁଣି ଅନ୍ୟତ୍ର ବଦଳି କରିଦେବା ଓ ଯେଉଁ ମାନେ ଦୀର୍ଘ ୮ବର୍ଷ ଧରି ଗୋଟିଏ ବ୍ଲକରେ ବିଡିଓ ଭାବେ କାର୍ଯ୍ଯ କରି ସରକାରୀ ଅର୍ଥ ତୋଷାରପାତ ଭଲି ଗୁରୁତର ଅଭିଯୋଗ ହୋଇଛି , ସେମାନଙ୍କୁ ପୁରସ୍କାର ସ୍ବରୁପ ବଦଳି ବାତିଲ ହେବା ଓଡିଶା ସରକାର ଓ ୫ଟି ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତ ୩ ମାସ ତଳେ ସୁଶ୍ରୀ ଦମୟନ୍ତୀ ସାହୁ ବରଗଡ ଜିଲ୍ଲା ଝାରବନ୍ଧ ବିଡିଓ ଭାବେ ବଦଳି ହୋଇ ଆସିଥିଲେ । ସୁଶ୍ରୀ ସାହୁ ଝାରବନ୍ଧ ବିଡିଓ ଭାବେ ଯୋଗ ଦେବା ପରେ ବ୍ଲକର ବିଭିନ୍ନ ଉନ୍ନୟନ ମୂଲ କାର୍ଯ୍ୟ ର ସଠିକ ତଦାରଖ ସହ ସାଧାରଣ ଲୋକ ଯେଭଳି ବ୍ଲକ ଆସି ହଇରାଣ ନହେବେ ସେ ଦିଗରେ ତତ୍ପରତାର ସହ ନିଜ ଦାୟିତ୍ବ ସଂପନ୍ନ କରୁଥିଲେ । ଝାରବନ୍ଧ ବ୍ଲକ ଅଧ୍ୟକ୍ଷ ନିଜ ମର୍ଜି ମୁତାବକ ଲକ୍ଷ ଲକ୍ଷ ଟଙ୍କାର କାମକୁ ବ୍ୟାପକ ପିସି କାରବାର କରି ଠିକାଦାର ମାନଙ୍କୁ ବାଣ୍ଟି ଦେଉଥିବା ବେଳେ ସୁଶ୍ରୀ ସାହୁ ବିଡିଓ ଭାବେ ଯୋଗ ଦେବାପରେ ନିୟମ ମୁତାବକ ବ୍ଲକର ୧୦ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଥିବା ପ୍ରୋଜେକ୍ଟ ପାଇଁ ଟେଣ୍ଡର ବ୍ୟବସ୍ଥା କରିଥିଲେ । ଦ୍ବିତୀୟରେ ଏସଏଫସି,ସିଏଫସି ପାଣ୍ଠି ଖର୍ଚ୍ଚର ଅନିୟମିତତା ଉପରେ ମଧ୍ଯ ସେ ରୋକ୍ ଲଗାଇ ଥିଲେ । ଏଥିରେ ଅତିଷ୍ଠ ହୋଇ ୫ଟି ସଚିବ ଙ୍କୁ ଧରି ତାଙ୍କ ବଦଳି କରି ଦିଆଗଲା । ଅନ୍ଯପଟେ ଦୀର୍ଘ ୧୦ ବର୍ଷ ଧରି ବରଗଡ ଜିଲ୍ଲା ରାଜ ବୋଡାସମ୍ବର ବ୍ଲକର ବିଡିଓ ଭାବେ ଶ୍ରୀ ଶଙ୍କର୍ଷଣ ବେହେରା ଦାୟିତ୍ବ ତୁଲାଉ ଥିବା ବେଳେ ଲାଞ୍ଚ କାରବାର ରେ ଭିଜିଲାନ୍ସ ବିଭାଗ ଦ୍ବାରା ଧରାପଡି ଜେଲ ଯାଇଥିଲେ । ରାଜ ବୋଡାସମ୍ବର ବ୍ଲକରେ ଏନଆଇଜିଏସ,ସିଏଫସି,ଏଫସି କାର୍ଯ୍ୟରେ ବିଡିଓ ଶ୍ରୀ ବେହେରା ଡିପାର୍ଟମେଣ୍ଟଲା ଜରିଆରେ ନିଜେ ଠିକାଦାର ସାଜି ଅଧିକାଂଶ କାର୍ଯ୍ଯ କରୁଥିବାରୁ ଅଭିଯୋଗ ହୋଇ ଆସୁଛି । ଏହା ସତ୍ତ୍ବେ ବିଡିଓ ଶ୍ରୀ ବେହେରାଙ୍କ ବଦଳି ଅର୍ଡର କୁ ୫ଟି ସଚିବ ରଦ୍ଦ କରି ଦେବା ଚର୍ଚ୍ଚାର ବିଷୟ ହୋଇଛି । ନିଷ୍ଠାର ସହ ସରକାରୀ କାର୍ଯ୍ଯ କଲେ ୫ଟି ସଜା ଦେଉଥିବା ବେଳେ ସରକାରୀ ଅର୍ଥ ହଡ଼ପ କଲେ ପୁରସ୍କାର ଦେଉଥିବା ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି । ନେଇ ଆଣି ଥୋଇ ଜାଣିଲେ ଚୋରି ବିଦ୍ୟା ଭଲ ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି |
ରାଜନୀତି
"ଭଲ କାମ କଲେ ବଦଳି:ସରକାର ଟଙ୍କା ହଡ଼ପ କରି ଖାଇଲେ ସାବାସି !"
- Hits: 1512