ହେଡଲାଇନସ୍:

ପ୍ରିୟ ନବୀନ ବାବୁ".....ଇତି "ଆପଣଙ୍କ ୧୯ ବର୍ଷ ଶାସନ ଭୋଗିଥିବା ଲେଖାଶ୍ରୀ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

19-07-18-lekhashree.jpg - 77.35 kB ବହୁ ଦିନ ଧରି ନିରବ ରହିବା ପରେ ଆଜି ହାତ ଖୋଲିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର | ଚିଠି ଖଣ୍ଡେ ଲେଖିଛନ୍ତି ବହୁଦିନ ପରେ | ଦି ପୃଷ୍ଠା ଟାଇପ ହୋଇଥିବା ଚିଠିରେ  ଶେଷରେ ଲେଖାଶ୍ରୀ ଦସ୍ତଖତ ଟିଏ ମାରିଛନ୍ତି ଆମ ମୁଖ୍ୟମନ୍ତ୍ରୀ ମହୋଦୟ ଯେମିତି ଗୋଲ ଦସ୍ତଖତ କରନ୍ତି | ପୁରା ରାଝିକି ଲେଖିଛନ୍ତି ଚିଠିରେ, ଯଦି ନବୀନ ବାବୁଙ୍କ ପାଖରେ ସତରେ ପହଂଚିଥିବ ...ସତରେ ଯଦି  ନବୀନ ବାବୁ ପଢ଼ିଥିବେ ତେବେ ଆଉ ବୁଝିଥିବେ, ତେବେ  ସେଇଠି ଟେବୁଲରେ ମୁଣ୍ଡ ବାଡେଇଦେଇଥିବେ | ଆମେ ଯାହା ଭାବୁଛୁ ଏ ଚିଠି ସମ୍ପୂର୍ଣ ଭାବେ ନବୀନ ବାବୁଙ୍କ ଚିଠିର କାଉଣ୍ଟର | ଆଉ ସମ୍ପୂର୍ଣ ଗୋଇ ଖୋଳାଖୋଳି | ତମେ ଲେଖୁଛ, ଏଥର ଆମେ ତମକୁ ଲେଖିବୁ | ଉଭୟଙ୍କ ବା ଉଭୟ ଦଳଙ୍କ ଚିଠିରେ ଆନ୍ତରିକତା କେତେ ତାହା ଲୋକଙ୍କ  ଦୁର୍ଦ୍ଦଶାରୁ ଜଣାପଡୁଛି | କାରଣ ଇସ୍କନ ସାମ୍ନା ବନ୍ୟା ଘଟଣା ପାଇଁ ଉଭୟ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ବା ଖାସ କରି ବିଏମସି ଆଉ ଜାତୀୟ ରାଜପଥର ଦାଇତ୍ୱହୀନତା ଦାୟୀ | ହେଲେ ଇଏ ତା ଉପରୁ ଲୋକଙ୍କ ନଜର ହଟାଇବା ପାଇଁ ଏ ଚିଠି ଆଉ କାଉଣ୍ଟର ଚିଠି ତାହା ଜଳ ଜଳ ହୋଇ ଜଣ ପଡୁଛି | ଆଉ ଏମିତି ଚିଠିର ଆଦାନପ୍ରଦାନ ଚାଲିଥିବା | ସେ ବୋଧେ ସରିବନି, ଆଉ ଲୋକଙ୍କ ଦୁର୍ଦ୍ଦଶା ବି !!!!!!!

 

0
0
0
s2sdefault