ହେଡଲାଇନସ୍:

ଜାତୀୟ ରାଜପଥ ମନ୍ତ୍ରାଳୟକୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ନିଜ ଅପାରଗତା ଲୁଚାଇବାକୁ ଅପଚେଷ୍ଟା କରିଛନ୍ତି : ଲେଖାଶ୍ରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

19-07-18-samanta-singhar.jpg - 17.65 kB

ଭୁବନେଶ୍ୱର :   ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାରଣରୁ ଓଡିଶା ଆଜି ରସାତଳଗାମୀ । ପରିସ୍ଥିତିରେ ପଡି ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକ ଚିଠି ରାଜନୀତି ମାଧ୍ୟମରେ ନିଜର ଅପାରଗତା, ସ୍ଥାଣୁତା ଏବଂ ଅସୁସ୍ଥତାକୁ  ଲୁଚାଉଛନ୍ତି  ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ କଡା ଭାଷାରେ ବିଜେପି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ସମାଲୋଚନା କରିଛନ୍ତି |

ଲେଖାଶ୍ରୀ କହିଛନ୍ତି , ସମସ୍ୟାର ସମାଧାନ ପରିବର୍ତେ ଅନ୍ୟ ମୁଣ୍ଡକୁ ଦୋଷ ଠେଲି ଦେଇ ନିଜେ ଖସି ଯିବାରେ ମୁଖ୍ୟମନ୍ତ୍ରୀ ଧୁରନ୍ଧର । ଦୂରଦୃଷ୍ଟି ଅଭାବ, ଅହେତୁକ ଅନୁକଂପା, ନିୟମ ଖିଲାପକାରୀଙ୍କୁ ପ୍ରୋତ୍ସାହନ ପ୍ରଦାନ ସହିତ ଆନ୍ତରିକତା ଅଭାବ କାରଣରୁ ବର୍ଷା ପାଣିରେ ରାଜଧାନୀ ଭୂବନେଶ୍ୱର ସମେତ ସମଗ୍ର ଓଡିଶା ଆଜି କୃତ୍ରିମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । କୃତ୍ରିମ ବନ୍ୟା କାରଣରୁ ସାଧାରଣ ଜୀବନଯାପନ ଆଜି ହନ୍ତସନ୍ତ ହେଉଥିବାବେଳେ ମୁଖ୍ୟମନ୍ତ୍ରୀ ନିଜ ଦୋଷକୁ ଲୁଚାଇବା ପାଇଁ ରାଜମାର୍ଗ ବିଭାଗକୁ ଦାୟୀ କରି ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ । ରାଜ୍ୟରେ କେଉଁଠି ଓ କଣ ହେଉଛି, ତାହା ମୁଖ୍ୟମନ୍ତ୍ରୀ ଜାଣନ୍ତି ନାହିଁ । କିଛି ନିର୍ଦ୍ଧିଷ୍ଟ ସରକାରୀ କର୍ମଚାରୀଙ୍କ ଦ୍ୱାରା ଲିଖିତ ଚିଠିକୁ ଦସ୍ତଖତ କରିଦେଇ ଅନ୍ୟମାନଙ୍କ ଉପରେ ଦୋଷ ଲଦି ଦେବା ମୁଖ୍ୟମନ୍ତ୍ରୀଙ୍କ ପୁରୁଣା ଅଭ୍ୟାସ । ସାମ୍ବିଧାନିକ ଦାୟୀତ୍ୱରେ ରହି ଏଭଳି ଖସି ଯାଇପାରିବେ ନାହିଁ  । ସାଧାରଣରେ ଲୋକଙ୍କ ସହ ମିଶି କଥା ହେଉନଥିବା ମୁଖ୍ୟମନ୍ତ୍ରୀ କାଳେ ଚିଠିର ଭାଷା ବୁଝିବେ, ସେହି ଉଦ୍ଦେଶ୍ୟରେ ସେ ଏକ ଖୋଲା ଚିଠି ଦ୍ୱାରା ନିଜ ଅଭିଯୋଗ ଜଣାଇଛନ୍ତି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

 

 

 

 

0
0
0
s2sdefault