ହେଡଲାଇନସ୍:

ମାହାଙ୍ଗା : ବିଜେଡିରେ ଯୋଗ ଦେଲେ ବିଜେପି ଓ କଂଗ୍ରସ ଦଳର କର୍ମୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାହାଙ୍ଗା (ଶାସକ ପ୍ରଶାସକ) : ଆଜି ମାହାଙ୍ଗା ବ୍ଲକ କୋଳିଅଠା ପଞ୍ଚାୟତରୁ ୩୦ ଜଣରୁ ଉର୍ଦ୍ଧ ବିରୋଧୀ ବିଜେପି ଓ କଂଗ୍ରସ ଦଳର କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି | ସେମାନେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ ଶାସନ ନୀତି ଆଦର୍ଶ ଓ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଙ୍କ ଦୃଢ ନେତୃତ୍ୱ ଓ ମାହାଙ୍ଗା ବ୍ଲକ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିକୁ ଜନତା ଦଳରେ ଯୋଗ ଦେଇଥିବା କହିଛନ୍ତି | ମନ୍ତ୍ରୀ ଶ୍ରୀ ଜେନାଙ୍କ ମାହାଙ୍ଗା ବାସଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସେମାନେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି |

ମନ୍ତ୍ରୀ ଶ୍ରୀ ଜେନା ସେମାନଙ୍କୁ ଦଳକୁ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ, ସୁଶାସନ ତଥା ବିକାଶ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ସକାଶେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ |

0
0
0
s2sdefault