ହେଡଲାଇନସ୍:

ମମତା ମେହେର ହତ୍ୟା ମାମଲାରେ ଗୄହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)-କଳାହାଣ୍ଡି ଜିଲ୍ଲା ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟାକାଣ୍ଡ ଯୋଗୁଁ ସାରା ରାଜ୍ୟରେ ତାତି ରହିଛି । ଗାଁ ଠାରୁ ରାଜଧାନୀ ବିରୋଧୀଙ୍କ ମୁହଁରେ ଗୋଟିଏ ନାରା ଗୄହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ ଏବଂ ମମିତା ମେହେରଙ୍କୁ ନ୍ୟାୟ ମିଲୁ । ରାଜ୍ୟ ସରକାର ଓ ଗୄହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ବିରୋଧରେ ରାଜ୍ୟ ସାରା ବିରୋଧର ନିଆଁ ବ୍ୟାପିବାରେ ଲାଗିଛି । ଆଜି ପଦ୍ମପୁର ଠାରେ ଭାରତୀୟ ଜନତା ପାର୍ଟି ଓ ବିଜେପି ଯୁବମୋର୍ଚା ତରଫରୁ ପଦ୍ମପୁର ଭେଉଁରିଆ ଛକଠାରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁଳିକା ଦାହ କରିବା ସହ ନାରୀ ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନାକୁ ଘୋର ନିନ୍ଦା କରିଛନ୍ତି ।

0
0
0
s2sdefault