ହେଡଲାଇନସ୍:

ହତ୍ୟାକାରୀ ଗୋବିନ୍ଦ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ମାସକର କଲ ରେକର୍ଡକୁ ସାର୍ବଜନୀନ କରିବାକୁ କଳାହାଣ୍ଡି ସାଂସଦ ଙ୍କ ଦାବି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ାରୁ ଯଶୋବନ୍ତ କୁମାର: ବହୁ ଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କରଙ୍କୁ ବଞ୍ଚାଇବା ପାଇଁ ଭୁବନେଶ୍ୱରରୁ କାହାଣୀ ତିଆରି ହେଉଛି ବୋଲି ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟ , ନୂଆପଡା ଠାରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି। ସେ ଆହୁରି ଦାବି କରି କହିଛନ୍ତି ଯେ, ଶିକ୍ଷୟତ୍ରୀ ମମିତାଙ୍କ ଲାପଟପ, ମୋବାଇଲ ଓ ପେନ ଡ୍ରାଇଭରେ ଅନେକ ତଥ୍ୟ ରହିଛି। ଏସବୁ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି।ପୋଲିସ ଯଦି ସ୍ଵଛ ତଦନ୍ତ ହେବା କଥା କହୁଛି ତେବେ ଶିକ୍ଷୟତ୍ରୀ ମମିତା ନିଖୋଜ ପରଠାରୁ କେତେଥର ଗୋବିନ୍ଦ ସାହୁଙ୍କ ସହ କଥା ହୋଇଛି କଲ ରେକର୍ଡ ଉଜାଗର ହେଉ ଓ ପିଡିତା ଶିକ୍ଷୟତ୍ରୀ ମମିତା, ହତ୍ୟାକାରୀ ଗୋବିନ୍ଦ ସାହୁ ଏବଂ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଏକ ମାସର କଲ ରେକର୍ଡକୁ ପୋଲିସ ସାର୍ବଜନୀନ କରିବାକୁ ସେ ଦୃଢ଼ ଦାବି କରିଛନ୍ତି। ସାଂସଦ ଶ୍ରୀ ପଣ୍ଡା ଆହୁରି କହିଛନ୍ତି ଯେ, ପୋଲିସ ଜାଣିଶୁଣି ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ କରୁଥିବା ବାରିହୋଇ ପଡୁଛି।ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ ଶାସକ ଦଳ ଇଙ୍ଗିତରେ କାମ କରୁନି ତ ? ଭିଡ଼ିଓ ରୁ ଲାଗୁଛି ପୋଲିସ ର ଆଦେଶରେ ନୁହେଁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନିର୍ଦେଶବଳରେ ପୋଲିସ ଅପରାଧୀକୁ ନେଉଅଛି। ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବଞ୍ଚାଇବା ପାଇଁ ଭୁବନେଶ୍ୱର ରୁ ପ୍ରସ୍ତୁତ ହେଉଥିବା କାହାଣୀ ଆଧାରରେ ପୋଲିସ ନିଜର କାମ କରିବାଭଳି ପାରିପାର୍ଶ୍ୱକ ଘଟଣା ରୁ ମନେହେଉଛି ବୋଲି ସାଂସଦ ଶ୍ରୀ ପଣ୍ଡା କହିଥିଲେ।ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗତକାଲି ସକାଳେ ମହାଳିଙ୍ଗ ଷ୍ଟେଡିୟମ ରେ ପୋଲିସ କୁ ସବିଶେଷ ଘଟଣା ର ଡେମୋ ଦେଖାଇଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ।ଏଭଳି ନିର୍ମମ ହତ୍ୟା କାଣ୍ଡ ଘଟଣାରେ ହତ୍ୟାକାରୀର କ୍ରାଇମ ସିନ ରିକ୍ରିଏସନ ର ଭିଡିଓଗ୍ରାଫି କରି ନିଜେ ପୋଲିସ ଭାଇରାଲ କରିବାଭଳି ନଜିର କମରହିଛି। ତେବେ ଏହି ଭିଡିଓରୁ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି। ପୋଲିସ ରାତି ଅଧରେ ଯଦି ଡେମୋର ଭିଡିଓ କଲା ତେବେ ଗଣମାଧ୍ୟମ କୁ ଡାକିଲେ ନାହିଁ କାହିଁକି ? ବୋଲି ସାଂସଦ ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି। ପୋଲିସ ର ଏହି କାର୍ଯ୍ୟକାଳପକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ପୋଲିସ ଏହି ସମ୍ବେଦନଶୀଳ ଘଟଣାରେ ତଦନ୍ତ ମୂଳଦିଗ ଓ ଘଟଣାରେ ସମ୍ପୃକ୍ତ ରାଜନେତାଙ୍କ ପାଖରେ ନପହଞ୍ଚି ଘଟଣାକୁ ଜନସାଧରଙ୍କ ଦୃଷ୍ଟି ଏଡ଼ାଇବା ପାଇଁ ତଥା ଶାସକ ଦଳକୁ ବଞ୍ଚାଇବା ପାଇଁ ରାତିଅଧରେ ଡେମୋ ର ଭିଡିଓ କରୁଛି। କଲେଜ ରେ ଥିବା ସନ୍ଦେହ କୋଠରୀକୁ ପୋଲିସ ଯାଉନାହିଁ କାହିଁକି ବୋଲି ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀ ପଣ୍ଡା ପ୍ରଶ୍ନ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାଙ୍କ ମଧ୍ୟରେ ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଅଭିନନ୍ଦନ ପଣ୍ଡା ଓ ବିଜୟ ଚନ୍ଦ୍ରପାର ପ୍ରମୁଖ ଉପସ୍ଥିତ ଥିଲେ। 

0
0
0
s2sdefault