କଂଗ୍ରେସରେ ସେବାର ସୁଯୋଗ ନାହିଁ :ସେବା କରିବାକୁ କଂଗ୍ରେସ ଛାଡିଲେ ପ୍ରଦୀପ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜ୍ୟ କଂଗ୍ରେସକୁ ବଡ଼ ଝଟକା; କଂଗ୍ରେସ ଛାଡିଲେ ପ୍ରଦୀପ ମାଝୀ

ଭୂବନେଶ୍ବର: ରାଜ୍ୟ କଂଗ୍ରେସକୁ ଲାଗିଛି ବଡ଼ ଝଟକା । ଯୁବ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଶୁକ୍ରବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ପାର୍ଟି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପଠାଇଛନ୍ତି । କଂଗ୍ରେସରେ ସେବା କରିବାର ସୁହଗା ନାହିଁ | ତେଣୁ ସେ ଦଳ ଛାଡ଼ୁଛନ୍ତି ବୋଲି ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି |
ଅତ୍ୟନ୍ତ ଦୁଃଖ ଓ କଷ୍ଟରେ ସେ ଦଳ ଛାଡୁଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି । କଂଗ୍ରେସ ତାଙ୍କୁ ଅନେକ ସୁଯୋଗ ଦେଇଛି । ଯୁବ ନେତା ଭାବେ ରାଜ୍ୟ ତଥା ଦିଲ୍ଲୀରେ ତାଙ୍କୁ ବହୁତ ଗୁରୁତ୍ୱ ଦେଇଛି କଂଗ୍ରେସ । ଏପରିକି ରାହୁଲ ଗାନ୍ଧୀଙ୍କ କୋର୍ ଟିମରେ କାମ କରିବାକୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ପ୍ରଦୀପ । ଇସ୍ତଫାପତ୍ରରେ ପ୍ରଦୀପ ଲେଖିଛନ୍ତି, ଏଠି ଜନସେବା କରିବାର ସୁଯୋଗ ନାହିଁ । ତେଣୁ ଅତି ଦୁଃଖ ଓ କଷ୍ଟର ସହ ମୋତେ ଏହି ନିଷ୍ପତ୍ତି ନେବାକୁ ପଡୁଛି ।
ସୂଚନାଥାଉ କି, ପ୍ରଦୀପ କଂଗ୍ରେସ ଛାଡିବା ନେଇ ଆଗରୁ ଚର୍ଚ୍ଚା ଜୋର ଧରିଥିଲା । ଏପରିକି ରାହୁଲ ତାଙ୍କୁ ଦିଲ୍ଲୀ ଡକାଇ ଅନେକ ବୁଝାଇଥିଲେ । ହେଲେ ଶେଷରେ ଆଜି କଂଗ୍ରେସ ଛାଡିଛନ୍ତି ଏହି ନବରଙ୍ଗପୁରର ପୂର୍ବତନ ଲଢ଼ୁଆ ସାଂସଦ ।
ଆଗକୁ ପଞ୍ଚାୟତ ନିର୍ବାଚନ। ଏପରି ସ୍ଥିତିରେ ରାଜ୍ୟ କଂଗ୍ରେସରୁ ଜଣେ ଦକ୍ଷ ନେତା ଦଳ ଛାଡିବା ନିଶ୍ଚିତ ଭାବେ କଂଗ୍ରେସକୁ ମହଙ୍ଗା ପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

0
0
0
s2sdefault