ହେଡଲାଇନସ୍:

ବିଜେଡିର ନୂଆ ପର୍ଯ୍ୟବେକ୍ଷକ  : ଗାଲାଙ୍କୁ କେନ୍ଦୁଝର ସଦର- ବୁନୁଙ୍କୁ ପାଟଣା, ଟି ଗୋପୀ ନୂଆ ସମ୍ପାଦକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର :  ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର  ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା ପାଇଁ ନିର୍ବାଚନ ମଣ୍ଡଳୀସ୍ତରୀୟ ପର୍ଯ୍ୟବେକ୍ଷକ, ଅନ୍ୟ ଜିଲ୍ଲା ପାଇଁ ସହ-ପର୍ଯ୍ୟବେକ୍ଷକ ଏବଂ ଜଣେ ରାଜ୍ୟ ସଂପାଦକଙ୍କୁ ନିଯୁକ୍ତି ଦେଇଛନ୍ତି । କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀ ପାଇଁ  ସଂଗ୍ରାମ କେଶରୀ ପାଇକରାୟ, ପାଟଣା ନିର୍ବାଚନ ମଣ୍ଡଳୀ ପାଇଁ ମେୟର ଅନନ୍ତ ନାରାୟଣ ଜେନା, ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ପାଇଁ  ଅଶୋକ ବଳ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ  ଦୀପକ ଦାସଙ୍କୁ ନିଯୁକ୍ତ କରିଛନ୍ତି । ସେହିପରି କୋରାପୁଟ ଜିଲ୍ଲାର ସହ-ପର୍ଯ୍ୟବେକ୍ଷକ ଭାବେ  ଭଗବାନ ଗନ୍ତାୟତ, ମାଲକାନଗିରି ଜିଲ୍ଲାର ସହ-ପର୍ଯ୍ୟବେକ୍ଷଭ ଭାବେ  ସୁଧୀର ଷଡ଼ଙ୍ଗୀଙ୍କୁ ମନୋନୀତ କରିଥିବା ବେଳେ ରାଜ୍ୟ ସଂପାଦକ ଭାବେ ଶ୍ରୀ ଟି. ଗୋପୀଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ଦଳର ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି ।

 

0
0
0
s2sdefault