ହେଡଲାଇନସ୍:

ଧାନ ସମେତ ଅନ୍ୟାନ୍ୟ ୧୪ଟି ଫସଲର ସହାୟକ ମୂଲ୍ୟରେ ରେକର୍ଡ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା କୃଷକ ମୋର୍ଚ୍ଚା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ଚାଷୀଙ୍କୁ ୧୦୦ଟଙ୍କା ବୋନସ ଏବଂ କୃଷିଋଣ ଛାଡ ପ୍ରସଙ୍ଗରେ ଆଗାମୀ ଦିନରେ କୃଷକ ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବ 

ଭୁବନେଶ୍ୱର, : ଦେଶରେ କୃଷକର ଆୟକୁ ଦ୍ୱିଗୁଣିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ବିଭିନ୍ନ କୃଷକକଲ୍ୟାଣ ଯୋଜନା ଏବଂ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସର୍ବକାଳୀନ ୨୦୦ ଟଙ୍କାକୁ ବୃଦ୍ଧି ତଥା ଅନ୍ୟାନ୍ୟ ୧୪ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟରେ ରେକର୍ଡ ବୃଦ୍ଧି ଆଦି ପଦକ୍ଷେପକୁ ଧନ୍ୟବାଦ ଜଣାଇ ଆଜି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀରେ ଏକ ପ୍ରସ୍ତାବ ଗୃହୀତ ହୋଇଛି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ କୃଷକ ମୋର୍ଚ୍ଚାର ୫ମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ଶିବାଜୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି । ଏହି ବୈଠକରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଯୋଗ ଦେଇ ରାଜ୍ୟ ସରକାରଙ୍କ ଧାନ କ୍ୱିଂଟାଲ ପ୍ରତି ୧୦୦ ଟଙ୍କା ବୋନସ ପ୍ରଦାନର ଘୋଷଣାକୁ କାର୍ଯ୍ୟକାରୀ ନକରିବା, କୃଷିଋଣ ଛାଡକୁ ନେଇ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତିକୁ କଡା ସମାଲୋଚନା କରିଥିଲେ । ଏପରିକି ରାଜ୍ୟ ସରକାରଙ୍କ କୃଷକ ଓ କୃଷିମାରଣ ନୀତି ଯୋଗୁଁ ସମଗ୍ର ଚାଷୀକୂଳର ସବୁଠୁ ବଡ ସର୍ବନାଶ ହୋଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ  ରାଜ୍ୟ ସରକାର ରବି ଫସଲ ପାଇଁ ମଣ୍ଡି ଖୋଲି ନଥିବାରୁ ଚାଷୀ ତାର ଉପାର୍ଜିତ ଶସ୍ୟକୁ ମଣ୍ଡିରେ ଦେଇ ନପାରି ଅଭାବୀ ବିକ୍ରିର ଶିକାର ହେବା ସହ ନିଜର ନ୍ୟାର୍ଯ୍ୟ ହକ୍ ପାଇବା ପାଇଁ ରାଜରାସ୍ତାରେ ଆନେ୍ଦାଳନ କରିବାକୁ ବାଧ୍ୟ ହେଉଛି । ରାଜ୍ୟ ସରକାରଙ୍କ ଏଭଳି କୃଷକମାରଣ ନୀତିକୁ ଦୃଢ ନିନ୍ଦା କରିବା ସହ ଏହାଠୁ ବଳି ଚାଷୀଙ୍କୁ ପ୍ରହାର ଆଉ କଣ ହୋଇପାରେ ବୋଲି କାର୍ଯ୍ୟକାରିଣୀ ପ୍ରଶ୍ନ କରିଛି ।ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ କୃଷକ କଲ୍ୟାଣ ଯୋଜନାକୁ ବିଦ୍ୱେଶ ଭାବ ରଖି ରାଜ୍ୟ ସରକାର ରାଜ୍ୟରେ କାର୍ଯ୍ୟକାରୀ ନକରାଇବା ଏବଂ ଅନୁଦାନ ଟଙ୍କା ପୁଣି କେନ୍ଦ୍ରକୁ ଫେରିଯିବା ଘଟଣାରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିବା ସହ ଏଥିପାଇଁ ଆଗାମୀ ଦିନରେ ଚାଷୀମାନଙ୍କ ହକ୍ ପାଇଁ ଦୁର୍ବାର ଆନେ୍ଦାଳନର କ୍ଷେତ୍ର ପ୍ରସ୍ତୁତ କରିବାକୁ କୃଷକ ମୋର୍ଚ୍ଚା ରାଜ୍ୟ ପ୍ରଭାରୀ ରାକେଶ ଶର୍ମା ସମସ୍ତ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଜଣାଇଛନ୍ତି ।

କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳଙ୍କ ଦ୍ୱାରା ରାଜନୈତିକ ଚିଠା ଆଗତ କରାଯାଇଥିଲା । ଏହି ରାଜନୈତିକ ଚିଠା ପ୍ରସ୍ତାବକୁ କୃଷକ ମୋର୍ଚ୍ଚା ରାଜ୍ୟ ଉପ ସଭାପତି ଶ୍ରୀ ହୃଷିକେଶ ଜେନା ଓ ନାରାୟଣ ପଟ୍ଟନାୟକ, ସଂପାଦକ ଶ୍ରୀରଂଜନ ମଙ୍ଗରାଜ ସମର୍ଥନ ଜଣାଇଥିଲେ । କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସମୀର ପାତ୍ରଙ୍କ ଦ୍ୱାରା ଧନ୍ୟବାଦ ପ୍ରସ୍ତାବ ଆଗତ କରାଯାଇଥିଲା । ଏହି ପ୍ରସ୍ତାବ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭାଗଚାଷୀଙ୍କୁ ବ୍ୟାଂକ ଋଣ ପ୍ରଦାନର ଘୋଷଣା, ଚିନାବାଦାମ ଚାଷୀଙ୍କ ଆବେଦନକୁ ଗ୍ରହଣ କରି ମଣ୍ଡି ଅବଧି ବୃଦ୍ଧି କରିଥିବାରୁ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ରାଧାମୋହନ ସିଂହଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା । ଚାଷୀ ଆତ୍ମହତ୍ୟାକୁ ରୋକିବା, ଚାଷୀମାନଙ୍କୁ ସର୍ବନିମ୍ନ ମୈାଳିକ ସୁବିଧା ଯୋଗାଇ ଦେବାରେ ରାଜ୍ୟ ସରକାରଙ୍କ ବିଫଳତାକୁ କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଶ୍ରୀ ମହେଶ୍ୱର ସାହୁ ଦୃଢ ନିନ୍ଦା କରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ଶୁଭ୍ରାଂଶୁମୋହନ ପାଢୀ, ବିଶ୍ୱଜିତ ସ୍ୱାଇଁ, ସୁକାନ୍ତ ପାଣିଗ୍ରାହୀ, ଗୋପାଳ ଶତପଥୀ, ସରୋଜ ସାହୁ, ଦିଲୀପ ସ୍ୱାଇଁ, ପ୍ରଦୀପ ସାହୁ, ଶଙ୍କର୍ଷଣ ଜେନା, କୃଷ୍ନ ବରାଡ, ଲିଙ୍ଗରାଜ ବାରିକ, ପ୍ରଦୀପ ମହାନ୍ତ, ଅଶୋକ ସେଠୀ, ରଜତ ମାଦଳା, ସୁମନ୍ତ ପ୍ରଧାନ, ଅଶୋକ ମହାନ୍ତି, ମାନସ ଦାସଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ରାଜ୍ୟ ସଂଯୋଜକ, ଜିଲ୍ଲା ସଭାପତି ଏବଂ ସାଧାରଣ ସଂପାଦକମାନେ ଏହି ବୈଠକରେ ଉପସ୍ଥିତ ଥିଲେ । 

ବୈଠକ ପରେ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ  ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି  ଶିବାଜୀ ମହାନ୍ତିଙ୍କ ସମେତ ପ୍ରଭାରୀ ଶ୍ରୀ ରାକେଶ ଶର୍ମା, ରାଷ୍ଟ୍ରୀୟ ଉପ ସଭାପତି ମହେଶ୍ୱର ସାହୁ, ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ବରିଷ୍ଠ ନେତା କୃଷ୍ଣ ଜଗଦେ୍ଧବ ପ୍ରମୁଖ ଉପସ୍ଥିତ ରହି ବୈଠକ ସଂପର୍କରେ ସୁଚନା ପ୍ରଦାନ କରିଥିଲେ । ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ଚାଷୀଙ୍କୁ ୧୦୦ଟଙ୍କା ବୋନସ ଏବଂ କୃଷିଋଣ ଛାଡ ପ୍ରସଙ୍ଗରେ ଆଗାମୀ ଦିନରେ କୃଷକ ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବ ବୋଲି ରାଜ୍ୟ ସଭାପତି ଶ୍ରୀ ଶିବାଜୀ ମହାନ୍ତି ସୁଚନା ଦେଇଛନ୍ତି 

 

0
0
0
s2sdefault