ହେଡଲାଇନସ୍:

କେନ୍ଦ୍ରର ଓଡ଼ିଶା ପ୍ରତି ସାବତ ପୁଅ ଆଚରଣ ପ୍ରଦର୍ଶନ : ଅନ୍ୟ ରାଜ୍ୟକୁ ଇ ବସ ଦେଉଛ, ଓଡିଶାକୁ ଦେବାପାଇଁ କୁଣ୍ଠା କାହିଁକି : ବିଜୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର :   ଓଡ଼ିଶାରେ ୫୨ଟି ଇ-ବସ୍‍ ଚଳାଚଳ ପାଇଁ ପଦକ୍ଷେପ ନେବାକୁ ଓଏସ୍‍ଆର୍‍ଟିସି ପ୍ରସ୍ତାବ ପଠାଇଥିଲା ବେଳେ ଏଥିଲାଗି ୧୩ଟି ରୁଟ୍‍ ଚିହ୍ନଟ କରାଯାଇଥିଲା । ଦୀର୍ଘ ୭ମାସ ଧରି ଏ ପ୍ରସ୍ତାବ ସଂପର୍କରେ କେନ୍ଦ୍ର ଭାରି ଶିଳ୍ପ ମନ୍ତ୍ରାଳୟ ପାଟିରେ ତୁଣ୍ଡି ବାନ୍ଧି ବସିଛି । ଏପରିକି ପ୍ରଥମ ପର୍ଯ୍ୟାୟ ଚୟନ ତାଲିକାରେ ଦିଲ୍ଲୀ, ବାଙ୍ଗାଲୋର, ଇନେ୍ଦାର ଓ ଗୌହାଟୀ ସମେତ ଦେଶରେ ଥିବା ଆଉ କେତେକ ସହରକୁ ଇ-ବସ୍‍ କିଣିବା ଲାଗି କେନ୍ଦ୍ର ପକ୍ଷରୁ ପ୍ରୋତ୍ସାହନ ସ୍ୱରୂପ ଅନୁଦାନ ମଞ୍ଜୁର କରାଯାଇଥିବା ବେଳେ ଓଡ଼ିଶାକୁ ଗୋଟିଏ ଟଙ୍କା ମଧ୍ୟ ଏ ବାବଦ ମିଳିନାହିଁ । ଓଡ଼ିଶା ସରକାର ୫୨ଟି ଇ-ବସ୍‍ ଚଳାଇବାକୁ ଯେଉଁସବୁ ରୁଟ୍‍ ଚିହ୍ନଟ କରିଥିଲେ, ସେଥିରେ ସାମଗ୍ରିକ ଭାବେ ରାଜ୍ୟ ବିକାଶର ଲକ୍ଷ୍ୟ ରଖିଥିଲେ । କିନ୍ତୁ ରାଜ୍ୟ ସରକାର ଲେଖିଥିବା ପତ୍ରର ଉତ୍ତର ଅଦ୍ୟାବଧି କେନ୍ଦ୍ର ସରକାରନଦେବା କ୍ଷୋଭଦାୟକ ? ଓଡିଶା ପ୍ରତି ଏଇ ପତ୍ର ଅନ୍ତର କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ | 

 ଶ୍ରୀ ନାୟକ କହିଛନ୍ତି ଯେ, ଓଡ଼ିଶାର ସୁବିଧା ଅସୁବିଧା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ମେଣ୍ଟକୁ ଜଣାଇବା ସହ ରାଜ୍ୟର ଆର୍ଥିକ  ବିକାଶ ଓ ପ୍ରଗତିକୁ ତ୍ୱରାନ୍ୱିତ କରିବା ଲାଗି ଉଦ୍ୟମ ବଳବତ୍ତର ରଖିଥିଲେ ହେଁ କେନ୍ଦ୍ରର ବିଜେପି ସରକାର କିଛି ମଧ୍ୟ ଶୁଣିବାକୁ ଆଦୌ ମାନସିକ ସ୍ତରରେ ପ୍ରସ୍ତୁତ ନାହିଁ |  ସାମଗ୍ରିକ ଭାବେ ଦେଶର ଆର୍ଥିକ  ବିକାଶ ଲାଗି ପ୍ରତି ରାଜ୍ୟର ଉନ୍ନତି ହେବା ଜରୁରୀ ଥିଲେ ହେଁ ତାହା କେନ୍ଦ୍ରର ବିଜେପି ସରକାର ଓଡ଼ିଶାରେ କରାଇ ଦେଉନାହାନ୍ତି । ଏପରିକି ଇ-ବସ୍‍ ଯୋଜନା କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଉତ୍ସୁକ ଥିଲେ ହେଁ ତାହା କରାଇ  ନଦେବା ପଛରେ କେଉଁ ରାଜନୈତିକ ବା ନିହିତ ଅଭିସନ୍ଧି ରହିଛି ତାହା ଜଣାପଡ଼ୁନାହିଁ | ଏହା  ବିଜେପି ନେତାମାନଙ୍କ ରୁଗ୍‍ଣ ମାନସିକତାର ଏହା ଏକ ଜ୍ୱଳନ୍ତ ନିଦର୍ଶନ ମାତ୍ର । ଓଡ଼ିଶାକୁ ସାବତ ପୁଅ ଭଳି କେନ୍ଦ୍ର ଦେଖିବା ଏବଂ ଇ-ବସ୍‍କୁ ନଦେବା ଜଣାଇଦେଉଛି ଯେ ବିଜେପି ସରକାର ଓଡ଼ିଶାକୁ ଅନ୍ୟ ରାଜ୍ୟଗୁଡିକ ସହ ତୁଳନାତ୍ମକ ଢଙ୍ଗରେ ବିଚାର କରି ନାହାନ୍ତି, ବରଂ ଓଡ଼ିଶାର ପ୍ରସ୍ତାବକୁ ଅଣଦେଖା କରିଛନ୍ତି । ଏହା ନିନ୍ଦନୀୟ ଏବଂ ଆଦୌ କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ | ଓଡିଶା ପ୍ରତି କେନ୍ଦ୍ର କରୁଥିବା ଏଭଳି ଅବିଚାର ବା ପାତର ଅନ୍ତର ମନୋଭାବର ଜବାବ ଓଡିଶା ବାସୀ ଦେବେ  ବୋଲି ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।

 

0
0
0
s2sdefault