ହେଡଲାଇନସ୍:

ମମିତା ମୃତ୍ୟୁ ରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ବହିଷ୍କାର ଦାବିକଲା ଅଣ ସଂଗଠିତ ଶ୍ରମିକ କଂଗ୍ରେସ!

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଯାଜପୁର ରୁ ସୁବାଷ ଚନ୍ଦ୍ର ନାୟକ : କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ସନ ସାଇନ ପବ୍ଲିକ ସ୍କୁଲ ର ଅଧକ୍ଷା ମମିତା ମେହେର ଙ୍କୁ ଅତି ବିଭତ୍ସ ଭାବେ ହତ୍ୟାକରି ବିଦ୍ୟାଳୟ ଷ୍ଟାଡିୟମ ରେ ଗାତ କରି ପୋତିବା ଘଟଣା ରେ ଜଣେ ପ୍ରଭାବଶାଳୀ ତଥା ବିଦ୍ୟାଳୟର ମାଲିକ ଗୋବିନ୍ଦ ସାହୁ ସମ୍ପୃକ୍ତ ଥିବାରୁ ସେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ବହିଷ୍କାର ଦାବିରେ ଆଜି ଏହାର ପ୍ରତିବାଦରେ ଯାଜପୁର ଜିଲ୍ଲାର ଅଖିଳ ଭାରତୀୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ମହିଳା ବିଭାଗ ପକ୍ଷରୁ ବ୍ୟାସନଗର ଗୋପବନ୍ଧୁ ଛକ ଠାରେ ଜିଲ୍ଲା ସଂଯୋଜିକା ଜେମାମଣୀ କୂଅଁର ଙ୍କ ଅଧକ୍ଷ୍ୟତା ରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା!ଏହି ସଭାରେ ଅଖିଳ ଭାରତୀୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି ଉଦବୋଧନ ଦେଇ କହିଲେକି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧକ୍ଷ୍ୟା ମମିତା ମେହେର ମନ୍ତ୍ରୀ ଙ୍କ ନିଜ ଲୋକ ବୋଲାଉଥିବା ଗୋବିନ୍ଦ ସାହୁ ସେକ୍ସ ରାକେଟ ଚଳାଉଥିବା ଘଟଣା ବହୁ ଆଗରୁ ପ୍ରକାଶିତ ହୋଇଥିଲା ଓ ମାନ୍ୟବର ଗୃହ ରାଷ୍ଟ୍ର ତଥା ବିଦ୍ୟୁତ ବିଭାଗ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ସେ ଜାଣିଶୁଣି କିପରି ଭାବେ ଅନ୍ୟ ମନ୍ତ୍ରୀ ମାନଙ୍କୁ ନେଇ ସେଠାରେ ସଭା ସମିତି କରିବା ଏବଂ ସେ ନିଜେ ସେହି ଘରୋଇ ସ୍କୁଲ ରେ ରାତ୍ରିଯାପନ କରିବା ଘଟଣା କୁ ଦୃଢ଼ ନିନ୍ଦା କରିବାସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମିଶ୍ର ଙ୍କୁ ବହିଷ୍କାର କରିବାକୁ ଦାବି କରିଛନ୍ତି! ଅନ୍ୟ ମାନଙ୍କ ମଧ୍ୟରେ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ, ମିର୍ଜା ଲୋକମାନ ବେଗ, ବିଦ୍ୟାଧର ଜେନା, ବିଷ୍ଣୁ କାନ୍ଦୁଲୁନା, ଲିପା ଗାଗରାଇ, ଡଲି ଓଝା, ସୁକୁମାରୀ ଓଝା,ତାରା ବିବି ରୁକସନା ପରୱଇନ, ଅର୍ଜୁନ ବିବି ପ୍ରମୁଖ ବକ୍ତବ୍ୟ ରେ କହିଲେ କି ରାଜ୍ୟ ସରକାର ଆଇନ ଶୃଙ୍ଖଳା କୁ ଆଖି ଆଗରେ ରଖି ତୁରନ୍ତ ମନ୍ତ୍ରୀ ଙ୍କୁ ବହିଷ୍କାର ନକଲେ ଆଗାମୀ ଦିନରେ ଏ ଆନ୍ଦୋଳନ ତୀବ୍ର ରୂପ ନେବ!ଶେଷରେ କର୍ମୀ ମାନେ ମୁଖ୍ୟମନ୍ତ୍ରୀ ଏବଂ ଗୃହ ରାଷ୍ଟ୍ର ମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ!

0
0
0
s2sdefault