ହେଡଲାଇନସ୍:

" ଠିକାଦାରୀ କାର୍ଯ୍ୟରେ ଅସନ୍ତୋଷ ମୋହନ ମାଝିଙ୍କ ଉପରେ ଆକ୍ରମଣର କାରଣ "

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମିଛ ପ୍ରସଙ୍ଗକୁ ସମ୍ବେଦନଶୀଳ କରିବା ବିଜେପିର ଅଭ୍ୟାସ ହୋଇଗଲାଣି: ବିଜେଡି

ଭୁବନେଶ୍ୱର : ଓଡ଼ିଶା ବିଜେପି ବିଶେଷ କରି ଏହାର ମୁଖ୍ୟ ସଚେତକ ଶ୍ରୀ ମୋହନ ମାଝି ତାଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ଓଡିଶା ସରକାରଙ୍କୁ ଦାୟୀ କରିବାକୁ ଚେଷ୍ଟା କରିବା ପୂର୍ବରୁ କିଛି ଲଜ୍ଜା କରିବା ଉଚିତ୍‍ । ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରି ମିଥ୍ୟା ପ୍ରସଙ୍ଗକୁ ସମ୍ବେଦନଶୀଳ କରିବା ଓଡିଶା ବିଜେପିର ଅଭ୍ୟାସରେ ପରିଣତ ହୋଇଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀମତୀ ଦେଓ କହିଛନ୍ତି ଯେ ଏହି ପ୍ରସଙ୍ଗରେ, ଶ୍ରୀ ମାଝିଙ୍କ ଉପରେ ଆକ୍ରମଣ କରିଥିବା ଲୋକମାନେ ସାମ୍ନାକୁ ଆସିଛନ୍ତି ଓ ଶ୍ରୀ ମାଝିଙ୍କ ସହ ସେମାନଙ୍କର ସିଧାସଳଖ ସମ୍ପର୍କ ରହିଛି ଏବଂ ସେମାନେ କେନ୍ଦୁଝର ଜିଲ୍ଲା ବିଜେପିରେ ଥିଲେ । ଶ୍ରୀ ମାଝି ଉକ୍ତ ବ୍ୟକ୍ତିଙ୍କୁ ପ୍ରତିଶ୍ରୁତି ମୁତାବକ କାର୍ଯ୍ୟ ଦେଇନଥିଲେ ଏବଂ ଏହା ଏକ ଠିକାଦାରୀ କାର୍ଯ୍ୟକୁ ନେଇ ଘଟିଛି ।
ଏହାକୁ ଏକ ରାଜନୈତିକ ପ୍ରସଙ୍ଗ କରିବା ଏବଂ ସରକାରଙ୍କୁ କାଠଗଡାରେ ଛିଡା କରିବା ହେଉଛି ଓଡିଶା ବିଜେପି ଏବଂ ଶ୍ରୀ ମାଝିଙ୍କର ଏକ କୌଶଳ ଯାହା ସତ୍ୟ ଉପରୁ ଧ୍ୟାନ ହଟାଇବାପାଇଁ ଉଦ୍ଧିଷ୍ଟ । ଏହି ଆକ୍ରମଣରେ ଜଡିତ ଅପରାଧୀଙ୍କୁ ଗିରଫ କରାଯାଇଛି ଏବଂ ଶ୍ରୀ ମାଝିଙ୍କର ଆତ୍ମ-ସମ୍ମାନ ରହିବା ଉଚିତ ଯେ ଏହା ନିଜ ଲୋକଙ୍କ ସହ ନିଜର ମତଭେଦର ଏକ ପରିଣାମ ବୋଲି ବିଜେଡି ମୁଖପାତ୍ର ଶ୍ରୀମତୀ ଦେଓ କହିଛନ୍ତି ।

0
0
0
s2sdefault