ହେଡଲାଇନସ୍:

ବିଜେପି ମହିଳା ମୋର୍ଚ୍ଚା ତରଫରୁ ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଜନ୍ମ ଜୟନ୍ତୀ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଂଚିତ, ଶୋଷିତ ଏବଂ ଦୁର୍ବଳ ଶ୍ରେଣୀର ମହିଳାଙ୍କ ଉତ୍ଥାନ ପାଇଁ ଲଢେଇ କରିଥିଲେ ରାଜମାତା : ପୁରନ୍ଦେଶ୍ୱରୀ

ଭୁବନେଶ୍ୱର :ରାଜମାତା ଅତି ସରଳ ସ୍ୱଭାବର ଥିଲେ । ସମାଜ ପାଇଁ ସେ ନିଜକୁ ଉତ୍ସର୍ଗୀକୃତ କରିଥିଲେ । ରାଜନୀତିରେ ସେ ଏକ ନୂଆ କିର୍ତୀମାନ ସ୍ଥାପନା କରିଥିଲେ । ରାଜମାତା ବଂଚିତ, ଶୋଷିତ ଏବଂ ଦୁର୍ବଳ ଶ୍ରେଣୀର ମହିଳାଙ୍କ ଉତ୍ଥାନ ପାଇଁ ଲଢେଇ କରିଥିଲେ । ତୃଣମୂଳସ୍ତରରେ ବିଶେଷ କରି ମହିଳାଙ୍କ ପାଇଁ ସେ ସର୍ବଦା ଚିରସ୍ମରଣୀୟ ହୋଇ ରହିବେ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ସମୟରେ ଲାଗିଥିବା ଜରୁରୀକାଳୀନ ପରିସ୍ଥିତିରେ ସେ କଂଗ୍ରେସର କଳା ଆଇନକୁ ବିରୋଦ୍ଧ କରିଥିଲେ । ରାଜମାତାଙ୍କ ନିସ୍ୱାର୍ଥପରତା, ତ୍ୟାଗ ଓ ବଳୀଦାନ ଚିର ସ୍ମରଣୀୟ ହୋଇ ରହିବ ବୋଲି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ରାଜମାତା ସ୍ୱର୍ଗତଃ ବିଜୟରାଜେ ସିନ୍ଧିଆ ଜନ୍ମ ଜୟନ୍ତୀ ପାଳନ ଅବସରରେ ଓଡିଶା ପ୍ରଭାରୀ ଶ୍ରୀମତୀ ଡି. ପୁରନ୍ଦେଶ୍ୱରୀ କହିଛନ୍ତି ।
ଭାରତୀୟ ଜନତାପାର୍ଟିର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆଜି ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ୧୦୨ତମ ଜନ୍ମ ଜୟନ୍ତୀ । ରାଜମାତା ମଧ୍ୟପ୍ରଦେଶଠାରେ ୧୨ ଅକ୍ଟୋବର ୧୯୧୯ ମସିହାରେ ଜନ୍ମ ହୋଇଥିଲେ । ଶ୍ରୀମତୀ ସିନ୍ଧିଆ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ସଦସ୍ୟା ଥିଲେ । ଭାରତର ରାଜନୀତିରେ ସେ ଜଣେ ଆଦର୍ଶ ମହିଳା ଥିଲେ । ରାଜମାତାଙ୍କ ବିଚାରଧାରାକୁ ଆଦର୍ଶ ଭାବେ ଗ୍ରହଣ କରି କାର୍ଯ୍ୟ କରିବା ପାଇଁ ଶ୍ରୀମତୀ ପୁରନ୍ଦେଶ୍ୱରୀ ଆହ୍ୱାନ ଦେଇଥିଲେ ।
ରାଜମାତାଙ୍କ ୧୦୨ତମ ଜନ୍ମ ଜୟନ୍ତୀ ଅବସରରେ ରାଜ୍ୟ କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଶ୍ରୀମତୀ କାନନବାଳା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପାଳନ ହୋଇଛି । ଓଡିଶାର ପ୍ରଭାରୀ ଶ୍ରୀମତୀ ଡି. ପୁରନ୍ଦେଶ୍ୱରୀ ଏବଂ ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର ଅତିଥି ଭାବରେ ଯୋଗଦେଇ ରାଜମାତାଙ୍କୁ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ । ଶ୍ରୀମତୀ କାନନବାଳା ପଟ୍ଟନାୟକ ରାଜମାତାଙ୍କ ଜୀବନୀ ଉପରେ ଆଲୋକପାତ କରି ମହିଳା ମୋର୍ଚ୍ଚାଙ୍କୁ ତାଙ୍କ ପଥ ଅନୁସରଣ କରିବାକୁ ପ୍ରେରିତ କରିଥିଲେ ।
ରାଜମାତାଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ନିୟତି ଗିରି, ଶ୍ରୀମତୀ କସ୍ତୁରୀ ମିଶ୍ର,ସଙ୍ଗୀତା ଦାସ, ରଶ୍ମିରେଖା ଦାସ, ଭୁବନେଶ୍ୱର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ମନ୍ଦାକିନୀ ପାତ୍ରଙ୍କ ସହିତ ମହିଳା ମୋର୍ଚ୍ଚାର ଅନ୍ୟାନ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ ।

0
0
0
s2sdefault