ହେଡଲାଇନସ୍:

ରୋମ ଜଳୁଥିବା ବେଳେ ନିରୋଙ୍କ ବଂଶୀବାଦନ ପରି  ରାଜ୍ୟର ୧୯ ବର୍ଷର ମୁଖିଆ ଜନକଷ୍ଟ ପ୍ରତି ଆଖି ବୁଜି ଦେଇଛନ୍ତି :ବିଜେପି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

17-07-18-bjp.jpg - 54.55 kB

ରାଜ୍ୟସାରା ଜଳନିଷ୍କାସନ ସମସ୍ୟା ଯୋଗୁ ଅକଥନୀୟ କଷ୍ଟରେ ରାଜ୍ୟବାସୀ ରହିବା ପ୍ରସଙ୍ଗ

କୋଣାର୍କର ପାଣି ନିଷ୍କାସନ ପାଇଁ କେନ୍ଦ୍ର ସରକାରଙ୍କୁ କଡା ଚିଠି ଅପରପକ୍ଷରେ ଜଳବନ୍ଧୀ ଜୀବନ କଟାଉଥିବା ଓଡିଶାର ସହାରଂଚଳର ଦୁଖ ଦୁର୍ଦଶା ପ୍ରତି ଆଖି  ବୁଜି ଦେଇଛନ୍ତି

ଭୁବନେଶ୍ୱର, ୧୭ ଜୁଲାଇ- ରୋମ ଜଳୁଥିବା ବେଳେ ସେଠାର ସର୍ବମୟ କର୍ତା ଶାସକ ନିରୋ ବଂଶୀବାଦନ କରିବା ପରି ଓଡିଶାର ସହରାଚଂଳ ମାନଙ୍କରେ ଡ୍ରେନଜ ସୁବିଧା ନଥିବା କାରଣରୁ ଲୋକଙ୍କ ଘରେ ପାଣି ପଶି ରାସ୍ତାଘାଟରେ ନଇନାଳର ଭ୍ରମ ସୃଷ୍ଟି କରୁଥିବା ବେଳେ ରାଜ୍ୟର ୧୯ ବର୍ଷର ମୁଖିଆ ଜନକଷ୍ଟ ପ୍ରତି ନିରୋଙ୍କ ପରି ଆଖି ବୁଜି ଦେଇଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର ଅଭିଯୋଗ କରିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଓଡିଶାର ଐତିହର କେନ୍ଦ୍ର କୋଣାର୍କ ପାଖରେ ପାଣି ଜମିବା ନିଶ୍ଚିତ ଭାବେ ଚିନ୍ତାର ବିଷୟ । ତୁରନ୍ତ ଏହି ସମସ୍ୟାର ସମାଧାନ ରାସ୍ତା କଢା ଯିବା ଅତ୍ୟନ୍ତ ଜରୁରୀ । ମାତ୍ର କୋଣାର୍କର ପାଣି ନିଷ୍କାସନ ପାଇଁ କେନ୍ଦ୍ର ସରକାରଙ୍କୁ କଡା ଚିଠି ଅପରପକ୍ଷରେ ପାରମ୍ଭିକ ବର୍ଷାଦିନ ଗୁଡିକରେ ପାଣି ଭିତରେ ଜଳବନ୍ଦୀ  ଜୀବନ କଟାଉଥିବା ଓଡିଶାର ବିଶେଷ ଭାବେ ସହାରଂଚଳର ଦୁଖ ଦୁର୍ଦଶା ପ୍ରତି ଆଖି ବୁଜି ଦେବା ନବୀନ ବାବୁଙ୍କର କି ପ୍ରକାର କଠିନ ପରିଶ୍ରମ ଓ ଆଦର୍ଶ ମୁଖ୍ୟମନ୍ତ୍ରୀତ୍ୱ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।

ବିଜୁ ଜନତା ଦଳର ୨୦୧୪ ମସିହାର ନିର୍ବାଚନ ଇସ୍ତାହାର ଓ ସରକାରଙ୍କ ତରଫରୁ ବିଧାନସଭାରେ ନିକଟ ଅତୀତରେ ଦିଆଯାଇଥିବା ଉତର ଓ ପ୍ରତିଶୃତିକୁ ଉଦ୍ଧୃତ କରି ଶ୍ରୀ ମହାପାତ୍ର ରାଜ୍ୟ ସରକାର ପ୍ରତିଶୃତି ଦେଇ ରାଜ୍ୟର ସହରାଚଂଳ ଲୋକଙ୍କୁ ପ୍ରତାରିତ କରିଛନ୍ତି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି । ଶ୍ରୀ ମହାପାତ୍ର ଚଳିତବର୍ଷା ଋତୁର ଆଦ୍ୟ ବନ୍ୟାରେ ଅକଥନୀୟ ସମସ୍ୟାରେ ଥିବା ବସ୍ତିବାସିନ୍ଦାଙ୍କ ସାମ୍ନାରେ ୨୦୧୪ରେ ବିଜେଡି ଦେଇଥିବା ପ୍ରତିଶୃତିକୁ ମନେ ପକାଇ ଦେଇଛନ୍ତି । ୨୦୧୪ ପ୍ରତିଶୃତି ଯାହାକୁ ପରେ କ୍ୟାାବିନେଟ ମୋହର ଲଗାଯାଇଥିଲା ସେଥିରେ ସମସ୍ତଙ୍କୁ ପକ୍କାଘର, ଟଙ୍କିକିଆ ଚାଉଳ, ସୁଧ ପାନୀୟ ଜଳ, ପକ୍କାରାସ୍ତା ସହ ବସ୍ତିମାନଙ୍କର ଡ୍ରେନଜ ବ୍ୟବସ୍ଥାକୁ ଏପରି ମଜଭୂତ କରାଯିବ । ବର୍ଷାଦିନେ ଜଳ ଠୂଳ ହେବାର ସମ୍ଭାବନା ରହିବ ନାହିଁ ବୋଲି ବିଜେଡି କହିଥିଲା କି ନାହିଁ ଏହା ସରକାର ସ୍ପଷ୍ଟ କରନ୍ତୁ ବୋଲି ବିଜେପି ଦାବି କରିଛି । ୧୯ ବର୍ଷର ବିଜେଡି ଶାସନରେ ଗରୀବ, ବସ୍ତିବାସିନ୍ଦା ମାନେ ବର୍ଷାଦିନ ଆସିଲେ ସବୁଠୁ ଅଧିକ ଯନ୍ତ୍ରଣାର ଶିକାର ହେବା କାରଣ ବୋଲି କହିବା ସହ ୧୯ ବର୍ଷ ସରକାର ଅପାରଗତା ବିରୋଧରେ ଗରିବ ମାନେ ଯୁଦ୍ଧ ଘୋଷଣା କରିବା ସ୍ଥିତିକୁ ଆସିଲେଣି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଶ୍ରୀ ମହାପାତ୍ର ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗର ଅଣତାରକା ପ୍ରଶ୍ନ ୧୩୨୦ ଓ ୩୧୫ ଓ ତାରକା ପ୍ରଶ୍ନ ୨୦୪ ପ୍ରତି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବିଧାନସଭାରେ ପ୍ରତିଶୃତି ଦେଇ କାହିଁକି ସାଧାରଣ ଜନତାଙ୍କୁ ପ୍ରତାରିତ କରିଛନ୍ତି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । ପବିତ୍ର ବିଧାନସଭାରେ କଟକ-ଭୁବନେଶ୍ୱରର ସ୍ୱେରଜ ଓ ଡ୍ରେନଜ ବ୍ୟବସ୍ଥା କାମ ଜାପାନ ସରକାରଙ୍କ ସହାୟତାରେ ୨୦୧୭ ସୁଦ୍ଧା ଶେଷ  କରିବାର ଲକ୍ଷ୍ୟ ପୂରଣ ହୋଇନଥିବା ସ୍ୱୀକାର କରିଥିଲେ । ମାତ୍ର ଏହି ସମ୍ପୂର୍ଣ କାମକୁ ସେପ୍ଟେମ୍ବର ୨୦୧୮ ସୁଦ୍ଧା ଶେଷ କରିବାର ପ୍ରତିଶୃତି ଲିଖିତ ଭାବେ ବିଧାନସଭାରେ ଦେଇଥିଲେ । ମାତ୍ର କଟକ-ଭୁବନେଶ୍ୱରର ଦୟନୀୟ ଡ୍ରେନଜ ବ୍ୟବସ୍ଥାର ସ୍ଥିତି ରାଜ୍ୟ ସରକାରଙ୍କର ବିଧାନସଭା ଭିତରେ ଦେଇଥିବା ପ୍ରତିଶୃତି କେତେ ମାତ୍ରାରେ ପ୍ରବଚଂନା ପୂର୍ଣ ଏହା ସ୍ପଷ୍ଟ କରୁଛି । ପ୍ରତିଶୃତି ସତ୍ୱେ କାଯ୍ୟରେ କାହିଁକି ଅଗ୍ରଗତି ହୋଇପାରିଲା ନାହିଁ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟବାସୀଙ୍କ ସାମ୍ନାରେ ସ୍ପଷ୍ଟୀକରଣ ରଖାଯିବା ସହ ନିଜର ବିଫଳତାକୁ ସ୍ୱୀକାର କରିବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି ।

ଏହି ସାମ୍ବାଦିକ ସମ୍ମଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସହସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ହରେକୃଷ୍ଣ ଖୁଂଟିଆ ଏବଂ ଜିଲ୍ଲା ସାଧାରଣ ସଂପାଦକ ସଂଗ୍ରାମ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । 

 

0
0
0
s2sdefault