ହେଡଲାଇନସ୍:

ସମସ୍ତଙ୍କ ନଜରରେ ତଲସରା : କାହା ହାତରେ ୧୯ରେ ଦେବ ଧରା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ସୁନ୍ଦରଗଡ : ସୁନ୍ଦରଗଡ ଜିଳ୍ଲାରେ ଦୁଇଟି ଆସନ ଉପରେ କଂଗ୍ରେସର ଦବଦବା ଥିବା ବେଳେ ତାହାରି ଉପରେ ଏବେ ବିଜେଡି ଓ ବିଜେପିର ନଜର  । ଏଣେ ବିଜେପି ଆଖେଇଛି ଆଉ ସେଣ୍ଡେ ବିଜେଡି ବି ରାଜନୀତିର ମିଶାଣ ଫେଡାଣରେ ଏହି ଦୁଇଠି ଆସନ ବୋନସ ଭାବେ ନେବାକୁ ଯୋଜନା କରିଛି  । ଅବଶ୍ୟ ବିଜେଡି ପାଇଁ ସୁନ୍ଦରଗଡ ଆସନଟି ଏବେ ବୋଧହୁଏ କଷ୍ଟକର ହୋଇନପାରେ, ଯଦି ବିଜେଡିରେ କଂଗ୍ରେସ ବିଧାୟକ ଯୋଗେଶ ସିଂ ଭୋଟ୍ର କିଛିଦିନ ପୂର୍ବରୁ ଯୋଗଦେଇପାରନ୍ତି ବୋଲି ହେଉଥିବା ଚର୍ଚ୍ଚା ଯଦି ସତ ହୁଏ  । ନଚେତ ବିଜେଡିକୁ ସୁନ୍ଦରଗଡ ବିଧାନସଭା ଆସନ ହାତେଇବା ପାଇଁ ଟିକେ ଆଣ୍ଠେଇବାକଚ ପଡିପାରେ । ଆଉ ଗୋଟିଏ ଗୂରୁୂତ୍ୱପୂର୍ଣର୍ ଆସନ ହେଲା ତଳସରା, ଯାହାକି କଂଗ୍ରେସର ଗଡ ଭାବେ ପରିଚିତ  । ଅଷ୍ଟମ ବିଧାନସଭା ଠାରୁ ଆରମ୍ଭ କରି ଏ ଯାବତ ଥରଟିଏ ଛାଡି ସବୁ ସମୟରେ କଂଗ୍ରେସ ହିଁ ନିର୍ବାଚିତ ହୋଇଆସିଛି  । ଥରଟିଲ କେବଳ ରଞ୍ଜିତ ଭିତ୍ରିଆ ଜନତାଦଳ ଟିକଟରୁ ଜିତିଥିଲେ  । ନହେଲେ ଦୁଇଟି ଦଫାରେ ୫ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଏ ଅଞ୍ଚଳର ନିର୍ବିବାଦୀୟ ଜନନେତା ଗଜାଧର ମାଝି ଲୋକଙ୍କ  ହୃଦୟରେ ସ୍ଥାନ କରିଯାଇଥିଲେ । ପୂର୍ବତନ ମନ୍ତ୍ରୀ ଶ୍ରୀ ମାଝିଙ୍କ ଦେହାନ୍ତ ପରେ ତାଙ୍କ ଝିିଆରି ଜୋଇଁ ଡ ପ୍ରଫୁଳ୍ଲ ମାଝି ଏହି ଆସନଟିକୁ ଉତ୍ତରାଧିକାର ସୂତ୍ରରେ ପାଇଁ ଏ ଯାବତ ବିଧାୟକ ଅଛନ୍ତି । ହେଲେ ସ୍ୱର୍ଗତ ଗଜାଧରଙ୍କ ପ୍ରତି ଥିବା ଶ୍ରଦ୍ଧା ଯୋଗୁ ପ୍ରଫୁଲ୍ଲ ଆଜି ପର୍ଯ୍ୟନ୍ତ ବିଧାୟକ ଅଛନ୍ତି ବା ଲୋକଙ୍କ ସମର୍ଥନ ହାସଲ କରିଚାଲିଛିନ୍ତି । ହେଲେ ଲଗାତାର ଭାବେ ବିଧାୟକ ହୋଇଥିବା ପ୍ରଫୁଲ୍ଲ ଇତି ମଧ୍ୟରେ ଲୋକଙ୍କ ଭିତରେ ପତିଆରା ଓ ଲୋକପ୍ରିୟତା ହରାଇବାକୁ ବସିଛନ୍ତି । କଂଗ୍ରେସର ଗଡ଼ ବା ଅଭେଦ୍ୟ ଦୁର୍ଗ ବୋଲି ବିବେଚନା କରାଯାଇଆସୁଥିବା ଏହି ତଳସରାରେ ଗତ ନିର୍ବାଚନରେ କଡା ଟକ୍କରର ସମ୍ମୁଖୀନ ହେବାକୁ ପଡିଥିଲା ପ୍ରଫୁଲ୍ଲଙ୍କ । ଲାଗୁଥିଲା ଏଥର କଂଗ୍ରେସ ହାତରୁ ଚାଲିଯିବ  । ହେଲେ ମାତ୍ର ୧୪୦୦ ଭୋଟ ବ୍ୟବଧାନରେ ଜିତିଥିଲା କଂଗ୍ରେସ ୨୦୧୪ରେ |

ପାଞ୍ଚଥର ବିଧାୟକ ଭାବେ ଏହି ନିର୍ବାଚନ ମଣ୍ଡଳୀରୁ ଲୋକପ୍ରିୟ ରାଜନେତା ଗଜାଧର ମାଝୀ ସର୍ବମୋଟ ୫ ଥର ବିଧାୟକଭାବେ ନିର୍ବାଚିତ ହୋଇଥିଲେ ଏବଂ କଂଗ୍ରେସ ଅମଳରେ ବିଭିନ୍ନ ବିଭାଗରେ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ୧୯୯୦ ମସିହାରେ ବିଜୁ ପଟ୍ଟନାୟକଙ୍କର ସାରା ରାଜ୍ୟରେ ପ୍ରବଳ ହାୱା ଥିବାଯୋଗୁ ୧୯୯୦-୯୫ ମସିହାରେ ଥରେ ମାତ୍ର ରଞ୍ଜିତ ଭିତ୍ରିଆ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୫ ପରଠାରୁ କ୍ରମାଗତ ଭାବେ ଏହି ଆସନରୁ କଂଗ୍ରେସ ବିଜୟୀ ହୋଇ ଆସୁଛି ।ଗଜାଧରଙ୍କ ମୃତୁ୍ୟପରେ ୨୦୦୫-୦୬ ମସିହାରେ ଅନୁଷ୍ଠିତ  ଉପନିର୍ବାଚନରେ ଗଜାଧର ବାବୁଙ୍କର ଝିଆରୀ ଜ୍ୱାଇଁ ଡ଼ଃ ପ୍ରଫୁଲ ମାଝୀ ନିର୍ବାଚିତ ହୋଇଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ କ୍ରମାଗତ ଭାବେ ନିର୍ବାଚିତ ହୋଇଆସୁଛନ୍ତି ।

କିନ୍ତୁ ୨୦୧୪ ନିର୍ବାଚନରେ କେନ୍ଦ୍ରରେ ମୋଦି ଏବଂ ରାଜ୍ୟରେ ନିବୀନଙ୍କ ହାୱା ସତ୍ତେ୍ୱ ପ୍ରଫୁଲ ମାଝୀ ବିଜୟ ହୋଇଥିଲେ । ଲାଗୁଥିଲା ପ୍ରଫୁଲ୍ଲଙ୍କ ପାଇଁ ସମସ୍ୟା ହେବ  ।  କିନ୍ତୁ ୨୦୧୪ ନିର୍ବାଚନରେ ବିଜେପି - ବିଜେଡି ମଧ୍ୟରେ ଭୋଟ ଭାଗ ହେବା ଯୋଗୁଁ ମଉଳି ପଡିଯାଇଥିବା ପ୍ରଫୁଲଙ୍କ ଭାଗ୍ୟ ଉଦୟ ପୁଣି ହୋଇଥିଲା ଓ ସେ ବିଜୟୀ ହୋଇଥିଲେ ଏବଂ ବିଜେଡିର ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ବିନୟ ଟପ୍ପୋ  ମାତ୍ର ୧୪୦୦ ଭୋଟରେ ପରାସ୍ତ ହୋଇଥିଲେ ।  ଆଉ ଏହା ପଛରେ ବୀନୟଙ୍କ ପ୍ରତି ବିଜେଡି ଭିତରର ବିରୋଧ ପ୍ରମୁଖ କାରଣ ଥିଲା ବୋଲି ଚର୍ଚ୍ଚା ହେଉଥିଲା  । ବିଜେଡିର ଏକ ମୃଷ୍ଟିମେୟ  ଗୋଷ୍ଠୀ ବିନୟ ଟପୋଙ୍କ ପାର୍ଥିତ୍ୱକୁ ପ୍ରବଳ ବିରୋଧ କରିଥିଲେ, ଆଉ ଭୋଟ ପରେ ବି ବିନୟଙ୍କ ପ୍ରତି ସେହି  ଗୋଷ୍ଠୀର ଅସନ୍ତୋଷ ବଳବତ୍ତର ରହିଛି । ଭୋଟ ସରିବା ପରେ ବିନୟ ମଧ୍ୟ ଲୋକଙ୍କ ସହିତ ଯୋଗଯୋଗ  ରଖିନାହାନ୍ତି ବୋଲି  ଚର୍ଚ୍ଚାହୁଏ  ।  ବିନୟ ଟପୋ ବର୍ତ୍ତମାନ ପର୍ଯ୍ୟନ୍ତ ସାଧାରଣ କର୍ମୀଙ୍କ ଠାରୁ ଦୂରେଇ ରହୁଛନ୍ତି ଏବଂ ବିଜେଡିର ଯେଉଁ ବିଭିନ୍ନ  ଗୋଷ୍ଠୀ ଉତ୍ଥାନ ହୋଇଛି, ସମସ୍ତଙ୍କୁ ଏକାଠି କରିବାରେ ସେ ବିଫଳ ହୋଇଛନ୍ତି । ଏହିଭଳି ପରିସ୍ଥିତିରେ ବର୍ତ୍ତମାନ ଚର୍ଚ୍ଚାକୁ ଆସିଛନ୍ତି ସ୍ଥାନୀୟ ବିଜେଡି ଯୁବନେତା ତଥା ଜିଲ୍ଲା ସମ୍ପାଦକ ଥିବା ରାଜପୁର ପଞ୍ଚାୟତର ସୁଦାମ ଭୋଇ । ସାଧାରଣଭାବେ ସେ ଜଣେ ମେଳାପି ଯୁବକ ହୋଇଥିବାରୁ ଓ ବିଭିନ୍ନ ସାମାଜିକ କାର୍ଯ୍ୟରେ ଯୋଗଦାନ କରିବା ସହ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ସହଯୋଗ କରୁଥିବାରୁ ସେ ବର୍ତ୍ତମାନ ଚର୍ଚ୍ଚାରେ ସବୁଠୁ ଉପରେ ଅଛନ୍ତି । (ବିଜୁ ଜନତା ଦଳ ତରଫରୁ) ସେ ଛାତ୍ର ଜୀବନରୁ ରାଜନୀତି ସହ ଜଡିତ ପୂର୍ବରୁ ସେ ରାଜପୁର ପଞ୍ଚାୟତରେ ସମିତି ସଭ୍ୟଭାବେ ନିର୍ବାଚିତ ହୋଇ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ କରି ସେ ସୁନ୍ଦରଗଡ଼ ଅଞ୍ଚଳରେ ପ୍ରଶଂସିତ ହୋଇଛନ୍ତି । ବର୍ତ୍ତମାନ ବିଭିନ୍ନ ସମ୍ପ୍ରଦାୟ, ସଂଗଠନ, ଯୁବକ ଗୋଷ୍ଠୀ  ଓ ରାଜନୈତିକ ପଣ୍ଡିତମାନେ ତାଙ୍କୁ ଗ୍ରହଣ କରିଛନ୍ତି । ଆଉ ଜିଲ୍ଲାର ସେ ଜଣେ ପରିଚିତ ଲୋକପ୍ରିୟ ଯୁବ ଚେହେରା । ଆଗାମୀ ଦିନରେ ସେ ବିଜୁ ଜନତା ଦଳ ପକ୍ଷରୁ ଅନ୍ୟତମ ପ୍ରମୁଖ ଦାବୀଦାର ଭାବେ ଉଭା ହୋଇଛନ୍ତି, ଆଉ ଦଳ ପାଇଁ ଲାଗାତାର ଭାବେ କାର୍ଯ୍ୟ କରିଛନ୍ତି ଓ ଲୋକଙ୍କ ସହ ସମ୍ପର୍କ ରଖି ସେମାନଙ୍କ ସୁଖଦୁଃଖରେ ସାମିଲ ୍ଥିବା ସୁଦାମ କଥା ବିଜୁ ଜନତା ଦଳ ଚିନ୍ତାକୁ ନେଇପାରେ  । ଅନ୍ୟପଟେ ବିଧାୟକ ପ୍ରଫୁଲ ମାଝୀଙ୍କର ମନମୁଖ୍ୟ କାର୍ଯ୍ୟ ଲାଗି ତାଙ୍କର ଲୋକପ୍ରିୟତା ସମ୍ପୂର୍ଣ୍ଣ ହ୍ରାସ ପାଉ ଥିବା  ତଥା ବିଜେପି ମଧ୍ୟ ଏହି ଆସନ ଉପରେ ତାହାର ନଜର ରଖିଥିବା ଚର୍ଚ୍ଚା ହୋଇଥିବା ବେଳେ ନିଶ୍ଚିତ ତ୍ରିମୁଖୀ ଲଢେଇ ସମ୍ଭାବନା ଥିବା ତଳସରା  ନିର୍ବାଚନୀ ମଇଦାନରେ ଲୋକସମ୍ପର୍କ ନଥିବା ବିନୟଙ୍କୁ ବିଜେଡି ବାଛୁଛି ନା ସୁଦାମଙ୍କ ଭଳି ସକ୍ରିୟ ଓ ଲୋକପ୍ରିୟ ଯୁବନେତା ତଥା ନୁଆଁ ମୁହଁକୁ ପ୍ରଫୁଲ ମାଝୀଙ୍କ ବିରୋଧରେ ମଇଦାନରେ ଉତାରୁଛି  ତାହା ଦେଖିବାକୁ ବାକି  ରହିଲା  । 

0
0
0
s2sdefault