ବିଜୁ ଛାତ୍ର ଜନତା ଦଳ ତରଫରୁ ନାମଲେଖାଇବାକୁ ଆସିଥିବା ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପ ଡେସ୍କ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)-ଆଜି ପଦ୍ମପୁର ବିଜୁ ଛାତ୍ର ଜନତା ଦଳ ତରଫରୁ ଅଞ୍ଚଳ ମହାବିଦ୍ୟାଳୟ ଠାରେ +୨ ଏବଂ +୩ ପାଠ୍ୟକ୍ରମ ପାଇଁ ନୂତନ ଭାବେ ନାମଲେଖାଇବା କୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ହେଲ୍ପ ଡେସ୍କ ର ଆୟୋଜନ କରାଯାଇଥିଲ। ନୂତନ ଭାବେ ନାମଲେଖାଇବା କୁ ଆସିଥିବା ଛାତ୍ର ଛାତ୍ରୀ ଓ ତାଙ୍କ ଅବିଭାବକ ଙ୍କ ହାତ କୁ ସାନିଟାଇଜ୍ କରିବା ସହ ମାସ୍କ ଓ ଡଟ୍ ପେନ୍ ଦିଆଯାଇଥିଲା ଓ ସରକାରଙ୍କ କୋଭିଡ୍ ନିୟମ ମାନିବାକୁ ଅନୁରୋଧ କରାଯାଇଥିଲା ଏବଂ ନାମଲେଖା ସମ୍ବନ୍ଧୀୟ ସମସ୍ୟା ର ସମାଧାନ ପାଇ ବିଜୁ ଛାତ୍ର ଜନତା ଦଳ ତରଫରୁ ସହଯୋଗ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ବିଜୁ ଛାତ୍ର ଜନତା ଦଳ ର ଜିଲ୍ଲା ଉପ-ସଭାପତି ନୀଲାମ୍ବର ଦୀପ୍, ପଦ୍ମପୁର ଏନ୍.ଏ.ସି ସଭାପତି ରୋହିତ ସେଠ୍, ରାଜାବୋଡ଼ାସମ୍ବର ବ୍ଲକ୍ ସଭାପତି ଲୋକନାଥ ମେହେର ,ଉପ-ସଭାପତି ରାଜେଶ କୁମାର ଲୋହାର,ସୌରଭ ମିଶ୍ର, ସନ୍ତୋଷ ସରାଫ,ମୁକେଶ ରଣା,ଦୀପକ ମେହେର,ରାହୁଲ ପଟେଲ ଏବଂ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ କୁ ଛାତ୍ରଛାତ୍ରୀ ଓ ଅବିଭାବକ ମାନେ ପ୍ରଶଂସା କରିଥିଲେ |

0
0
0
s2sdefault