ହେଡଲାଇନସ୍:

ହେ ପ୍ରଭୁ...ଥରେ ଦେଖାଦିଅ...କଥା ବୁଝି ଯାଅ,  ପାଞ୍ଚ ବର୍ଷ ଆଉ ଡିଷ୍ଟର୍ବ କରିବିନି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

15-07-18-balangir.jpg - 162.55 kB

Bolangir/Niroj Mishra : କଥାରେ ଅଛି ଦୁଃଖରେ ପଡିଲେ ଠାକୁରଙ୍କୁ ଡାକେ ମଶିଷ, ଶରଣାଗତ ହୁଏ ସେଇ  ଶୂନ୍ୟସତ୍ତାଙ୍କର । ଚିନ୍ତା ବା ଆସନ୍ନ  ଚିନ୍ତା ମଣିଷମନରେ ଭଗବତ ଚେତନାକୁ ପ୍ରବଳ କରିଦେଇଥାଏ  । ଆଉ ନେତାଙ୍କ କଥା କହିବା କଣ, ସେମାନେ ତ ଭୋଟ ସମୟ ପାଖେଇଲେ ଠାକୁର ମୁହାଁ ହୁଅନ୍ତି । କେତେ ମାନସିକ, କେତେ  ବଳି ବା ମନ୍ତ୍ର ତନ୍ତ୍ର |  ଆଉ ହୃଦୟର ଭକ୍ତି ସବୁ ଅଜାଡି ଦିଅନ୍ତି ହୋଲସେଲରେ ବିଶ୍ୱ ନିୟନ୍ତାଙ୍କ ପାଖରେ  । କାରଣ ଥରେ ଆଣିର୍ବାଦ ପାଇଗେଲ ପାଂଚ ବର୍ଷ  । ଆଉ ସେଠି ପାଇଁ ଏସବୁ | ଜାଗା ଆଗରେ ଏଅ ନାଟକ କି ଆନ୍ତରିକତା ତାହା ସେଇ ଆମର ଆଦରଣୀୟ ନେତା ମାନଙ୍କୁ ଜଣା | କାହାର ଭାବନା ଆଉ ଭକ୍ତିକୁ ନେଇ ସମାଲୋଚନା କରିବା ଉଚିତ ନୁହେ |  ଅବଶ୍ୟ ଏହା ଅସ୍ଵୀକାର କରି ହେବନି, ଭକ୍ତିରେ ହେଉ ବା  ରାଜନୀତିକ ପତିଆରା ଦେଖାଇବାକୁ ହେଉ ଏବେ ନେତାଙ୍କ ଭିତରେ ଆରମ୍ଭ ହୋଇଛି ଭକ୍ତିର ପ୍ରତିଯୋଗିତା  । ମଉକା ମିଳିଲେ ମାଇକ ନଛାଡିବା ପରି ଲୋକଙ୍କ ଆଗରେ ସୁଯୋଗ ମିଳିଲେ ଛାଡିବା ବା କିଏ ? ଏମିତି ବୋଧ ହୁଏ କିଛି ଦେଖିବାକୁ ମିଳିଥିଲା ବଲାଙ୍ଗୀର ରଥଯାତ୍ରା ବେଳେ | ଅବଶ୍ୟ...ଯାହାର ମନ ଯେଡ଼େ, ତାର ପ୍ରଭୁ ସେଡେ | ହେଲେ ପ୍ରଭୁ ବି କାନଫୁଜଡ଼, ତିନି ଭକ୍ତ ଯଦି ଧାଡିରେ ଠିଆ ହୋଇ ଆଶୀର୍ବାଦ ମାଗିବେ ତେବେ ସେ ଦେବେ ବା କାହାକୁ ? ଆଉ ସେ ତ ନେତା ନୁହନ୍ତି ନା, ଯିଏ ଆସି ଗୁହାରି କରିବା ତାକୁ କଥାରେ ସନ୍ତୁଷ୍ଟ କରି ଚାଲିଯିବେ !!!  ଭୋଟ ପାଖେଇ ଆସିଲାଣି  । ଲଢେଇ ଏଥର ଚପାକସିଆ ହେବ  । ତେଣୁ ଏଥର ରଥଯାତ୍ରାରେ ଦେବାକୁ ମିଳିଛି ଭକ୍ତିର ପ୍ରତିଯୋଗିତା  । ବଲାଙ୍ଗୀର ବଡଦାଣ୍ଡରେ ଉଯାଣି ଉଠିଛି ନେତାଙ୍କ ଭକ୍ତି ସ୍ରୋତ  । କାରଣ ରାଜ୍ୟର ଚାରିଆଡେ ତାପମାତ୍ରା କମିଥିବା ବେଳେ ବଲାଙ୍ଗୀର ରାଜନୀତିରେ ପାରଦ ହୋାଇଛି ଉପରମୁହାଁ  । ଛକାପଞ୍ଜାରେ ଚାଲିଛି ସିଂହ ଲଢେଇ  । ଗୋଟିଏ ପଟେ ନରସିଂହ , ଆଉ ଅନ୍ୟପଟେ ଏକ ସିଂହ ଅର୍ଥାାତ ସିଂହ (ଦେଓ)  ପରିବାର ।   ବଲାଙ୍ଗୀର ରାଜନୀତିରେ ଗତ କିଛିଦିନ ଧରି ଯେଉଁଭଳି ଭାବେ  ଘଟଣା ଅଘଟଣ ଆଉ ବାକଯୁଦ୍ଧ ଚାଲିଛି ଆଉ ନେତାମାନେ ଯେଉଁ ମୁଡ଼ରେ  ଅଛନ୍ତି, ଲାଗୁଛି  ଯେମିତି ହେଇ କାଲି ଭୋଟ ହୋଇଯିବ  ।  ଇଏ ନାଗରୀକ ସମାବେଶ କଲା, ସିଏ ବି କରିବେ  । ସିଏ ବିଜୁ ସେତୁ ଉଦ୍ଘାଟନ କଲା, ସେଠି  ସିଏ ବି ଯାଇ ଆଇ ଗୋଟାଏ ଫଳକ ଲଗାଇଦେଇ ଆସୁଛି  । ଇଏ ଯାଇ  ଭୂମି ପୂଜା କରିଦେଇ ଆସିବା ଆଗରୁ ସିଏ ଯାଇ ଭୂମିପୂଜା କରି ଫଳକ ଲଗାଇ ଦେଇ ଆସୁଛନ୍ତି  । ଆଉ କେଉଁଠି  ସକାଳୁ ଦେଇଲା ବେଳକୁ ଫଳକ ଭଙ୍ଗା  । ମାନେ ....ଲାଗୁଛି ପିଲାଙ୍କ ଭିତରେ କଳି ଲାଗିଛି ।  ପ୍ରଭୁ କଲ୍ୟାଣ କରନ୍ତୁ |

0
0
0
s2sdefault