ହେଡଲାଇନସ୍:

ଧର୍ମେଦ୍ର ବିରୋଧୀଙ୍କୁ ଜୋର ସା ଝଟକା ଧୀରେ ସେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଧର୍ମେଦ୍ରଙ୍କ ପାରିବାରପାଣିଆ ଉପରେ ପ୍ରଚଣ୍ଡ ଆସ୍ଥା, ପୁଣି ଏକ ଗୁରୁଦାୟିତ୍ୱ

ଭୁବନେଶ୍ୱର : ତାରକା ହୋଟେଲରେ ଧର୍ମେଦ୍ର ବିରୋଧୀଙ୍କ ମେଳି ଭଳି ଫମ୍ପା ଖବରର କିଛିଦିନ ବିଜେପିର ବରିଷ୍ଠ ଜାତୀୟ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ଲୁ ଆଏଡ଼ ବୟ କେନ୍ଦ୍ର ଶିକ୍ଷା ତଥା ଉଦୟମିତ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦକ୍ଷତା ଓ ପାରିବାରପାଣିଆ ଉପରେ ପୁଣି ଆସ୍ଥା ପ୍ରକଟ କରିଛି ଦଳ | ପେଟ୍ରୋଲିଅମ ମନ୍ତ୍ରଣାଳୟ ଗଲାପରେ ପତିଆରା କମିଯାଇଛି ବୋଲି ମନେମନେ ଗୁଡ଼ ଖାଇ ବସିଥିବା ଓଡ଼ିଶାରେ ତାଙ୍କ ବିରୋଧୀଙ୍କୁ ଜୋରସା ଝଟକା ଧୀରେସେ ଦେଇ ତାଙ୍କୁ ଦଳର ସଭାପତି ଦେଇଛନ୍ତି ଗୁରୁଦାୟିତ୍ୱ | ନିର୍ବାଚନ ସାମନା କରିବାକୁ ଯାଉଥିବା ଦେଶର ସର୍ବବୃହତ୍ତମ ରାଜ୍ୟ ଉତ୍ତରପ୍ରଦେଶ ନିର୍ବାଚନ ପରିଚାଳନା ପାଇଁ ଦାୟିତ୍ୱ ମିଳିଛି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ । ଆସନ୍ତାବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ତାଙ୍କୁ ଦଳୀୟ ପ୍ରଭାରୀ ଭାବେ ପାଇଛନ୍ତି ନିଯୁକ୍ତି । ଟିମ୍ର ମୁଖ୍ୟ ଧର୍ମେନ୍ଦ୍ରଙ୍କୁ ସହଯୋଗ କରିବା ପାଇଁ ୭ ସହପ୍ରଭାରୀ ଅନୁରାଗ ସିଂ ଠାକୁର, ଅର୍ଜୁନ ମେଘୱାଲ୍, ସରୋଜ ପାଣ୍ଡେ, ଶୋଭା କରନ୍ଦଲାଜେ, କ୍ୟାପଟେନ ଅଭିମନ୍ୟୁ, ଅନ୍ନପୂର୍ଣ୍ଣା ଦେବୀ ଏବଂ ବିବେକ ଠାକୁରଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା | ଧର୍ମେନ୍ଦ୍ରଙ୍କ ପତିଆରା କମିଯାଇଛି ବୋଲି ଯିଏ ଭ୍ରମରେ ରହିବେ ରୁହନ୍ତୁ, ଯିଏ ଯେତେ ମେଳି କରିବେ କରନ୍ତୁ ଓଡ଼ିଶାରେ | ହେଲେ ଧର୍ମେଦ୍ର ବିଜେପି ଜାତୀୟ ରାଜନୀତିରେ ଧର୍ମେନ୍ଦ୍ରଙ୍କ ଗୁରୁତ୍ୱ ବଢିଛି ଆଉ ସେ ଏବେ ଦଳର କ୍ରାଇସିସ ମ୍ୟାନେଜର ଭୂମିକା ଅନେକ କ୍ଷେତ୍ରରେ ତୁଲାଉଛନ୍ତି ଏହା ନିଃସନ୍ଦେହ |

0
0
0
s2sdefault