ହେଡଲାଇନସ୍:

 ବିଜେପିର ବିଧାନସଭାସ୍ତରୀୟ ମଣ୍ଡଳ ପଦାଧିକାରୀ ବୈଠକ: ଅମିତ ଶାହାଙ୍କ ମିଶନ ୧୨୦ ପାଇଁ ରଣନୀତି ପ୍ରସ୍ତୁତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

14-07-18-BJP-B.jpg - 59.90 kB

ଭଦ୍ରକ(SATYAbHUSANA SWAMI)- ଭାରତୀୟ ଜନତା ପାର୍ଟିର ଭଦ୍ରକ ଲୋକସଭା କ୍ଷେତ୍ର ଅନ୍ତର୍ଗତ ସମସ୍ତ ୭ଟି ବିଧାନସଭାର ମଣ୍ଡଳ ପଦାଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଳା ସଭାପତି ବଦ୍ରିନାରାୟଣ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ହୋଇ ଯାଇଛି । ବିଜେପି ଜିଲ୍ଳା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ  ଏହି ବୈଠକରେ ରାଜ୍ୟ ସଂପାଦକ ତଥା ଲୋକସଭା ପ୍ରଭାରୀ କାଳନ୍ଦୀ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭଣ୍ଡାରିପୋଖରୀ, ଧାମନଗର, ଭଦ୍ରକ, ଚାନ୍ଦବାଲି, ବାସୁଦେବପୁର, ସିମୁଳିଆ ଓ ସୋର ବିଧାନସଭା ଅନ୍ତର୍ଗତ ପ୍ରତି ମଣ୍ଡଳର ପଦାଧିକାରୀଙ୍କ ସହ ଜଣ ଜଣ କରି  ଆଲୋଚନା କରିବା ସଂଗେ ସଂଗେ ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ନିର୍ଦ୍ଦେଶିତ  ବୁଥ୍ ସ୍ତରୀୟ କାର୍ଯ୍ୟ, ଗୁଣାତ୍ମକ ଦୃଷ୍ଟିରୁ ସଂରଚନା କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନ କଲ୍ୟାଣ ଯୋଜନା ଗୁଡିକୁ ସମାଜର ସବା ତଳ ପାହାଚରେ ବସିଥିବା ଦରିଦ୍ର ଲୋକ ପାଖରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ । ଯେଉଁମାନେ ଦାୟିତ୍ୱ ବହନ କରି ମଧ୍ୟ ନିଜ କର୍ତ୍ତବ୍ୟ ସଂପାଦନ କରୁ ନାହାନ୍ତି, ସେମାନଙ୍କୁ ଦାୟିତ୍ୱମୁକ୍ତ କରିବାକୁ ଶ୍ରୀ ସାମଲ ପରାମର୍ଶ ଦେଇଥିଲେ । ଅମିତ ଶାହାଙ୍କର ମିଶନ ୧୨୦କୁ ସଫଳ କରିବା ନିମନ୍ତେ ଦିବସ ବ୍ୟାପୀ ମାନସ ମନ୍ଥନ କରିବା ସହ ପରାମର୍ଶକୁ ଦଳର ବୀଜମନ୍ତ୍ର ଭାବେ ଗ୍ରହଣ କରି ତୃଣମୂଳ ସ୍ତରରେ ନିଜର ଭୂମିକାକୁ ଶତ ପ୍ରତିଶତ କାର୍ଯ୍ୟରେ ପରିଣତ କରିବାକୁ ସେ ଆହ୍ୱାନ ଦେଇଥିଲେ । ରାଜ୍ୟ ଉପସଭାପତି ତଥା ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ପ୍ରତ୍ୟେକ ବିଧାନସଭା କ୍ଷେତ୍ର ବୈଠକରେ ସମାରୋପ କରିଥିଲେ । ସମାରୋପ ଅଭିଭାଷଣରେ ଶ୍ରୀ ସେଠୀ କାର୍ଯ୍ୟକର୍ତ୍ତାମାନଙ୍କୁ କର ବା ମର ନୀତିରେ କାର୍ଯ୍ୟ କରିବାକୁ ଆଜିଠୁ ପ୍ରସ୍ତୁତ ହେବାକୁ କହିଥିଲେ । ଯେଉଁ ଯେଉଁ କାର୍ଯ୍ୟକ୍ରମ କରିବାକୁ ଦଳ ନିଷ୍ପତ୍ତି ନେଇଛିି, ତାହାକୁ ଅନୁସରଣ କରିବାକୁ ଶ୍ରୀ ସେଠୀ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଲୋକସଭା ପ୍ରାର୍ଥୀ ଶରତ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଦ୍ରକରୁ ଡଃ ପ୍ରଦିପ ନାୟକ, ବାସୁଦେବପୁରରୁ ଦୀନବନ୍ଧୁ ପତି, ସିମୁଳିଆରୁ ଶଶୀ କୁମାର ସାହୁ, ସୋରରୁ ରାକେଶ ମଲ୍ଲିକ, ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ରଘୁନାଥ ପାତ୍ର, ବାଲେଶ୍ୱର ଜିଲ୍ଲା ସାଧାରଣ ସଂପାଦକ ମିହିର ପାଣି, ବାହାନଗା ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ମହାଳିକ, ଭଦ୍ରକ ଜିଲ୍ଳା ଉପସଭାପତି ଦୁର୍ଗା ଚରଣ ନାୟକ, ଶରତ ପଢିଆରୀ, କମଳାକାନ୍ତ ସୂତାର, ଚତୁର୍ଭୁଜ ନାୟକ, ଅଶୋକ ସାହୁ, ଅମ୍ବିକା ପ୍ରସନ୍ନ ଦାସ, ତପନ ମହାନ୍ତି, ଭାଷ୍କର ଚନ୍ଦ୍ର ସାହୁ, ଜିଲ୍ଲା ସାଧାରଣ ସଂପାଦକ ଅଶୋକ ପୁହାଣ, ପ୍ରଭାତ ଜେନା, କୋଷାଧ୍ୟକ୍ଷ ପ୍ରଦିପ୍ତ ବିଶ୍ୱାଳ, ତପନ ବାରିକ,  ଯୁବମୋର୍ଚ୍ଚା ସଭାପତି ସୁରେଶ ସାମଲ, ମହିଳାମୋର୍ଚ୍ଚା ସଭାନେତ୍ରୀ ମନସ୍ମିତା ଖୁଣ୍ଟିଆ, ଓବିସି ମୋର୍ଚ୍ଚାର ସଭାପତି ବୁଦ୍ଧଦେବ ଜେନା ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

 

0
0
0
s2sdefault