ହେଡଲାଇନସ୍:

ମଂଚେଶ୍ୱରଠାରେ ଓଡିଶା ମୋ ପରିବାର ଅନୁକୁଲ୍ୟରେ ବିଶାଳ ଜୀବନ ବିନ୍ଦୁ ରକ୍ତଦାନ ଶିବିର: ୪୦୯ ୟୁନିଟ୍ ରକ୍ତ ସଂଗୃହୀତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଚକ୍ରଧର ମାଝୀ) : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଯେଉଁ ସଂକଳ୍ପ ଓ ବିଶ୍ଵାସ, ଓଡ଼ିଶାରେ କୌଣସି ଲୋକ ରକ୍ତ ବିନା ମୃତ୍ୟୁ ବରଣ କରିବେ ନାହିଁ ତାହା ଆଜି ଓଡିଶା ମୋ ପରିବାର ଅନୁକୁଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଦ୍ୱାରା ସଫଳ ହୋଇଛି । ଆଜି ଉତ୍ତର ଭୁବନେଶ୍ୱରର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତଙ୍କ ତତ୍ତ୍ଵାବଧାନରେ ଏବଂ ୱାର୍ଡ ନ ୯ର ପୂର୍ବତନ କର୍ପୋରେଟର ସୂର୍ଯ୍ୟକାନ୍ତ ଜେନା ଓ ଯୁବ ସମାଜ ସେବି ଚିତ୍ତ ରଞ୍ଜନ ଦାସଙ୍କର ସହଯୋଗରେ ମଂଚେଶ୍ୱରଠାରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ କରାଯାଇ ଥିଲା । ଉକ୍ତ ରକ୍ତଦାନ ଶିବିରରେ ସ୍ବେଛାକୃତ ରକ୍ତଦାତା ମାନଙ୍କ ଦ୍ବାରା ୪୦୯ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।

ଆଜିର ଏହି ରକ୍ତଦାନ ଶିବିରରେ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା , ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ମୁନ୍ନା ଖାଁ, ଓଡିଶା ମୋ ପରିବାରର ଅଧକ୍ଷ ଶ୍ରୀଯୁକ୍ତ ଅରୂପ ପଟ୍ଟନାୟକ, ବିଜୁ ଜନତା ଦଳ ସମ୍ପାଦକ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପାତ୍ର , ଶ୍ରୀଯୁକ୍ତ ଅମରେଶ ଜେନା, ଶ୍ରୀଯୁକ୍ତ କୁନ ବିହାରୀ ଦାସ, ଶ୍ରୀଯୁକ୍ତ ଦୁର୍ଗା ସାମନ୍ତରାୟ, ଶ୍ରୀଯୁକ୍ତ କଂଜେଷ୍ଟର ଜେନା, ଶ୍ରୀଯୁକ୍ତ ଅନୁପ ଖୁଣ୍ଟିଆ, ଶ୍ରୀଯୁକ୍ତ ଦିଲ୍ଲୀପ ନାୟକ, ଶ୍ରୀଯୁକ୍ତ ସିଦ୍ଧାର୍ଥ ସାମଲ, ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଛାତ୍ର ସଭାପତି ସୁବାସ ସାହୁ , ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ସମେତ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ସମସ୍ତ ପୂର୍ବତନ କର୍ପୋରେଟର, ବହୁ ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ମାନେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏଭଳି ଏକ ମେଗା ରକ୍ତଦାନ ଶିବିର କରିଥିବାରୁ ମାନ୍ୟବର ବିଧାୟକ ଆୟୋଜକ ମାନଙ୍କୁ ଧନ୍ୟବାଦ ଦେଇଥିଲେ ।

0
0
0
s2sdefault