ହେଡଲାଇନସ୍:

ନିଷ୍ଠାପର ସମାଜ ସେବାରେ ଜନତାଙ୍କ ଆଶୀର୍ବାଦ ମିଳି ଥାଏ -ଡ଼. ଅରୁଣ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

11-07-18-bjd.jpg - 95.13 kBବାରିପଦା(ଦିଲ୍ଲୀପ ମହାନ୍ତି)-  ରାଜନୀତି ସମାଜସେବାର ସର୍ବୋଚ୍ଚ କ୍ଷେତ୍ର ।  ରାଜନୀତିରେ ପାଦ ଥାପିଥିବା ବ୍ୟକ୍ତିମାନେ ସମାଜସେବା କରିବା ନିମନ୍ତେ ମନସ୍ଥକରି ଆଗେଇ ଆଗେଇ ଆସିଥାନ୍ତି । ଜନତା ଆମକୁ ସୁଯୋଗ ଦେଇଛନ୍ତି । ନିଷ୍ଠାପର ଜନସେବା ନେତାଙ୍କୁ ଜନତାଙ୍କ ଆସ୍ଥାଭାଜନ କରାଇ ଥାଏ । ଉକ୍ତ ସୁଯୋଗର ସତ୍ବିନିଯୋଗ ମାଧ୍ୟମରେ ଜନତାଙ୍କ ବିଶ୍ୱାସଭାଜନ ହୋଇପାରିଲେ ନେତା ଜନତାଙ୍କ ଆଶୀର୍ବାଦ ପ୍ରାପ୍ତି ଦ୍ୱାରା ନିର୍ବାଚିତ ହୋଇପାରିବେ ବୋଲି ବାରିପଦା ପୌରପରିଷଦର ବାସୁଦେବ ବିବାହ ମଣ୍ଡପ ପରିସରରେ ବିଜଦ ପକ୍ଷରୁ ଆୟୋଜିତ ବାରିପଦା ନିର୍ବାଚନ ମଣ୍ଡଳୀ କାର୍ଯ୍ୟକାରିଣୀ ବୈଠଳରେ ମୟୂରଭଞ୍ଜ ପର୍ଯ୍ୟବେକ୍ଷକ ତଥା ନୟାଗଡ଼ ବିଧାୟକ ପୂର୍ବତନ ମନ୍ତ୍ରୀ ଡ଼. ଅରୁଣ ସାହୁ ଉପସ୍ଥିତ ବିଜଦ ନେତା, କର୍ମୀ ଓ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କୁ ଗୁରୁମନ୍ତ୍ର ଶୁଣାଇଥିଲେ । ସେହିପରି ଗୋଟାଏ ରାଜନୈତିକ ଦଳ ତାର ସଙ୍ଗଠନ ଓ ସାଙ୍ଗଠନିକ ପ୍ରକ୍ରିୟାକୁ ସୁଦୃଢ଼ କରାଇବାରେ ସଫଳ ହୋଇପାରିଲେ ଜନସାଧାରଣଙ୍କ ନିକଟତର ହୋଇ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ । ଫଳରେ ସରକାର ଗଠନ କରିବା ସମ୍ଭବ ହୋଇଥାଏ । ବିଜଦର ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ନବୀନ ଏହାକୁ ପାଥେୟ କରି ଓଡ଼ିଶାର ସର୍ବବୃତ୍ ରାଜନୈତିକ ଦଳ ଭାବେ ଉଭାହୋଇପାରିଛି । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଜିଲ୍ଲାପରିଷଦ ନିର୍ବାଚନରେ ଦଳର ଶୋଚନୀୟ ବିପର୍ଯ୍ୟୟର କାରଣ ଦଳୀୟ ନେତା ଓ କର୍ମୀମାନେ ସରପଞ୍ଚ ଓ ପଞ୍ଚାୟତ ସମିତି ସଦସ୍ୟମାନଙ୍କ ଉପରେ ଅଧିକ ଗୁରୁତ୍ୱାରୋପକୁ ଉତ୍ତରଦାୟୀ କରାଇଥିଲେ । ଉକ୍ତ ତୃଟିକୁ ସୁଧାରି ବଳ ସୁଧାରି ବାହାରକୁ ବାହାରି ଆସିବାରେ ସଫଳ ହୋଇପାରିଛି । ଦଳରେ ରହିଥିବା ଅନ୍ତର୍ଦ୍ୱନ୍ଦ ଉପରେ ଶ୍ରୀସାହୁ ଆଲୋଚନା କରିବାକୁ ଯାଇ କହିଥିଲେ, ବିଜୁ ପରିବାର ଏତେ ବିଶାଳ ଯେ ଦଳରେ ମନାନ୍ତର ଓ ମତାନ୍ତର ରହିବା ସ୍ୱଭାବିକ । ଏହା ସତ୍ୱେ ଆଜି ସମସ୍ତେ ଗୋଟାଏ ମଞ୍ଚରେ ଆଜି ଏକ ମନ ଓ ଏକ ପ୍ରାଣ ନେଇ ଉପସ୍ଥିତ ହୋଇ କାର୍ଯ୍ୟକରୁଛନ୍ତି । ତେଣୁ ବିଜଦର ସଙ୍ଗଠନକୁ କିପରି ଅଧିକ ମଜବୁତ କରାଯାଇ ପାରିବ ସେ ସମ୍ପର୍କରେ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଆଜିର କର୍ମମୟ ଜୀବନଯାପନରେ  ରାଜନୈତିକ ଦଳର ନେତା ଓ କର୍ମୀମାନେ  ଦଳ ପାଇଁ ଅଧିକ ସମୟ ଦେଇପାରୁ ନାହାନ୍ତି । ସେମାନଙ୍କ ଉପରେ ଦଳର ହାଇକମାଣ୍ଡ ଦେଇଥିବା ଦାୟିତ୍ୱଗୁଡ଼ିକ ସୁଚାରୁରୂପେ ସମ୍ପାଦନ କରିବାରେ ହେଉଥିବା ଅବହେଳା ଉପରେ ଆଲୋକପାତ କରାଇବା ସଂଗେସଂଗେ ହ୍ୱାଟସ୍ ଆପ୍ପ ଗ୍ରୁପରେ ଅଧିକରୁ ଅଧିକ ପରିବାରକୁ ଯୋଡ଼ିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଶେଷରେ ଓଙ୍ଗÿିଶାର ମୁଖ୍ୟମନ୍ତ୍ରୀ ନବୀନଙ୍କ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତୀକୁ ଅକ୍ଷୁର୍ଣ୍ଣ ରଖି କାର୍ଯ୍ୟ କରିବା ସଂଗେସଂଗେ ଜନତାଙ୍କ ବିଶ୍ୱାସ ଭାଜନ ହୋଇ ସେମାନଙ୍କ ଦୁଃଖସୁଖରେ ଭାଗୀ ହେବାକୁ ଉପସ୍ଥିତ ବିଜୁ ଜନତାଦଳ, ଯୁବ ଜନତାଦଳ, ମହିଳା ଓ ଛାତ୍ର ଜନତାଦଳ ସହିତ ବିଜୁ ବାହିନୀର ନେତା, କର୍ମୀ ଓ ସଦସ୍ୟମାନଙ୍କୁ ବିଜଦର ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀସାହୁ ଆହ୍ୱାନ ଦେଇଥିଲେ । ଆଜିର ଏହି କାର୍ଯ୍ୟକାରିଣୀ ବୈଠଳରେ ଅନ୍ୟମାନଙ୍କ ମଧ୍ୟରେ ଧର୍ମଶାଳା ବିଧାୟକ ବିଭୂ ବଳବନ୍ତରାୟ, ବାରିପଦା ପର୍ଯ୍ୟବେକ୍ଷକ ମାନସ ମଲ୍ଲିକ, ବାରିପଦା ନଗରପାଳ ବବିତା ଦାସ, ବାରିପଦା ବ୍ଲକ ଚେୟାରମେନ ପାର୍ବତୀ ହେମ୍ବ୍ରମ, ଖୁଣ୍ଟା ବ୍ଲକ ଚେୟାରମେନ ପୁଷ୍ପଲତା ମାର୍ଣ୍ଡି ପ୍ରମୁଖଙ୍କ ସମେତ ବିଜଦର ଜିଲ୍ଲା ସଭାପତି ତଥା ମୋରଡ଼ା ବିଧାୟକ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ବାଙ୍ଗିରିପୋଷି ବିଧାୟକ ସୟଦାମ ମାର୍ଣ୍ଡି, ଜିଲ୍ଲା ମହିଳା ନେତ୍ରୀ ଅନ୍ତର୍ଜ୍ୟାମୀ କବାଟ, କାର୍ଯ୍ୟକାରିଣୀ ସଭାପତି ଦେବାଶିଷ ମାର୍ଣ୍ଡି ଓ ଦେବାଶିଷ ମହାନ୍ତି, ଏମସିସି ବ୍ୟାଙ୍କ ସଭାପତି ରାଜ କିଶୋର ଆଚାର୍ଯ୍ୟ ଆଦି ନେତାମାନେ ମଞ୍ଚାସୀନ ରହିଥିଲେ । କାର୍ଯ୍ୟକ୍ରମରେ ଜୋନାଲ ସଭାପତି ସୁବ୍ରମଣ୍ୟମ ମହାନ୍ତି ଅଧ୍ୟକ୍ଷତା ଓ ପରିଚାଳନା କରିଥିବା ବେଳେ ଜିଲ୍ଲା ଯୁବ ବିଜଦ ସଭାପତି ଜିତେନ୍ଦ୍ର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏଥିରେ ବାରିପଦା, ଖୁଣ୍ଟା ଓ ବଡ଼ସାହି ବ୍ଲକର ୧୨ଟି ପଞ୍ଚାୟତରୁ ବିଜଦର ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ, ବ୍ଲକ ସଭାପତି, ପୌରପରିଷଦର ସମସ୍ତ କାଉନସିଲର ଓ ଶତାଧିକ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ ।

 

0
0
0
s2sdefault