ହେଡଲାଇନସ୍:

ଲୋକାୟୁକ୍ତକୁ ନେଇ ରାଜ୍ୟ ସରକାରଙ୍କର ଏତେ ଡର କାହିଁକି : ବିଜେପି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ୪ ବର୍ଷରୁ ଉର୍ଧ୍ଵ  ବିତିଗଲା ପରେ ବି ରାଜ୍ୟସରକାର କୌଣସି ବିଜ୍ଞପ୍ତି ପ୍ରକାଶ ନକରି ଚୁପ୍ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ

 କେବେ ସୁଦ୍ଧା ଲୋକାୟୁକ୍ତ ନିଯୁକ୍ତ କରିବେ ଏହାର ଉତ୍ତର  ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବେ ରାଜ୍ୟବାସୀଙ୍କୁ ଦିଅନ୍ତୁ

10-07-18-golok.jpg - 46.69 kBଭୁୁବନେଶ୍ୱର: ଶାସକ ବିଜେଡି କେବଳ ପ୍ରଚାର ସର୍ବସ୍ୱ । ଗତ ୨୦୧୪ ମସିହା ଫେବୃଆରୀ ୧୪ରେ ଲୋକାୟୁକ୍ତ ବିଲ୍ ପାରିତ କରିବା ପ୍ରସଙ୍ଗରେ ପ୍ରଥମେ ରାଜ୍ୟ ଭାବେ ଶାସକ ବିଜେଡି ମିଛଠାରେ ବାଃ ବାଃ ନେଇଥିଲେ । କିନ୍ତୁ ୪ ବର୍ଷରୁ ଉଦ୍ଧ୍ୱର୍ ବିତିଗଲା ପରେ ବି ରାଜ୍ୟସରକାର କୌଣସି ବିଜ୍ଞପ୍ତି ପ୍ରକାଶ ନକରି ଚୁପ୍ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ମୁଖପାତ୍ର  ଗୋଲକ ମହପାତ୍ର କହିଛନ୍ତି । 

ଶ୍ରୀ ମହାପାତ୍ର କହିଛନ୍ତି କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାୟୁକ୍ତ ନିଯୁକ୍ତ ପ୍ରସଙ୍ଗରେ ବିଧାନସଭାରେ ସୁପ୍ରିକକୋର୍ଟରେ ମାମଲା ଥିବାରୁ ବିଳମ୍ବ ହେଉଥିବା କଥା ଆଗରୁ ବାହାନା ଦେଖାଇଥିଲେ । ହେଲେ ସୁପ୍ରିମକୋର୍ଟରେ ରିଟ ପିଟିସନ ନମ୍ବର ୬୮୪/୨୦୧୬ରେ ଓଡିଶା ସରକାରଙ୍କର ମୁଖ୍ୟ ଶାସନ ସଚିବ ସତ୍ୟପାଠ ଦାଖଲ କରି କହିଥିଲେ କି ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ପ୍ରକିୟା ଚାଲିଛି । ଲୋକାୟୁକ୍ତକୁ ନେଇ ରାଜ୍ୟ ସରକାରଙ୍କର ଏତେ ଡର କାହିଁକି ? କଣ ନିଜେ ବସାଇଥିବା ଜାଲରେ ନିଜେ ଛନ୍ଦି ହୋଇଯିବାର ଭୟରେ ଲୋକାୟୁକ୍ତ ନିଯୁକ୍ତି ଦିଗରେ ସରକାର ଆଗଉନାହାନ୍ତି କି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । 

ମାନ୍ୟବର ସୁପ୍ରିମ କୋର୍ଟଙ୍କ ନୋଟିସ ପରେ ମଧ୍ୟ ସର୍ଚ୍ଚ କମିଟି ଗଠନ ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ରାଜ୍ୟସରକାରଙ୍କ ଅପାରଗତାକୁ ଦର୍ଶାଉଛି । ଲୋକାୟୁକ୍ତ ନିଯୁକ୍ତି କମିଟିର ଅଧ୍ୟକ୍ଷ ହେଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ସବୁବେଳେ ସ୍ୱଛ ଭାବମୂର୍ତୀର କଥା କହୁଥିବା ମୁଖ୍ୟମନ୍ତ୍ରୀ ନବିନ ବାବୁଙ୍କର ଯଦି ସତସାହାସ ଅଛି ତାହେଲେ ତୁରନ୍ତ ଲୋକାୟୁକ୍ତ ନିଯୁକ୍ତି ପାଇଁ ରାଜ୍ୟ ସରକାର ପ୍ରକିୟା ଆରମ୍ଭ କରନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । 

ଲୋକାୟୁକ୍ତ ପ୍ରସଙ୍ଗରେ ସର୍ଚ୍ଚ କମିଟି କେବେ ଗଠନ ହେବ, ସର୍ଚ୍ଚ କମିଟି କେବେ ସୁଦ୍ଧା ସରକାରଙ୍କୁ କେବେ ରିପୋର୍ଟ ଦେବେ ଏବଂ ସରକାର କେବେ ସୁଦ୍ଧା ଲୋକାୟୁକ୍ତ ନିଯୁକ୍ତ କରିବେ ଏହାର ଉତର ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବେ ରାଜ୍ୟବାସୀଙ୍କୁ ଦିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବୀ ଜଣାଇଛନ୍ତି ।

0
0
0
s2sdefault