ହେଡଲାଇନସ୍:

ବିଜେଡିରେ ମିଶିଲେ ଝରିଗାଁ ନିର୍ବାଚନ ମଣ୍ଡଳୀର କଂଗ୍ରେସ ଓ ବିଜେପି କର୍ମୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

10-07-18-NAVEEN-NIWAS--3.jpg - 71.86 kB

ଭୁବନେଶ୍ୱର(ଚକ୍ରଧର ମାଝି):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ନବରଙ୍ଗପୁର ଜିଲ୍ଲା ଝରିଗାଁ ନିର୍ବାଚନ ମଣ୍ଡଳୀର ବହୁ କଂଗ୍ରେସ ଓ ବିଜେପି କର୍ମୀ ମନ୍ତ୍ରୀ  ରମେଶ ଚନ୍ଦ୍ର ମାଝୀଙ୍କ ନେତୃତ୍ୱରେ ନବୀନ ନିବାସରେ ଅନୁଷ୍ଠିତ ତ ମିଶ୍ରଣ ପର୍ବରେ ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । କଂଗ୍ରେସର ଡଙ୍ଗରୀଗୁଡ଼ା ୱାର୍ଡମେମ୍ବର ଧନୁର୍ଜୟ ଭତ୍ରା, ପୂର୍ବତନ ୱାର୍ଡସଭ୍ୟ ମଦନ ସାନ୍ତା, ସିରାଗୁଡ଼ା ୱାର୍ଡସଭ୍ୟ ଲମ୍ପୁଧର ଭତ୍ରା, ସେମିଳିଗଦରା ୱାର୍ଡସଭ୍ୟ ମନବଧ ସାନ୍ତା, କଂଗ୍ରେସର ୧୫ନଂ ୱାର୍ଡ ସଭ୍ୟ ନିପେନ ସରକାର, କଂଗ୍ରେସ କର୍ମୀ ପଦୁ ସାନ୍ତା, ସିନ୍ଦୁ ସାନ୍ତା, ବେଣୁ ସାନ୍ତା, ଭାଗିରଥୀ ସାନ୍ତା, ଫୁକିଆ ସାନ୍ତା, ଦିନବନ୍ଧୁ ସାନ୍ତା, ମୋହନ ମାଝୀ, ଦିଗା ମାଝୀ, ଚିତ୍ରସେନ ନାହକ, ରଥ ଗୌଡ଼, ପଦ୍ମନାଭ ଭୈଶାଲ, ବିଜେପିର ବାସୁଦେବ ପୂଜାରୀ, ଗୋପାଳ ହରିଜନ, ରବି ସରଦାର ପ୍ରମୁଖ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ସମସ୍ତ କଂଗ୍ରେସ ଓ ବିଜେପି କର୍ମୀଙ୍କୁ ସଭାପତି ଶ୍ରୀ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ନବରଙ୍ଗପୁର ଜିଲ୍ଲାର ଉଭୟ ଦଳର ଜନପ୍ରତିନିଧି ଓ କର୍ମୀ ବିଜେଡିରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ନବରଙ୍ଗପୁର ଜିଲ୍ଲାରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ।

ଏହି ମିଶ୍ରଣ ପର୍ବ ଅବସରରେ ମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ଜିଲ୍ଲାରେ କଂଗ୍ରେସ ଓ ବିଜେପି ପାଇଁ ଯେଉଁମାନେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିଲେ ଆଜି ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ଏବଂ ସ୍ୱଚ୍ଛ ଶାସନ ପ୍ରତି ଆସ୍ଥା ପ୍ରକଟ କରି ଯୋଗ ଦେଇଛନ୍ତି । ଏହାଫଳରେ ନବରଙ୍ଗପୁର ଜିଲ୍ଲାରେ ତୃଣମୂଳ ସ୍ତରରେ ଆମ ଦଳ ନିଶ୍ଚିତ ରୂପେ ଶକ୍ତିଶାଳୀ ହୋଇପାରିବ । ଏହି ମିଶ୍ରଣ ପର୍ବରେ ନବରଙ୍ଗପୁର ଜିଲ୍ଲାର ବରିଷ୍ଠ  ନେତା ପ୍ରମୋଦ ପାଢ଼ୀଙ୍କ ସମେତ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

 

0
0
0
s2sdefault