ହେଡଲାଇନସ୍:

ମେଡିକାଲ ଶିକ୍ଷାରେ ଓବିସି ଏବଂ ଇଡବ୍ଲ୍ୟୁଏସ ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ନିଷ୍ପତି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଛୁଆ ବର୍ଗ ଓ ଅର୍ଥନୈତିକ ଅନଗ୍ରସରମାନଙ୍କ ପାଇଁ ଯୁଗାନ୍ତକାରୀ ପଦକ୍ଷେପ : ସୁରଥ ବିଶ୍ୱାଳ

ଭୁବନେଶ୍ୱର(ଶାସକ ପ୍ରଶାସକ)  : ‘ମୋ ସରକାର ଗରୀବଙ୍କ ପାଇଁ ସମର୍ପିତ’ । ଏହି ଉକ୍ତଟି ଗତ ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ଭାବେ ଦାୟୀତ୍ୱ ଗ୍ରହଣ କରିବା ସମୟରେ ଶ୍ରୀ ନରେନ୍ଦ୍ର ମୋଦି ଦୃଢୋକ୍ତି ପ୍ରକାଶ କରିଥିଲେ । ଗତ ୭ ବର୍ଷ ଶାସନରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗରୀବଙ୍କ ବିକାଶ ପାଇଁ କାର୍ଯ୍ୟ କରି ଆସୁଛନ୍ତି । ବିଶେଷ ଭାବେ ପଛୁଆ ବର୍ଗ ଏବଂ ଆର୍ଥିକ ଅନଗ୍ରସରଙ୍କ ପାଇଁ ବହୁ କଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରିଛନ୍ତି । ଅର୍ଥର ଅଭାବ ପାଇଁ ଗରୀବ ଛାତ୍ରଛାତ୍ରୀ ଆଉ ଉଚ୍ଚ ଶିକ୍ଷା ପ୍ରାପ୍ତରୁ ବଂଚିତ ହେବେ ନାହିଁ । ମୋଦି ସରକାର ଚଳିତ ୨୦୨୧-୨୨ ଶିକ୍ଷା ବର୍ଷରୁ ମେଡିକାଲ ଓ ଡେଂଟାଲ ପାଠ୍ୟକ୍ରମରେ ସ୍ନାତକ ଓ ସ୍ନାତକତୋରରେ ସର୍ବଭାରତୀୟ କୋଟା (ଏଆଇକ୍ୟୁ) ଯୋଜନାରେ ଓବିସିଙ୍କୁ ୨୭ ପ୍ରତିଶତ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣର ଐତିହାସିକ ନିଷ୍ପତି ନେଇଛନ୍ତି । ଏହା ଦ୍ୱାରା ଓଡିଶା ଭଳି ପଛୁଆ ରାଜ୍ୟର ଛାତ୍ରଛାତ୍ରୀମାନେ ସର୍ବାଧିକ ଉପକୃତ ହୋଇପାରିବେ । ରାଜ୍ୟର ପଛୁଆ ବର୍ଗ ଓ ଅର୍ଥନୈତିକ ଅନଗ୍ରସରମାନଙ୍କ ପାଇଁ ଏହା ନିଶ୍ଚିତ ଭାବେ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ ଖୁସି ବ୍ୟକ୍ତ କରି କହିଛନ୍ତି ।

କେନ୍ଦ୍ର ସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ଓ ନିଷ୍ପତି ପାଇଁ ଶ୍ରୀ ବିଶ୍ୱାଳ  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମନସୁଖ୍ ମାଣ୍ଡଭିୟା ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

 

0
0
0
s2sdefault