ହେଡଲାଇନସ୍:

କରକେଇ ପୀଠରେ ଜିଲ୍ଲାପରିଷଦ ଜୋନ ନଂ-୩ ର କଂଗ୍ରେସ କର୍ମୀ ସମାବେଶ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

06-07-18-jitu-bhai.jpg - 116.01 kBବାଲିକୁଦାରୁ ସୁଶାନ୍ତ ମହାନ୍ତି :  ବାଲିକୁଦା ବ୍ଳକ ଅନ୍ତର୍ଗତ ବଡଗାଁ ଗ୍ରାମ ପଂଚାୟତର କରକରେଇ ପୀଠରେ ବ୍ଳକ କଂଗ୍ରେସ ସଭାପତି  ବିକ୍ରମ ପରିଡାଙ୍କ ଆହ୍ୱାନ କ୍ରମେ ଜୋନ ନଂ-୩ର କଂଗ୍ରେସ କର୍ମୀ ସମାବେଶ ଅନୁଷ୍ଟିତ ହୋଇଯାଇଛି । ଉକ୍ତ ସଭାରେ ଜିଲ୍ଲା କଂଗ୍ରେସ ସଭାପତି ନଟବର  ବାରିକ , ପୂର୍ବତନ ବିଧାୟକ ଡକ୍ଟର ଲଲାଟେନ୍ଦୁ ମହାପାତ୍ର (ଜିତୁ ଭାଇ) , ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀଚରଣ ରାଉତ,  ଶିବବ୍ରତ ଦାସ,ଏକନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ମହନି ଚରଣ ରାଉତ, ପୂର୍ବତନ ଯୁବ କଂଗ୍ରେସ ସଭାପତି , ମହିଳା କଂଗ୍ରେସ ନେତ୍ରୀ ସୁଚିତ୍ରା ବେଉରା, ସ୍ମୀତା ରାୟ, ସାରଦା ପ୍ରସନ୍ନ ଜେନା ,ବୋରିକିନା ପଂଚାୟତର ସରପଂଚ ସାଧୂ ଚରଣ ସାହୁ ପ୍ରମୁଖ ଜିଲ୍ଲା ସଭାପତିଙ୍କ ଆହ୍ୱାନରେ ଶତା ଧିକ କର୍ମୀ ଯୋଗଦେଇଥିଲେ । ଜିଲ୍ଲା ସଭାପତି ନିଜ ନିଜ ଭିତରେ ଥିବା ସମସ୍ତ ମତଭେଦକୁ ଭୁଲି କଂଗ୍ରେସ ଦଳ ପାଇଁ କାମ କରିବାକୁ ସମସ୍ତ କର୍ମୀ ଙ୍କୁ ନିବେଦନ କରିଥିଲେ । ଶେଷରେ ତିନି ନଂମ୍ବର ଜୋନ ର ସଭାପତି ପାଇଁ ସାଧୁ ଚରଣ ସାହୁଙ୍କୁ ବ୍ଳକ ସଭାପତି ବିକ୍ରମ ପରିଡା , ଅକ୍ଷୟ ଜେନା ପ୍ରସ୍ତାବ ଦେଇଥିଲେ । ସେହି ପ୍ରସ୍ତାବ କୁ ସମସ୍ତ କଂଗ୍ରେସ କର୍ମୀ ଏକ ମତରେ ସମର୍ଥନ କରିଥିଲେ ।  ଶେଷରେ ମହନି ଚରଣ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । 

0
0
0
s2sdefault